ଗୋଲାମୁଣ୍ଡା:- ବ୍ଳକ ଚିଚିଆ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ହେରଫେର ଘଟଣା ସାମ୍ନାକୁ ଆସିଛି, ଅଭିଯୋଗ ଅନୁସାରେ ପ୍ରକୃତ କାର୍ଯ୍ୟକର୍ତ୍ତା ପାରିଶ୍ରମିକ ଟଙ୍କା ପାଇନଥିବା ବେଳେ ଅନ୍ୟ ଲୋକଙ୍କ ନାମରେ ଟଙ୍କା ପଡିଛି, ଫଳରେ ଶ୍ରମିକ ମାନେ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି,ଭୁଲାଇ ଦେବାକୁ କହୁଛନ୍ତି , ସେମାନଙ୍କ ବିଲ ପଠାଯାଇଛି, ଟଙ୍କା ପଡିପାରୁ ନାହିଁ,ଏ ନେଇ ଆମେ ଗ୍ରାଉଣ୍ଡ ଜିରୋରେ ତଥ୍ୟ ସଂଗ୍ରହ କରିଥିଲୁ, ଶ୍ରମିକ ମାନଙ୍କ ଅଭିଯୋଗ ଆଧାରରେ ଆମେ କାଗଜପତ୍ର ତନଖି କଲୁ, ସେଠାରୁ ଜଣାଯାଏଯେ ଗୋଲାମୁଣ୍ଡା ବ୍ଲକ ଚିଚିଆ ପଞ୍ଚାୟତର ସାରସଗୁଡା ଗ୍ରାମଜଡା ବନ୍ଧଳି ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୦୨୩/୨୪ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ଅଟକଳରେ ମନରେଗା କାର୍ଯ୍ୟ କରାଯାଇଛି, ପ୍ରଥମ ବିଲ ୪/୫/୨୦୨୩ ରୁ ୧୦/୫/୨୦୨୩ ତାରିଖ ଅର୍ଥାତ ୬ ଦିନ କାମ ପାଇଁ ୪୦୩ ଜଣ ଶ୍ରମିକଙ୍କ ବିଲ ହୋଇଥିବା ବେଳେ ଶେଷ ବିଲ ୧୫/୬/୨୦୨୩ ରୁ ୨୧/୬/୨୦୨୩ ରେ ହୋଇଥିବା ବେଳେ ସମୁଦାୟ ବିଲ ୭ ଲକ୍ଷ ୫୨ ହଜାର ୬୭୭ ଟଙ୍କା କରାଯାଇଛି|
ତେବେ ପ୍ରଶ୍ନ ହେଲା କେମିତି ଜିଆରଏସ ମହାଶୟ ବିଲ ହୋଇନଥିବା କହିଛନ୍ତି, ଯେତେବେଳେ ଏସବୁ ବିଷୟ ଭାରପ୍ରାପ୍ତ ଜିଆରଏସ ପ୍ରବିଣ ମଶ୍ରାକୁ ଜଣାଇବା ପରେ ବାବୁ ଜଣକ ଆମକୁ ସରପଞ୍ଚ ସହିତ କଥାହେବାକୁ କହିଛନ୍ତି, ଆମେ ପଚାରିଲୁ ସରପଞ୍ଚ ସହିତ କ'ଣ କଥା ହେବୁ, ବାବୁ ଜଣକ କଥାଛଳରେ କହିଲେ ସେ ହିଁ ସବୁ ବୁଝିବେ,ଏଥିରୁ ଆମକୁ ଅବୁଝା ରହିଲା ନାହିଁ, ନିଶ୍ଚିତ ଭାବେ ଏମାନେ ଗରିବ ଖଟିଖିଆଙ୍କ ଟଙ୍କା ହେରଫେର କରି ଗିଲିପକାଇଛନ୍ତି |
ତେବେ ଦେଖିବାକୁ ବାକି ରହିଲା ଏହି କାର୍ଯ୍ୟର ତଦନ୍ତ କେବେ ହେବ ? ବିଭାଗୀୟ ଅଧିକାରୀ କି ପଦକ୍ଷେପ ଗ୍ରହଣ କରିବେ ଓ ଗରିବ ଶ୍ରମିକ ମାନେ ତାଙ୍କ ପାରିଶ୍ରମିକ କେବେ ଫେରି ପାଇବେ ତାହା ଆଗାମୀ ଦିନରେ ଜଣାପଡିବ,ଗୋଲାମୁଣ୍ଡା ବ୍ଲକ ରୁ ପୂର୍ଣ୍ଣ ଚନ୍ଦ୍ର ସେନାପତି ଙ୍କ ରିପୋର୍ଟ ତର୍ଜମା ନିୟୁଜ





Post a Comment