//BREAKING//
Loading...

ସରପଞ୍ଚମାନଙ୍କ ଆନ୍ଦୋଳନର ସମାଧାନ ପରିବର୍ତ୍ତେ ଭଣ୍ଡୁର କରିବାକୁ ସରକାରଙ୍କ ଉଦ୍ୟମ

 ସରପଞ୍ଚମାନଙ୍କ ଆନ୍ଦୋଳନର ସମାଧାନ ପରିବର୍ତ୍ତେ ଭଣ୍ଡୁର କରିବାକୁ ସରକାରଙ୍କ ଉଦ୍ୟମ



ବ୍ରହ୍ମପୁର:----

( ତର୍ଜମା ବ୍ୟୁରୋ ନ୍ୟୁଜ)


  ରାଜ୍ୟରେ ସମସ୍ତ ସରପଞ୍ଚ୍‌‍ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଏହାର ସମାଧାନ କରିବା ପରିବର୍ତ୍ତେ ଏହାକୁ ବିଭିନ୍ନ ଆଳ ଦେଖାଇ ଭଣ୍ଡୁର କରିବା ଭଳି ପ୍ରଶାସନିକ ଆଳ ଦେଖାଇବା ଆରମ୍ଭ ହୋଇଥିବା ନେଇ ବିଭିନ୍ନ ଚିଠି ସରପଞ୍ଚ୍‌‍ ମାନଙ୍କୁ ଦେବା ଆରମ୍ଭ ହୋଇଥିବା ନେଇ ସୂଚନା ମିଲିଲାଣି।  ଏଠାରେ ସୂଚନା ଯୋଗ୍ୟଯେ ସମ୍ବଲପୁର ସମେର ରାଜ୍ୟ ସରପଞ୍ଚ୍‌‍ ମାନେ ଗତ 2ମାସ ତଳେ ସବୁ ଜିଲ୍ଲାରୁ 12 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳ ମାନଙ୍କ ମାଧ୍ୟମରେ ଦେଇଥିଲେ । ଏଥିରେ କୌଣସି ଭଳ ନମିଲିବାରୁ ରାଜ୍ୟ ସରପଞ୍ଚ୍‌‍ ମହାସଂଘ ଦ୍ଵାରା ଗତ 15 ତାରିଖ ଦିନ ଭୁବନେଶ୍ବର ଠାରେ ସାରା ରାଜ୍ୟର ସରପଞ୍ଚ୍‌‍ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ 15 ଦଫା ଦାବିପତ୍ର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ଵାରା ପ୍ରଦାନ କରାଯାଇ ଚଳିତ ମାସ 12 ତାରିଖ ସୁଦ୍ଧା କୌଣସି ନିଷ୍ପତ୍ତି ନିଆନଗଲେ 23 ତାରିଖରୁ ଧାରଣାରେ ବସିବାକୁ ଚେତାବନି ଦିଆଯାଇଥିଲା । ସରକାର ଫଳପ୍ରଦ ନିଷ୍ପତ୍ତି ବା ଆଲୋଚନା ନକରିବାରୁ ମହାସଂଘ 23 ତାରିଖରୁ ପିଏମଜି ଛକରେ ଧାରଣାରେ ବସିଛି । ଏଭଳି ସ୍ଥିତିରେ ସରପଞ୍ଚ୍‌‍ ମାନେ ଧାରଣାରେ ଥିବା ବେଳେ କେତେକ ବ୍ଲକରୁ ସରପଞ୍ଚ୍‌‍ ମାନଙ୍କୁ ନିଜର ନୈତିକ ଅଧିକାର ଉପରେ ହସ୍ତକ୍ଷେପ କରି ସରପଞ୍ଚ୍‌‍ ଏକତାକୁ ଭଣ୍ଡୁର କରିବା ଉଦ୍ୟମ କରୁଥିବା ନେଇ ସାମ୍ନାକୁ ଆସିଲାଣି।ଡିଏସସି ଡି ଏଣ୍ଡରୋଲ୍ଡ ପଞ୍ଚାୟତର ପିଇଓ/ଜିଆରଏସ ମାନଙ୍କୁ ଦେବାପାଇଁ ସରପଞ୍ଚ୍‌‍ ମାନଙ୍କୁ ବିଡିଓ ମାନେ ଚିଠି କରୁଛନ୍ତି । ଏପରିକି ଚିଠିରେ ସହଯୋଗ ନକଲେ ଏମଆର ଜିରୋ କରିବୁ ବୋଲି ଚେତାବନି ଶୁଣାଇବା ସହିତ ଗରୀବ ହିତାଧିକାରୀଙ୍କ ଆର୍ଥିକ କ୍ଷତି ହେବା ଭଳି ଚେତାଇ ବ୍ଲକ୍‌‍ ରେ ମଧ୍ୟ ଡିଏସସି ଡି-ଏଣ୍ଡରୋଲ୍ଡ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ବ୍ୟକ୍ତିଗତ ଭାବେ ଏଭଳି କୌଣସି ସରପଞ୍ଚ୍‌‍ ଙ୍କୁ ଦିଆଯାଇନଥିଲେ ମଧ୍ୟ ବିଭିନ୍ନ ଗ୍ରୁପ, ୱାଡସଫ ଆଦିରେ ପଠାଯାଇଛି। ଏଣେ ସରପଞ୍ଚ୍‌‍ ମାନେ 22 ତାରିଖ ଭିତରେ ସେମାନଙ୍କ ଦାବି ନେଇ ସରକାର କୌଣସି ସମାଧାନ ନକଲେ ସଂପୂର୍ଣ୍ଣ ଅସହଯୋଗ କରିବା ନେଇ ଘୋଷଣା କରିସାରିଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଳରେ ସରପଞ୍ଚ୍‌‍ ମାନଙ୍କ ଉପରେ ଦୋଷ ଲଦି ସରକାର ଯେଉଁ ଗୋଟି ଚଲାଇବା ଆରମ୍ଭ କରିଛନ୍ତି ସେଥିରୁ ନିବୃତ ରହିବା ସହିତ ସରପଞ୍ଚ୍‌‍ ମାନଙ୍କ ଦାବି ଉପରେ ଅବିଲମ୍ଭେ ଆଲୋଚନା କରି ଏହାର ସରଳ ସମାଧାନ କରିବା ସହିତ ଗ୍ରାମାଞ୍ଚଳ ଭଳି ତୃଣମୂଳ ବିକାଶରେ ନିଜର ଦାୟିତ୍ଵ ମୁଣ୍ଡେଇବା ଉଚିତ ହେବ ବୋଲି ରାଷ୍ଟ୍ରିୟ ଗ୍ରାମ ପ୍ରଧାନ/ସରପଞ୍ଚ ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ରାଜ୍ୟ ସଂଗଠନ ସଂପାଦକ ଡା.ରାଜାରାମ ଷଡଙ୍ଗୀ ସରକାରଙ୍କୁ ଏକ ପ୍ରେସ ବିଜ୍ଞପ୍ତିରେ ଅନୁରୋଧ କରିଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe