ଦଶପୁର ରେ ଛାତରୁ ଖସି ନାବାଳକ ଗୁରୁତର
ଗୋଲାମୁଣ୍ଡା:-----
( ତର୍ଜମା ନ୍ୟୁଜ)
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଦଶପୁର ସ୍ଥିତ ଏକ ଘରର ଛାତରୁ ଖସି ନାବାଳକ ଗୁରୁତର। ସୂଚନା ଥାଉକି ଦଶପୁର ଗ୍ରାମର ବିମଳ ସେଠୀ ନାମକ ଜଣେ ନାବାଳକ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଛାତକୁ ଖେଳିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଛାତରୁ ଖସି ଗୁରୁତର ହୋଇଥିଲେ। ଛାତରୁ ଖସି ଯିବା ଫଳରେ ଲୁହା ରଡ଼ ଟି ପେଟ ର ଆର ପାର ହୋଇ ଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଲୟ କୁ ଡାକ୍ତର ସ୍ଥାନାନ୍ତର କରିଥିଲେ । ଗୁରୁତର ଅବସ୍ଥାରେ ବିମଳ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସାଧିନ ଥିବା ଓ ଗୋଲାମୁଣ୍ଡା ଅଞ୍ଚଳ ର ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଉପସ୍ଥିତ ରହି ସହଯୋଗ କରିଥିଲେ।
ତେବେ ଭବାନୀ ପାଟଣା ଡାକ୍ତର ଖାନା ରେ ଏକ ଡ଼ାକ୍ତରୀ ଟିମ ବିମଳ ର ସଫଳ ଅପରେସନ କରି ଲୁହା ଛଡ ବାହାର କରି ଥିବା ଓ ନାବାଳକ ର ଅବସ୍ଥା ସ୍ଥିର ଥିବା ବିଶେଷ ସୁତ୍ର ରୁ ଜଣା ପଡିଛି।



Post a Comment