କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଲୟ ଠାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଗୁରୁବାର ୫ ଟା ସମୟରେ ଡାଇଲିସିସ ସେଣ୍ଟର ଉଦଘାଟିତ ହୋଇଯାଇଛି। ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ମୌଶୋଧି ବାଗ,ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଉପଜିଲ୍ଲାପାଳ ଧୀମାନ ଚୋକମା,ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର,ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ପରିସର ଠାରେ ପିପି ମୋଡ଼ ରେ କାର୍ଯ୍ୟ କ୍ଷମ ହୋଇଥିବା ଡାଇଲିସିସ ସେଣ୍ଟର ରେ ରୋଗୀ ସେବା ପାଇଁ ୪ ଟି ବେଡ଼ ଉପଲବ୍ଧ ରହିଛି। କାର୍ଯ୍ୟକ୍ରମ ରେ ବିଡିଓ ହିମାଞ୍ଚଳ ମାଝୀ, ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ଅତିରିକ୍ତ ଉପଜିଲ୍ଲାପାଳ ଅଜୟ କୁମାର ତୀରକି, ସହକାରୀ ଜିଲ୍ଲାପାଳ ଧରଣୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ।
ଧର୍ମଗଡ ଉପଖଣ୍ଡ ଚିକିତ୍ସାଲୟ ଠାରେ ଡାଇଲିସିସ ସେଣ୍ଟର ଉଦଘାଟିତ
By: Tarzama News
0




Post a Comment