//BREAKING//
Loading...

ଯନ୍ତ୍ରୀ ସାଜିଲେ ଠିକାଦାର, ଜୁନାଗଡ ଏନ ଏ ସି ଅଞ୍ଚଳକୁ ବ୍ଲକ ଯନ୍ତ୍ରୀଙ୍କ ଜବର ଦଖଲ

 ଯନ୍ତ୍ରୀ ସାଜିଲେ ଠିକାଦାର, ଜୁନାଗଡ ଏନ ଏ ସି ଅଞ୍ଚଳକୁ ବ୍ଲକ ଯନ୍ତ୍ରୀଙ୍କ ଜବର ଦଖଲ 


ଜୁନାଗଡ଼:----

(ତର୍ଜମା ବ୍ୟୁରୋ)

  କଳାହାଣ୍ଡି ଜିଳ୍ଲା ଜୁନାଗଡ ବ୍ଲକ ରେ କାର୍ଯ୍ୟ ରତ ଯନ୍ତ୍ରୀ ମାନେ ଠିକାଦାର ସାଜି ସରକାରୀ ନୀତି ନିୟମକୁ କୁ ଆଖି ଠାର ମାରି ଅନେକ ଗୁଡାଏ ଉନ୍ନୟନ ମୂଳକ କାର୍ଯ୍ୟ କରିଚାଲିଥିବା ଅଭିଯୋଗ ହେଉଛି । ବ୍ଲକ ସ୍ତରରେ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଅଟକଳ ଥିବା କାର୍ଯ୍ୟ କୁ ଟେଣ୍ଡର ପ୍ରକ୍ରିୟା ରେ ଠିକାଦାର ଚୟନ କରିବା କୁ ପଞ୍ଚାୟତିରାଜ ବିଭାଗ ପତ୍ର ସଂଖ୍ୟା ୧୨୬୭୨ ତା୧୩.୦୭.୨୦୧୭, ୧୩୪୮୩ ତା ୨୨.୦୭.୨୦୧୭ ଏବଂ ୧୭୪୩୪ ତା ୧୨.୦୯.୨୦୧୭ ଯୋଗେ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ସେସବୁ ପ୍ରତି ଅଣଦେଖା କରାଯାଇ ବିଭାଗୀୟ କାର୍ଯ୍ୟ ସମ୍ପାଦନ ନାମରେ ଯନ୍ତ୍ରୀ ମାନେ ନିଜ ନାମରେ କାର୍ଯ୍ୟାଦେଶ ନେବା ସହିତ ଲକ୍ଷ ଲକ୍ଷ ତାଙ୍କର ଉନ୍ନତି ମୂଳକ କାର୍ଯ୍ୟ କରୁଥିବାର ଦେଖା ଯାଉଛି ।  ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି ହେଉ କିମ୍ବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ହେଉ ଅଥବା ବିଜୁ କେବିକେ ଯୋଜନା ପାଣ୍ଠି ହେଉ ସବୁଯାକ ପାଣ୍ଠି ର କାର୍ଯ୍ୟକୁ ଯନ୍ତ୍ରୀ ମାନେ ହିଁ ସମ୍ପାଦନ କରୁଥିବା ଅଭିଯୋଗ ହେଉଛି ।  ଅନ୍ୟ ପକ୍ଷରେ ଟେଣ୍ଡର ପ୍ରକ୍ରିୟା ହେଲେ ସରକାରୀ ରାଜସ୍ବ ବୃଦ୍ଧି ସାଙ୍ଗକୁ ପ୍ରତିଯୋଗିତା ମୂଳକ ଭାବେ କମ ମୂଲ୍ୟରେ ମଧ୍ୟ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ଥିବା ବେଳେ ଯନ୍ତ୍ରୀ ମାନେ ସରକାରୀ ରାଜସ୍ବ ବୃଦ୍ଧି ପ୍ରତି ଦୃଷ୍ଟି ନ ଦେଇ ବ୍ୟକ୍ତିଗତ ରାଜସ୍ବ ବୃଦ୍ଧି ପ୍ରତି ଅଧିକ ଚେଷ୍ଟିତ ରହୁଥିବା ଅଭିଯୋଗ ହେଉଛି । ଏପରିକି ଜୁନାଗଡ ବ୍ଲକ ର ଯନ୍ତ୍ରୀ ମାନେ ଜୁନାଗଡ ଏନ ଏ ସି ର ସହରାଞ୍ଚଳ ମଧ୍ୟରେ ବ୍ଲକ ପାଣ୍ଠି ବିନିଯୋଗ କରି ମଧ୍ୟ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବା ହେତୁ ଏନ ଏ ସି ର ଯନ୍ତ୍ରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ଓ ବିଜୁ କେବିକେ ଯୋଜନା ପାଣ୍ଠି ବିନିମୟରେ ଜୁନାଗଡ ଏନ ଏ ସି ସହରାଞ୍ଚଳ ମଧ୍ୟରେ ଗତ ରାସ୍ତା, କମ୍ୟୁନିଟି ହଲ ଇତ୍ୟାଦି ଜୁନାଗଡ ବ୍ଲକ ତରଫରୁ ନିର୍ମାଣ କରାଯାଇଥିବା ଜଣା ପଡିଛି । ଡବ୍ଲୁଓଡିସି/୨୦୧୮-୧୯/ପି/୩୭ ରେ ଏନଏସି ର ୱାର୍ଡ ନଂ ୩ ରେ କମ୍ୟୁନିଟି ହଲ, ଡବ୍ଲୁଓଡିସି/୨୦୨୧-୨୨/ପି/୮ ରେ ଏନଏସି ର ବଜାରପଡା ରାସ୍ତା, ବିକେବିକେ/୨୦୨୦-୨୧/ପି/୪୪ ରେ ଏନଏସି ର ୱାର୍ଡ ନଂ ୭ ରେ ରାସ୍ତା, ପି/୪୩ ରେ ୱାର୍ଡ ନଂ ୨ ରେ ରାସ୍ତା, ପି/୩୯ ରେ ୱାର୍ଡ ନଂ ୧୨ ରେ ରାସ୍ତା, ପି/୩୮  ରେ ୱାର୍ଡ ନଂ ୨ ରେ ରାସ୍ତା,  ସ୍ବତନ୍ତ୍ର ଉନ୍ନାୟନ ପାଣ୍ଠି ଏସପିପିଏଫ/୨୦୨୦-୨୧/ପି/୧୧ ରେ ଏନ ଏ ସି ୱାର୍ଡ ନଂ ୮ ରେ କମ୍ୟୁନିଟି ହଲ ଭଳି ଜୁନାଗଡ ଏନ ଏ ସି ଅଞ୍ଚଳ ମଧ୍ୟରେ ଅନେକ କାର୍ଯ୍ୟ ବ୍ଲକ ଯନ୍ତ୍ରୀ ମାନେ ବ୍ଲକ ମାଧ୍ୟମରେ ନିଜ ନିଜ ନାମରେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି । ଏପରିକି ବିଜୁ ପଟ୍ଟନାୟକ ଷ୍ଟାଡିୟମ ମଧ୍ୟରେ ଅନେକ ଗୁଡାଏ କାର୍ଯ୍ୟ ବ୍ଲକ ଯନ୍ତ୍ରୀ ମାନଙ୍କ ଦ୍ବାରା ସମ୍ପାଦିତ ହେଉଛି । ବିଭିନ୍ନ ଯୋଜନାରେ ବିଡିଓ କାର୍ଯ୍ୟାଦେଶ ଦେଲେ ଆମେ କାର୍ଯ୍ୟ କରୁଛୁ ବୋଲି ବ୍ଲକ ର ଯନ୍ତ୍ରୀ ମାନେ ପ୍ରକାଶ କରୁଥିବା ବେଳେ ଏନ ଏ ସି ରେ ନିଯୁକ୍ତ ଯନ୍ତ୍ରୀ ମାନେ କାମ ନ ଥାଇ ଚୁପ ବସି ରହୁଥିବା ଦେଖା ଯାଉଛି । ଅନ୍ୟ ପକ୍ଷରେ ଏନଏସି ରେ ଏକ ଲକ୍ଷ ରୁ ଅଧିକ ଅଟକଳ ଥିବା କାର୍ଯ୍ୟ କୁ ଟେଣ୍ଡର ପ୍ରକ୍ରିୟା ରେ କାର୍ଯ୍ୟାଦେଶ ଦିଆ ଯାଉଥିବା ହେତୁ କିଛି ଲାଭ ଖୋର ବ୍ୟକ୍ତି ମାନେ ବ୍ଲକ ଯନ୍ତ୍ରୀ ମାନଙ୍କ ନାମରେ ଜୁନାଗଡ ବ୍ଲକ ତରଫରୁ କାର୍ଯ୍ୟାଦେଶ ହାତେଇ ନେଇ ସହରାଞ୍ଚଳ ରେ ମଧ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଏହାରି ସୁଯୋଗରେ ଯନ୍ତ୍ରୀମାନେ ନିଜ ନାମରେ କାର୍ଯ୍ୟାଦେଶ ଥିବା ହେତୁ ସପୃକ୍ତ ଲାଭଖୋର ବ୍ୟକ୍ତି ମାନଙ୍କୁ ଢାଲ କରି ଅଳ୍ପ ରୋଟି ପକାଇ ଦେଇ ଲାଭବାନ ହେଉଥିବା ଅଭିଯୋଗ ହେଉଛି । ଡବ୍ଲୁଓଡିସି ହେଉ କି ବିଜୁକେବିକେ ହେଉ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଣ୍ଠି ମଞ୍ଜୁର କରାଯିବା ସମୟରେ ସହରାଞ୍ଚଳ କି ଗ୍ରାମାଞ୍ଚଳ ସେଥିପ୍ରତି ଦୃଷ୍ଟି ଦିଆ ଗଲେ ଏଭଳି ସମସ୍ୟା କୁ ଏଡାଇ ଦିଆ ଯାଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏହା ଛଡା ସହରାଞ୍ଚଳରେ ଏନ ଏ ସି କାର୍ଯ୍ୟ କରୁଥିବା ବେଳେ ବ୍ଲକ ଯନ୍ତ୍ରୀ ମାନଙ୍କ ଲାଭ ଖୋର ମନୋବୃତି ସହିତ ଏଭଳି ଜବର ଦଖଲ କୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe