ଦାଦନ ନାବାଳିକାଙ୍କ ଇଟା ଫ୍ୟାକ୍ଟ୍ରିରୁ ଉଦ୍ଧାର ପାଇଁ ପ୍ରଶାସନକୁ ଆକୁଳ ନିବେଦନ
ଜୁନାଗଡ଼ :-
( ତର୍ଜମା ନ୍ୟୁଜ)
ଜନୈକା ନାବାଳିକା ଦାଦନ ଯାଇ ଘରକୁ ଫେରିପାରୁନାହି, ନାବାଳିକା ସେଠାରୁ ଉଦ୍ଧାର ହେବାକୁ ଯେତେ ଚେଷ୍ଟା କରିବି ବିଫଳ ହେବାରୁ କୌଣସି ପ୍ରକାରେ ଫୋନକରି ସେଠାରୁ ଉଦ୍ଧାର କରିବାକୁ ଘରଲୋକଙ୍କ ସହାୟତା ଲୋଡିଛନ୍ତି । ହେଲେ ଘରଲୋକେ ନାବାଳିକା ଯାଇଥିବା ସ୍ଥାନ ବିଷୟରେ ଜାଣିନଥିବାରୁ ନିରୁପାୟ ହୋଇ ପ୍ରଶାସନ ହସ୍ତକ୍ଷେପ କରି ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି । ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିଗୁଡା ଫାଣ୍ଡି ଅଧିନସ୍ତ ବାନ୍ଧନପଲା ଗୌନ୍ତିଆ ପଡାର କୃଷ୍ଣ ଖର୍ସେଲଙ୍କ ଝିଅ ନିରୁପମା ଖର୍ସେଲ ଗତ ଦଶହରା ସମୟରେ କିଛି ଲୋକଙ୍କ ସହିତ ରାମଗୁଣ୍ଡା,ନାଗାରାମ କୁ କାମ କରିବାକୁ ଯାଇଥିଲେ,ସେଠାରେ ସେ ସତ୍ୟନାରାୟଣଙ୍କ ଇଟା ଫ୍ୟାକ୍ଟ୍ରିରେ କାମକରୁଥିଲେ, କାର୍ଯ୍ୟ ସ୍ଥଳରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉନଥିବା ବେଳେ ଭୋକ ଉପାସରେ ବି କାମ କରିବାକୁ ବାଧ୍ୟ କରାଯାଉଥିଲା,କାମ ନ କଲେ ତେନ୍ତୁଳି ବାଡ଼ିରେ ପ୍ରବଳ ମାଡ ଦିଆଯାଉଥିଲା । ଏଥିପାଇଁ ନିରୁପମାର ଦେହ ଅସୁସ୍ଥ ହୋଇ ଏବେ ସେ ପ୍ରବଳ ଜ୍ୱରରେ ପିଡିତ ହୋଇ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ଏହି ଅଞ୍ଚଳରୁ ନିରୁପମା ସମେତ ୫/୬ଜଣକୁ କାର୍ଲିଗ୍ରାମର ଜନୈକ ମଧ୍ୟସ୍ଥି ପ୍ରଲୋଭିତ କରି ନେଇଥିବା ବେଳେ ଏବେ ତାର ଖୋଜ ଖବର ମିଲିପାରୁନାହି । ଏପଟେ ୧୩ ବର୍ଷିୟା ନାବାଳିକୁ ନେଇଯାଇଥିବା ମଧ୍ୟସ୍ଥି ନିରୁପମାକୁ ବନ୍ଧା ପକାଇ ଚାଲି ଆସିଛନ୍ତି କି ବୋଲି ପରିବାର ଲୋକେ ସଂଦେହ ପ୍ରକାଶ କରିଛନ୍ତି ।ଯାଇଥିବା ୫/୬ଜଣଙ୍କ ମଧ୍ୟରୁ ୨/୩ ଜଣ ଲୁଛିଛପି ଫେରିଆସିଥିବା କୁହାଯାଉଥିବା ବେଳେ ଇଟା ଫ୍ୟାକ୍ଟ୍ରି ମାଲିକଙ୍କ ଟର୍ଚର ଓ ଏକ ସପ୍ତାହ କାମ କଳା ପରେ ଶନିବାର ଦିନ ମାତ୍ର ଚାରିଶହ ଟଙ୍କା ପାରିଶ୍ରମିକ ଦେଉଥିବା ଭଳି ଲୋମଟାଙ୍ଗୁରା କରୁଣ କାହାଣୀ ବଖାଣିଛନ୍ତି, ପ୍ରଶାସନ ତତ୍ପରତା ପ୍ରକାଶ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମହଳରେ ଦାବି ହେଉଛି ।



Post a Comment