ରୁପ୍ରାରୋଡରେ ତିନି ଦିବସୀୟ କର୍ମକାଣ୍ଡ ଓ ସଙ୍ଗୀତ ପ୍ରଶିକ୍ଷଣ ଶିବିର !!!
ନର୍ଲା:--------
( ତର୍ଜମା ଵ୍ୟୁରୋ)
ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ୨୮/୦୯/୨୦୨୩ ତାରିଖ ଠାରୁ ୩୦/୦୯/୨୩ ତାରିଖ ପର୍ଯ୍ୟନ୍ତ
ଧର୍ମଶାଳା ଠାରେ ଏକ ତିନି ଦିବସୀୟ କର୍ମକାଣ୍ଡ,ଢପାଲି ଏବଂ ସଙ୍ଗୀତ ପ୍ରଶିକ୍ଷଣ ଶିବିର ଶାନ୍ତିକୁଞ୍ଜ ହରିଦ୍ଵାର ପ୍ରତ୍ୟକ୍ଷ ତତ୍ବାବଧାନରେ ତଥା ଗାୟତ୍ରୀ ପରିବାର କଳାହାଣ୍ଡି, ଗାୟତ୍ରୀ ଶକ୍ତି ପୀଠ ରୁପ୍ରାରୋଡ ଏବଂ ନର୍ଲା ବ୍ଲକ୍ ସମନ୍ଵୟ ସମିତିଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି ।ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷଣ ଦେବା ପାଇଁ ଶାନ୍ତିକୁଞ୍ଜରୁ ଋଷିପୁତ୍ର ବରିଷ୍ଠ ପ୍ରଶିକ୍ଷକ ତଥା ସାଧକ ଶ୍ରୀଯୁକ୍ତ ରବୀନ୍ଦ୍ର ଗୌଡା ମହୋଦୟ ଆସିଥିଲେ ତାଙ୍କ ସହିତ ସ୍ଥାନୀୟ କାର୍ଯ୍ୟକର୍ତ୍ତା ତଥା ନର୍ଲା ସମନ୍ଵୟ ସମିତି ଯୁବାଧକ୍ଷ ଶ୍ରୀଯୁକ୍ତ ଗଣେଶ ପୃଷ୍ଟି ଏବଂ ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶ୍ୱାଲ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ନର୍ଲା, ମ.ରାମପୁର , କର୍ଲାମୁଣ୍ଡା,କେସିଙ୍ଗା, ଭବାନୀପାଟଣା ଆଦି ବ୍ଲକର ପ୍ରାୟ ୭୨ ଜଣ ପୁରୁଷ ଏବଂ ୪୨ ମହିଳା ପ୍ରଶିକ୍ଷଣ ନେଇ ଥିଲେ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଗାୟତ୍ରୀ ପରିବାର ସମନ୍ଵୟ ସମିତି ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ତପନ କୁମାର ସାହୁ, ବ୍ଲକ୍ ସମନ୍ଵୟ ସମିତି ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ଅନିଲ ଅଗ୍ରୱାଲ ( ହଡୋଦିଆ) ,ସହ ସଂଯୋଜକ ତୀର୍ଥ ବୁଦ୍ଧିଆ, ରୁପ୍ରାରୋଡ ଗାୟତ୍ରୀ ଶକ୍ତିପୀଠ ମୁଖ୍ୟ ଟ୍ରଷ୍ଟି ଅନିଲ କୁମାର ଅଗ୍ରୱାଲ ,କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ ତଥା ସମସ୍ତ ଟ୍ରଷ୍ଟ ସଦସ୍ୟ ଏବଂ ଗାୟତ୍ରୀ ପରିବାରର ସମସ୍ତ ପରିଜନ ସହଯୋଗ କରିଥିଲେ।
ଦୀପକ ଠାକୁର ତର୍ଜମା ନର୍ଲା ପ୍ରତିନିଧି।



Post a Comment