//BREAKING//
Loading...

ସାମ୍ବାଦିକଙ୍କୁ ହତ୍ୟାଧମକ ଘଟଣା ___ ଅତିରିକ୍ତ ଏସପିଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ୟୁନିୟନ !!!

 ସାମ୍ବାଦିକଙ୍କୁ ହତ୍ୟାଧମକ ଘଟଣା ___

ଅତିରିକ୍ତ ଏସପିଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ୟୁନିୟନ !!!





ଭବାନୀ ପାଟଣା:-----

(  ତର୍ଜମା ନ୍ୟୂଜ )


କଳାହାଣ୍ଡି,  କୋକସରା ବ୍ଲକର ଏକ ଦୈନିକ ଖବର କାଗଜର ବ୍ଳକ ପ୍ରତିନିଧିଙ୍କୁ ହତ୍ୟା ଧମକ ଓ ଆକ୍ରମଣ ଘଟଣାରେ ଶୁକ୍ରବାର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ସାକ୍ଷାତ କରିଛନ୍ତି। ଏବଂ ଦେଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ଦୈନିକ ଖବରକାଗଜରେ ଏକ ଖବର ପ୍ରସାରଣ ପରେ ସରପଞ୍ଚ ମାନଙ୍କ ସ୍ବାମୀମାନେ ଉତକ୍ଷିପ୍ତ ହୋଇ ସାମ୍ବାଦିକ ଜଣକୁ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ଗୁରୁବାର କୋକସରା ଥାନାରେ ଅଭିଯୋଗ ହୋଇଛି। ଏନେ କୋକସରା ଥାନା ଅଧିକାରୀଣି ରନିତା ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ୫ଜଣଙ୍କ ନାମରେ ମାମଲା ଦାଏର ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ, କୋକସରା ଥାନା ମୋଟେର ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ମୋହନ ନାଏକ, କାଶୀବାହାଲ ସରପଞ୍ଚଙ୍କ ସ୍ବାମୀ ରୁଦ୍ର ନାଏକ, ଡହଗାଁ ସରପଞ୍ଚଙ୍କ ସ୍ୱାମୀ ବ୍ରଜ ନାଏକ, ଖୁଣ୍ଟିଆ ସରପଞ୍ଚଙ୍କ ସ୍ୱାମୀ ଟଙ୍କଧର ଧରୁଆ ଓ ମାଝୀଗୁଡା ସରପଞ୍ଚଙ୍କ ସ୍ୱାମୀ ଦ୍ୱାରିକା ନାଥ ବାଗଙ୍କ ନାମରେ କେସ ନଂ ୨୫୨/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା କୋକସରା ଥାନା ପୋଲିସ ପକ୍ଷରୁ ସୂଚନା ରହିଛି। ତେବେ ସତ୍ୟ ଖବର ଓ ବିଭିନ୍ନ କାର୍ଯ୍ୟରେ ସରପଞ୍ଚଙ୍କ ସ୍ୱାମୀମାନେ ପ୍ରତିନିଧି ବୋଲାଇ ଉନ୍ନୟନ କାର୍ଯ୍ୟରେ ବାଧା ଦେଉଥିବା ନେଇ ଏକ ଦୈନିକଖବର କାଗଜରେ ଖବର ପ୍ରକାଶ ହେବାପରେ ସାମ୍ବାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେବା ଘଟଣାକୁ ନେଇ ସାମ୍ବାଦିକ ଜଣକ ଅଭିଯୋଗ ଦେଇଛନ୍ତି।ଗଣମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଏହା ଏକ ଯୋଜନା ବୋଲି କଳାହାଣ୍ଡି ସାମ୍ବାଦିକ ୟୁନିୟନ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏ ନେଇ ଆଜି ରାଜ୍ୟ ସାମ୍ବାଦିକ ସଂଘ, ଓଡ଼ିଶା ର ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, କଳାହାଣ୍ଡି ସାମ୍ବାଦିକ ୟୁନିୟନ ସଭାପତି ମହମ୍ମଦ ଅଲ୍ଲୀ ଖାଁ ,ରଘୁମଣୀ ପୂଝାରୀ, ଜଗଦୀଶ ନାଏକ ଓ କୋକସରା ବ୍ଲକ ର ସାମ୍ବାଦିକ ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ସରପଞ୍ଚ ସ୍ବାମୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe