କଲମପୁର:-----( ତର୍ଜମା ନ୍ୟୁଜ ) ପ୍ରେମକରି ଜୀବନ ସାଥି ହେବାକୁ ଦୁହେଁ ଘରଛାଡି ଚାଲିଯାଇଥିଲେ ।ଏପଟେ ଯୁବତୀର ପରିବାର ଲୋକେ ପୁଲିସରେ ମାମଲା ଦାୟର କରିଥିଲେ ।କୋୖଶଲ କରି ପ୍ରେମୀ ଯୁଗଳକୁ ଘରକୁ ଡକାଗଲା, ଏ ସମୟରେ ପୁଲିସ ମାଡିବସି ଉଭୟଙ୍କୁ ତଦନ୍ତ ପାଇଁ ଥାନାକୁ ନେଇ ଆସିବା ବେଳକୁ ଏ ଖବର ପହଞ୍ଚିଲା ସ୍ଥାନୀୟ ସରପଞ୍ଚ ଙ୍କ ନିକଟକୁ ।ସରପଞ୍ଚ ଓ ଗ୍ରାମବାସୀ ଏକତ୍ରିତ ହୋଇ ଏକ ବୈଠକ ବସିଲେ , ଗାଁରେ ନିଷ୍ପତ୍ତି ହେଲା ଉଭୟ ପ୍ରେମିଯୁଗଳଙ୍କୁ ବିବାହ କରେଇଦେବା । ତେବେ ଏକାର୍ଯ୍ୟ କରିବ କିଏ,? ଯୁବକର ବୟସ ୨୧ ଓ ଯୁବତୀଙ୍କ ବୟସ ୨୨ ହୋଇଥିଲେ ହେଁ ଉଭୟଙ୍କ ପରିବାର ବିବାହ କରେଇବାକୁ ରାଜି ହୋଇନଥିଲେ , କାରଣ ଥିଲା ଯୁବକ ଜଣକ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଯୁବତୀ ଜଣକ ପଛୁଆବର୍ଗ ଶ୍ରେଣୀର ।
ଏପରି ସ୍ଥଳେ କଲମପୁର କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା ଓ ତାଙ୍କ ସହଧର୍ମିଣୀ ଆଗେଇ ଆସି ବିବାହର ସମସ୍ତ ଖର୍ଚ୍ଚ ବହନ କରିବାକୁ ମୁକ୍ତ ହସ୍ତରେ ପ୍ରକାଶ କରିଥିଲେ । ଆଜି ବୁଧବାର ଦିନ ପୁଲିସକୁ ଏନେଇ ସୁଚନା ଦେଇଥିବା ବେଳେ କନ୍ୟାପିତା ଭାବେ ସରପଞ୍ଚ ଦମ୍ପତି ପୂଜକ ଡାକି ରୀତିନୀତି ଅନୁସାରେ ବିବାହ କରାଇଥିଲେ । ଏଥିସହ ଗ୍ରାମବାସୀଙ୍କୁ ବିବାହ ଭୋଜି ଦେଇଥିବା ବେଳେ ଅଞ୍ଚଳରେ ଏହା ପ୍ରଥମ ଓ ବିରଳ ଘଟଣା ଯୋଗୁଁ ଆଜି ଦିନ ତମାମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସରପଞ୍ଚ ଶ୍ରୀ ପଣ୍ଡାଙ୍କ ମହତ ପଣିଆକୁ ସମଗ୍ର ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରାଯାଉଥିବା ବେଳେ ଗ୍ରାମବାସୀ ମାନେ ପ୍ରେମିଯୁଗଳଙ୍କ ମଙ୍ଗଳ କାମନା କରିଛନ୍ତି ।ସତରେ ଏଭଳି ଜଣେ ନିର୍ବାଚିତ ପ୍ରତିନିଧି ପାଇବା ଆଜିକା ସମୟରେ କ୍ଵଚିତ ଦେଖିବାକୁ ମିଲେ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।ଉକ୍ତ କାଯ୍ୟ କର୍ମ କୁ ହରିଶଙ୍କର ଦୀପ ଙ୍କ ସମେତ ଅନେକ ଗ୍ରାମ ବାସୀ ସହଯୋଗ କରିଥଲେ।




Post a Comment