ଭବାନୀ ପାଟଣା:---( ତର୍ଜମା ବ୍ୟୁରୋ) ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ର ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ୟାଙ୍କଶାଖା ରେ କର୍ମଚାରୀ ମାନେ ଧର୍ମଘଟ ରେ ସାମିଲ ହୋଇଛନ୍ତି । ଫଳତଃ ଜିଲ୍ଲାର ସମସ୍ତ ସମବାୟ ବ୍ୟାଙ୍କ ଶାଖା ଗୁଡିକରେ ବ୍ୟାଙ୍କ ସେବା ବନ୍ଦ ରହିବା ହେତୁ ଗ୍ରାହକ ମାନେ ହଇରାଣ ହରକତ ହେଉଥିବା ଦେଖା ଯାଉଛି । ସପ୍ତମ ବେତନ କମିଶନ ବକେୟା ପ୍ରଦାନ, ପେନସନ କର୍ପସ ଫଣ୍ଡ କାର୍ଯ୍ୟକାରୀ କରିବା, କେନ୍ଦ୍ର ସମବାୟ ବ୍ୟାଙ୍କ ର ପୁନର୍ବିନ୍ୟାସ କରିବା ସମେତ ତିନି ଦଫା ଦାବି ନେଇ ବ୍ୟାଙ୍କ କର୍ମଚାରୀ ସଂଘ ଧର୍ମଘଟ ଆହ୍ବାନ କରିଥିବା ଜଣାପଡିଛି ।
ଭବାନୀପାଟଣା ଶାଖା ରେ ଜିଲ୍ଲା ସଭାପତି ଙ୍କ ନେତୃତ୍ବ ରେ ଧାରଣା ଦେଇଥିବା ବେଳେ ଜୁନାଗଡ ଶାଖାରେ ପରିଚାଳକ ବୁଦ୍ଧିମାନ ପାତ୍ର ଙ୍କ ନେତୃତ୍ଵ ରେ ଧାରଣା ଦିଆ ଯାଇଥିବା ଦେଖା ଯାଇଥିଲା । ଗ୍ରାହକ ମାନେ ବ୍ୟାଙ୍କ ସେବା ପାଇ ନ ପାରି ହଇରାଣ ହେଉଥିବା ଦେଖା ଯାଇଥିଲା । ଜିଲ୍ଲାର ସମସ୍ତ ବ୍ୟାଙ୍କ ଶାଖା ଧର୍ମଘଟରେ ସାମିଲ ହୋଇଥିବା ଜଣା ପଡିଛି । ଅକ୍ଟୋବର ୨୫ ତାରିଖ ରୁ ୨୭ ପର୍ଯ୍ୟନ୍ତ କୁ ଏହି ଧର୍ମଘଟ ଡାକରା ଦିଆ ଯାଇଥିବା ବେଳେ ଦାବି ପୂରଣ ନ ହେଲେ ନଭେମ୍ବର ୧୪ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି କରାଯାଇଥିବା ଜଣାପଡିଛି ।
Post a Comment