//BREAKING//
Loading...

ମାଳିକ ଘର କୂଅରେ ପଡି ବୃଦ୍ଧ ମୃତ, ହତ୍ୟା ଅଭିଯୋଗ କରିଛନ୍ତି ପରିବାର !!!

 ମାଳିକ ଘର କୂଅରେ ପଡି ବୃଦ୍ଧ ମୃତ, ହତ୍ୟା ଅଭିଯୋଗ କରିଛନ୍ତି ପରିବାର !!!


 ଜୁନାଗଡ:-----

( ତର୍ଜମା ନ୍ୟୁଜ)


  ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିଗୁଡା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଫାଣ୍ଡି ଅଧିନସ୍ତ ଚୋରଖସିଗୁଡା ଗ୍ରାମର ସାନ୍ତନୁ ଭୋଇ ୫୦ ବାନ୍ଧନପଲା ଗ୍ରାମର ବିଶିକେସନ ନାଗ ଘରରେ ରହି ଭାଗଚାଷୀ ଭାବେ କାମ କରୁଥିଲେ । ସାନ୍ତନୁ ଭୋଇ ସବୁଦିନ ଭଲି ବିଛଣାରୁ ଉଠି ଗଲା ପରେ ତାର ଦେଖାଦର୍ଶନ ମିଲିନଥିଲା

 । ଅପରାହ୍ନ ପ୍ରାୟ ୫ଟାରେ ବିଶିକେସନଙ୍କ ଘରେଥିବା କୂଅରେ ପଡ଼ିଥିବା ଜଣାପଡିଥିଲା,ଖବର ଦେବାରୁ କଲମପୁର ଦମକଳ ବାହିନୀ ଯାଇ ଶବ ଉଦ୍ଧାର କରିଥିଲେ । ପୁଲିସ କୌଣସି କାରଣରୁ ପହଞ୍ଚି ନପାରି ଶବକୁ କୂଅ ନିକଟରେ ରଖିଥିବାକୁ କହିଥିଲେ, ହେଲେ ଘର ମାଲିକ ବିଶିକେସନ ଶବକୁ ଖଟିଆରେ ଚୋରଖସିଗୁଡା ଗ୍ରାମକୁ ପଠାଇ ଦେଇଥିଲେ, ସେଠାରେ ଶବଦାହ ଉଦ୍ୟମ ସମୟରେ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଜୁନାଗଡ ପଠାଇ ତଦନ୍ତ ଚଲାଇଛନ୍ତି । ଚୋରଖସିଗୁଡାରେ ମୃତକ ସାନ୍ତନୁଙ୍କ ପୁଅ ଝିଅ ରହିଛନ୍ତି, ସ୍ତ୍ରୀ ପରଘର କରିଥିବା ବେଳେ ପାରିବାରିକ କଳହ ଯୋଗୁଁ ମୃତକ ସାନ୍ତନୁ ଭୋଇ ବିଶିକେସନ ନାଗଙ୍କ ଘରେ ଏକୁଟିଆ ରହି ଆସୁଥିଲେ, ମୃତକଙ୍କ କାନରେ ରକ୍ତ ସ୍ରାବ ହୋଇଥିବାରୁ ଏହା ହତ୍ୟା ହୋଇଥାଇ ପାରେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି,ବଡ ପୁଅ ଓ ଝିଅ ଦାଦନ ଯାଇଥିବାବେଳେ ବଡ଼ମାଆଙ୍କ ଭରସାରେ ଅନ୍ୟ ଦୁଇ ଝିଅ ଓ ଜଣେ ପୁଅ ଚୋରଖସିଗୁଡାରେ ରହିଛନ୍ତି,ସ୍ତ୍ରୀ ମଧ୍ୟ ପରଘର କରି ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି ।ମୃତକ ଧାନ ଅମଳରୁ ପାଇଥିଲା ଟଙ୍କା କିଏ ନେଲା, କେମିତି ତା କାନରୁ ରକ୍ତ ସ୍ରାବ ହେଲା ଏଥିପାଇଁ ଆମକୁ ସଂଦେହ ଲାଗୁ ଛି ବୋଲି ପରିବାର ଲୋକେ କହିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe