କାସୁଆରୀ ପକ୍ଷୀ ପାଇଁ ସ୍ବତନ୍ତ୍ର ଏନକ୍ଲୋଜର ମଧ୍ୟ ଲୋକାର୍ପିତ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ଏହାସହ ଗୋଟିଏ ସିଂହ ଶାବକ ଓ ୨ଟି ବାଘ ଶାବକର ନାମକରଣ କରାଯାଇଛି । ବାଘୁଣୀ ଅଙ୍କିତାର ଶାବକ ନାମ ଶ୍ରୀ, ତୃପ୍ତି, ଜୟଶ୍ରୀ, ଅମିତ୍ ରଖାଯାଇଥିବା ବେଳେ ବାଘୁଣୀ ରୂପାର ଶାବକ ନାମ ଅମୃତା, ଶିବ ରଖାଯାଇଛି । ବିଜୁଳି ସିଂହୀର ଶାବକ ନାମ ଶ୍ରଦ୍ଧା, ରିମା, ଅନାମିକା, ଯୁବରାଜ ରଖାଯାଇଥିବା ବେଳେ ରେୱା ସିଂହୀର ଶାବକ ନାମ ମାୟା, ଶିବମ ରଖାଯାଇଛି । ସେହିପରି ହାତୀ ଶାବକ ନାମ ଅଭି, ଆଶା ରଖାଯାଇଛି । ଆଗାମୀ ଦିନରେ ଜଳଜ ଉଦ୍ଭିଦର ବିଭିନ୍ନ ପ୍ରଜାତିର ଜଳଜ ଘାସ, ଜଳମଗ୍ନ, ଭାସମାନ ଗାସ ଦେଖିପାରିବେ ।
ସେହିପରି ୪୪ପ୍ରକାର କଇଁ, ପଦ୍ମ ଆଦି ୨୨୫ପ୍ରଜାତିର ଜଲଜ ଉଦ୍ଭିଦ ମୋଗଲ ଗାର୍ଡେନରେ ଦେଖିପାରିବେ ପର୍ଯ୍ୟଟକ । ଏହାସହ ୪.୪ ଏକର ଜାଗାରେ ବାଉଁଶ ଉଦ୍ୟାନ ନିର୍ମିତ କରାଯାଇଛି । ୭୦ ପ୍ରକାରର ବାଉଁଶ ଏହି ଉଦ୍ୟାନରେ ଦେଖିବାକୁ ମିଳିବ । ଏହାସହ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଚିଡ଼ିଆଖାନାକୁ ଆସିଥିବା ବିରଳ ପ୍ରଜାତିର ଏକହଳ ଓ୍ବାଲିବ ଓ ଏକହଳ ଲିଭିଙ୍ଗଷ୍ଟୋନ ଟୁରକେକୁ ସ୍ବତନ୍ତ୍ର ଖୁଆଡ଼ରେ ଛଡାଯିବ ।
Post a Comment