ମୋ ଶ୍ରୁତି ରେ କଳାହାଣ୍ଡି ଜିଲ୍ଲାର ଅତୀତ ର ଆଇନା !!
1984/85 ମସିହା ରେ ଭବାନୀ ପାଟଣା ନିର୍ବାଚନ ମଣ୍ଡଳୀ ରୁ ପ୍ରଥମ ଥର ପାଇଁ ମାତ୍ର 25 ବର୍ଷ ବୟସରେ ବିଧାୟକ ଭାବରେ ନିର୍ବାଚିତ ହୋଇ ଥିଲେ ଆଦରଣୀୟ ଶ୍ରୀ ଭକ୍ତ ଚରଣ ଦାସ ଓ ବିଜୁ ବାବୁ ଙ୍କ ନେତୃତ୍ୱ ରେ ଭକ୍ତ ଦାସ ଙ୍କ ସମେତ ମାତ୍ର 10 ଜଣ ବିଧାୟକ ବିରୋଧୀ ଆସନ ରେ ଥିଲେ । ଲଗାତାର କଳାହାଣ୍ଡି ଜିଲ୍ଲାରେ ବର୍ଷାଭାବ ଜନିତ ମରୁଡି ସହିତ ଜଳସେଚନ ର କୌଣସି ସୁବିଧା ନ ଥିବା ଘଟଣା ଅନାହାର, ମେନିଞ୍ଜାଇଟିସ୍ ରୋଗ ରେ ଶହ ଶହ ଶିଶୁ ଓ ଲୋକ ଙ୍କ ମୃତ୍ୟୁ ଘଟଣାକୁସମଗ୍ର ଦେଶ ରେ ଚହଳ ସୃଷ୍ଟି କରିଥିଲା । 1987 ମସିହାରେ ଭକ୍ତ ଦାସ ଜିଲ୍ଲା ର ସେଇ ଆକ୍ରାନ୍ତ ଲୋକଙ୍କ ସମସ୍ୟା କୁ ଜାଣିବା ପାଇଁ ମାସାଧିକ କାଳ ସମଗ୍ର କଳାହାଣ୍ଡି ଜିଲ୍ଲାରେ ପଦଯାତ୍ରା କରି ଥିଲେ। ଜିଲ୍ଲା ର ଦୁର୍ଗମ ଅଞ୍ଚଳ ର ପ୍ରାକୃତିକ ପରିବେଶ ରେ ବଞ୍ଚୁ ଥିବା ଅସହାୟ ମଣିଷଙ୍କ ଙ୍କ ଦୁର୍ଦ୍ଦଶା ଦେଖି ଯୁବ ଭକ୍ତ ଦାସଙ୍କ ଆଖିରେ ଲୁହ, ମନରେ କୋହ, ମାନବିକତା ର ନିଷ୍ହୃର ସତ୍ୟ କୁ ଅନୁଭବ କରି ହ ହୃଦୟ ଭିତାରେ ବିପ୍ଲବ ର ବାର୍ତା ନେଇ ଚାଳିବାକୁ ରାସ୍ତା ନ ଥିବା ସତ୍ତ୍ବେ କ୍ରାନ୍ତି ଗୀତ ଗାଇ ନଦୀ, ନାଳ, ପାହାଡ, ପର୍ବତ ର ବାଧା କୁ ଭ୍ରୁକ୍ଷେପ ନ କରି ପାଦ ତଳେ ଫୋଟକା,ଘା , ଅସହ୍ୟ ଯନ୍ତ୍ରଣା ଓ କଷ୍ଟ ସତ୍ବେ ଭାଙ୍ଗି ନ ପଡ଼ି ମାଟି ର ମଣିଷ ଅବହେଲିତ ଜିଲ୍ଲା ବାସୀ ଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ବିଧାୟକ ଭାବରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ କଳାହାଣ୍ଡି ର ପ୍ରକୃତ ଚିତ୍ର ଜଣାଇ ଏହାର ନିରାକରଣ ନିମନ୍ତେ କେନ୍ଦ୍ର ସରକାର ତୁରନ୍ତ ହସ୍ତ କ୍ଷେପ କରି ସମ୍ବିଧାନ ର 371 ଧାରା ଅନୁଯାୟୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ସିଧାସଳଖ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେବାକୁ ଦାବୀ କରି ଥିଲେ। ଏହି ପ୍ରସଙ୍ଗ କୁ ନେଇ ଅତୀତରେ ଆଦରଣୀୟ ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନେତୃତ୍ବରେ ଲଗାତାର ବର୍ଷ ବର୍ଷ ଧରି ସମ୍ବିଧାନ ର 371 ଧାରା ଅନୁଯାୟୀ କଳାହାଣ୍ଡି କୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଭାବରେ ଘୋଷଣା କରିବା ପାଇଁ ବ୍ୟାପକ ପଦଯାତ୍ରା, ମାଥିଲି ରୁ ଭୁବନେଶ୍ଵର ସାଇକେଲ ଯାତ୍ରା, ଭବାନୀ ପାଟଣା ରୁ ଦିଲ୍ଲୀ ପଦଯାତ୍ରା ଓ ପାର୍ଲିଆମେଣ୍ଟ ଘେରାଉ କାରା ଯାଇଥିଲା । ସ୍ୱର୍ଗତ ପ୍ରଧାନ ମନ୍ତ୍ରୀ ଚନ୍ଦ୍ର ଶେଖର ଜି ଓ ବିଜୁ ବାବୁ ମଧ୍ଯ ଏହାକୁ ସମର୍ଥନ ଜଣାଇ କଳାହାଣ୍ଡି ରେ ବିଭିନ୍ନ ସମୟରେ ପଦଯାତ୍ରା ରେ ସାମିଲ ହୋଇ ସମର୍ଥନ କରି ଥିଲେ।90 ଦଶକ ରେ 1991 ମସିହାରେ ଭକ୍ତ ଦାସ ପ୍ରଥମ ଥର ପାଇଁ ସାଂସଦ ହେବା ସହ ଚନ୍ଦ୍ର ଶେଖର ଜି ଙ୍କ ମନ୍ତ୍ରୀ ମଣ୍ଡଳ ରେ ରେଳ ରାଜ୍ୟ ମନ୍ତ୍ରୀ ହେଲେ ବିଜୁ ଵାବୁ ସେ ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥିଲେ।
ପ୍ରଧାନ ମନ୍ତ୍ରୀ ଚନ୍ଦ୍ର ଶେଖର ଜି ଏକ ପତ୍ର ଦ୍ୱାରା ରାଜ୍ୟ ମୂଖ୍ୟ ମନ୍ତ୍ରୀ ଙ୍କୁ ପତ୍ର ଲେଖି କଳାହାଣ୍ଡି ଜିଲ୍ଲା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ବିଧାନ ସଭା ରେ ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ର କୁ ପଠେଇଲେ ତୁରନ୍ତ କେନ୍ଦ୍ର ସରକାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ସିଧାସଳଖ କେନ୍ଦ୍ରୀୟ ଅନୁଦାନ ଦେବେ ବୋଲି ପତ୍ର ଦେଇଥିଲେ । କିନ୍ତୁ ରାଜନୀତି ର ଜଣେ ଦକ୍ଷ ଖେଲୁଆଡ ବିଜୁ ବାବୁ ଏହାକୁ ଗ୍ରହଣ କରି ବିଧାନ ସଭାରେ ପାରିତ କରିବା ପରିବର୍ତ୍ତେ ଏକ ଗୃହ କମିତି ଗଠନ କରି ରିପୋର୍ଟ ପ୍ରଦାନ କରିବାକୁ ବ୍ୟବସ୍ଥା କରିଥିଲେ । ସେହି ଗୃହ କମିଟି ରାଜ୍ୟ ରାଜକୋଷ ର ଟଂକା ରେ ଦେଶ ର ଅଧିକାଂଶ ରାଜ୍ୟ ଯେଉଁଠି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଲାଗୁ ହୋଇଥିଲା ସେ ସବୁ ଅଞ୍ଚଳ ବୁଲି କଳାହାଣ୍ଡି ଜିଲ୍ଲା ପାଇଁ ସମ୍ବିଧାନ ର 371 ଧାରା ଅନୁଯାୟୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ ର ଆବଶ୍ୟକତା ନାହି ବୋଲି ରିପୋର୍ଟ ପ୍ରଦାନ କଲେ କାହିଁକ ନା 371 ଧାରା କଳାହାଣ୍ଡି ଜିଲ୍ଲା ପାଈଁ ଲାଗୁ ହେଲେ ଶ୍ରୀ ଭକ୍ତ ଚରଣ ଦାସ ସବୁ ଦିନ ପାଇଁ କଳାହାଣ୍ଡି ଜିଲ୍ଲାରେ ଚିର ସ୍ମରଣୀୟ ହୋଇ ରହିଯିବେ ଓ ଉପକୂଳ ଓଡ଼ିଶା ନେତା ଙ୍କ କୌଣସି ପ୍ରଭାବ ରହିବ ନାହିଁ ଏହି ମନୋଭାବ ଯୋଗୁଁ ଆଜି କଳାହାଣ୍ଡି ଅଭିଶପ୍ତ ଦାୟୀ ଓଡ଼ିଶା ର କଳଙ୍କିତ ଛଳନା ଯୁକ୍ତ ଚାଣକ୍ୟ ନୀତି ରାଜନୀତି ର ନଗ୍ନ ରୂପ ର ଏକ ଉଦାହରଣ ମାତ୍ର । ପରବର୍ତୀ ସମୟରେ ନରସିଂହ ରାଓ ଙ୍କ ନେତୃତ୍ବରେ କଂଗ୍ରେସ୍ ସରକାର କଳାହାଣ୍ଡି ପରିବର୍ତ୍ତେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ କେବିକେ ଯୋଜନା ଲାଗୁ କରିଥିଲେ । କିନ୍ତୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ମୂଖ୍ୟ କାର୍ଯ୍ୟାଳୟ ଭୁବନେଶ୍ଵର ରେ ରଖି ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ର ପରିଚୟ ଦେଇ ଛନ୍ତି । ସେହିପରି ହାଇକୋର୍ଟ ର ଏକ ଡିଭିଜନ ବେଞ୍ଚ ପାଇଁ ଅନେକ ବର୍ଷ ଧରି ଦାବିସତ୍ୱେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଓ ହାଇକୋର୍ଟ ବାର୍ ଆସୋସିଏସନ୍ ମଧ୍ୟ ସିଧା ସଳଖ ବିରୋଧ କରିବା ଘଟଣା ପଶ୍ଚିମ ଓଡ଼ିଶା ବାସି ଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ହେୟ ଜ୍ଞାନ କରିବା ଓ ବୈମାତୃକ ମନୋଭାବ ର ଏକ କଳଙ୍କିତ ଇତିହାସ ର ଝଲକ ମାତ୍ର । ଲଗାତାର ଭାବରେ କଳାହାଣ୍ଡି ଜିଲ୍ଲାର ସମସ୍ୟା କୁ ନେଇ ଆନ୍ଦୋଳନ ଫଳରେ ଇନ୍ଦ୍ରାବତୀ ଜଳସେଚନ ଯୋଜନା ଆଂଶିକ ସମ୍ପୂର୍ଣ ହେବା ଯୋଗୁଁ ଆଜି ଧାନ ଅମଳରେ କଳାହାଣ୍ଡି ଜିଲ୍ଲା ଦେଶର ଶୀର୍ଷ ସ୍ଥାନରେ ରହିଛି । ତଥାପି ମଧ୍ୟ ଆଜିବି ନିଜ ତୁଣ୍ଡ ଝାଲ ମୁଣ୍ଡରେ ମାରି ଚାଷୀ ଅମଳ କରୁଥିବା ଧାନ ର ଉଚିତ୍ ମୂଲ୍ୟ ପାଇ ପାରୁନାହିଁ । ମାଫିଆ, ମିଲର, ପ୍ରଶାସନ ମିଳିତ ଭାବେ ବର୍ଷ ବର୍ଷ ଧରି ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଲୁଟ କରିଚାଲି ଥିବା ଅଭିଯୋଗ ହେଉଛି କିନ୍ତୁ ରାଜ୍ୟ ସରକାର୍ ନୀରବଦ୍ରଷ୍ଟା। ଆଦରଣୀୟ ଭକ୍ତ ଦାସ ଙ୍କୁ ଛାଡି ଦେଲେ ଜିଲ୍ଲାର କୌଣସି ବିଧାୟକ, ସାଂସଦ କିମ୍ବା ଭୋଟର୍ ଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧି ଜିଲ୍ଲା ବହୁତ୍ ଦୂର ର କଥା ନିଜସମ୍ପୂର୍ଣ ନିର୍ବାଚନ ମଣ୍ଡଳୀ କୁ ପାଦ ରେ ଚାଲି ଦେଖିବା ସ୍ଵପ୍ନ ଓ ଏପରିକି ନିଜ୍ ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମ ମଧ୍ଯ ଦେଖି ନାହାନ୍ତି। ଏହି ପରି ନେତୃତ୍ୱ ଯୋଗୁଁ ଆଜି ବି କଳାହାଣ୍ଡି ଅବହେଳିତ ଓ ଜିଲ୍ଲା ପାଇଁ ଦୁର୍ଭାଗ୍ୟ ଜନକ। ଲଗାତାର ଆନ୍ଦୋଳନ, ପଦଯାତ୍ରା, ଘେରାଉ, ଧାରଣା, ଅନଶନ ଯୋଗୁଁ ଆଜି କଳାହାଣ୍ଡି ଜିଲ୍ଲାର ଭୟାବହ ଚିତ୍ର ବଦଳିଛି । ମୋ ପାଞ୍ଚ ମାସ ର ଝିଅ ମେନିଞ୍ଜାଇଟିସ୍ ରୋଗ ରେ ଆକ୍ରାନ୍ତ ହୋଇ ଦୀର୍ଘ ତିନି ମାସ ଧରି ଭବାନୀ ପାଟଣା ମୂଖ୍ୟ ଡାକ୍ତର ଖାନା ରେ ମୃତ୍ୟୁ ସହିତ ସଂଗ୍ରାମ କରି 4 ଅକ୍ଟୋବର 1987 ରେ ପରଲୋକ ଗମନ କରିଥିଲା ମୁଁ ଅଙ୍ଗେ ନିଭାଇଚ୍ଛି ସେହି ମୃତ୍ୟୁ ର କରାଳ ରୂପ କୁ କିନ୍ତୁ ଯେଉଁ ମାନେ ସେହି 80 ଦଶକ ର କଳାହାଣ୍ଡିର ସେହି ଭୟାବହ ଚିତ୍ର ଦେଖି ନାହାନ୍ତି, ସେ ସମୟର କଳାହାଣ୍ଡି ଜିଲ୍ଲାର ଉପେକ୍ଷିତ ଚାଷୀ, ଦଳିତ, ନିଷ୍ପେସିତ ସରଳ ଦୁର୍ଗମ ଅଞ୍ଚଳ ର ଆଖିର ଲୁହ ଓ ପେଟର ଭୋକ, ଔଷଧ ବିକଳ ରେ ମେନିଞ୍ଜାଇଟିସ୍ ରୋଗ ର ଭୟାବହତା ଦେଖି ନାହାନ୍ତି, ସେମାନେ ଆଜି ବାହାଦୂରୀ ମାରି କହୁଛନ୍ତି କଳାହାଣ୍ଡି ଭୋକର ଭୂଗୋଳ ନୁହେଁ ।କଳାହାଣ୍ଡି କୁ ବଦନାମ କରା ଯାଇଛି । ତେବେ ବାସ୍ତବିକତା କୁ ତାଛଲ୍ୟ କରିବା ସହିତ ସମାନ।
ଆଗକୁ ଏହିପରି ଅନେକ ବିଷୟ ଉପରେ ପରବର୍ତ୍ତୀ ସମୟରେ ଲେଖିବାକୁ ଚେଷ୍ଟା କରିବି ।
ଶୁଭ ରାତ୍ରୀ। ।
ମହମ୍ମଦ ଅଲ୍ଲୀ ଖାଁ,
ବରିଷ୍ଠ ସାମ୍ବାଦିକ, କଳାହାଣ୍ଡି ।
Post a Comment