ଜୁନାଗଡ଼ - ଏହିଥାନା ଅନ୍ତର୍ଗତ ବାଙ୍କପଲାସ ଗାଁରେ ଆଜି ଘଟିଛି ଏକ ଅଘଟଣ, କେଉଁ ଦୁର୍ବୃତ୍ତ ଜଣକ ନିଆଁ ଲଗାଇ ଦେବାରୁ ଘରର ସବୁକିଛି ଭଷ୍ମିଭୁତ ହୋଇଯାଇଛି, ଧନେଶ୍ଵର ମାଝିଙ୍କ ସ୍ତ୍ରୀ କୌଶଲ୍ୟା ମାଝିଙ୍କ ଏତାଲା ଅନୁସାରେ ଗତ ୧୬ତାରିଖ ରାତିରେ ଘରେ କେହି ନ ଥିଲେ, ସ୍ୱାମୀ ନିଜସ୍ବ କାମରେ ଅନ୍ୟତ୍ର ଯାଇ ଫେରିନଥିବା ବେଲେ କୌଶଲ୍ୟା ଯାଇ ପଡୋଶୀ ଘରେ ରାତ୍ରି ଯାପନ କରିଥିଲେ, ବିଲମ୍ଭିତ ରାତ୍ରରେ ପାଖପଡିଶାଙ୍କ ପାଟିତୁଣ୍ଡ ଶୁଭିଥିଲା,ଉଠି ଦେଖିବା ବେଳକୁ କୌଶଲ୍ୟାଙ୍କ ଘରରେ ନିଆଁ ହୁତୁହୁତୁ ହୋଇ ଜଳୁଛି,ପାଖପଡିଶା ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ, ହେଲେ ଏତିକି ସମୟରେ କୌଶଲ୍ୟାଙ୍କ କଷ୍ଠଉପାର୍ଜିତ ପ୍ରାୟ ଛଅ କ୍ୟୁଣ୍ଟାଲ କପା ଜଳି ପାଉଁଶ ହୋଇଶାରିଥିଲା,
ଏଥିସହିତ ଘରର ଆସବାବପତ୍ର ଓ ଘର ଜଳି ଏବେ ସେ ବେସାହାରା ପାଲଟିଯାଇଛନ୍ତି, ଆଜି ଜୁନାଗଡ ଥାନାରେ ଯାଇ ଏତଲା ଦାୟର କରିବା ପରେ ଜୁନାଗଡ ଏଏସଆଇ ମୁରଳି ମୋହନ ପିଡିକାଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ପିସିଆର ଭ୍ୟାନରେ ଆସି ତଦନ୍ତ କରି ଫେରିଯାଇଛନ୍ତି,ଏତଲାକାରିଣୀ ଗରିବ ଶ୍ରେଣୀର ହୋଇଥିବାରୁ ଦୁର୍ବୃତ୍ତଙ୍କୁ ଧରି ଦଣ୍ଡବିଧାନ କରିବା ସହିତ ସରକାରି ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମହଳରେ ଦାବି ହେଉଛି,
Post a Comment