//BREAKING//
Loading...

ବରିଷ୍ଠ ନାଗରିକ ମାନଙ୍କ ସମସ୍ଯା ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ଧ୍ଯାନ ଦିଅନ୍ତୁ।

 ବରିଷ୍ଠ ନାଗରିକ ମାନଙ୍କ ସମସ୍ଯା ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ଧ୍ଯାନ ଦିଅନ୍ତୁ।


ବ୍ରହ୍ମ ପୁର:----

(ତର୍ଜମା ନ୍ୟୁଜ )

ବରିଷ୍ଠ ନାଗରିକ ମାନେ ସମାଜ ଓ  ଦେଶର ଦିଗ୍ ଦର୍ଶକ ,ସେମାନଙ୍କର ସମସ୍ଯା ପ୍ରତି ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ସମୟୋପଯୋଗୀ ପଦକ୍ଷେପ ନେବାପାଇଁ କେ.ଟ.ଏନ୍.ପୁର ବରିଷ୍ଠ ନାଗରିକ ମଞ୍ଚ ଚତୁର୍ଥ ପ୍ରତିଷ୍ଠା ଉତ୍ସବରେ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି।ସମାଜକୁ ଠିକ୍ ରାସ୍ତାରେ ଚଲାଇବା ପାଇଁ ଯୁବ ସମାଜକୁ ଶୃଙ୍ଖଳିତ କରି ଗଢି ତୋଳିବାରେ ବରିଷ୍ଠ ନାଗରିକ ମାନଙ୍କର ଭୂମିକା ଗୁରୁତ୍ବ ପୂର୍ଣ୍ଣ।ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଚତୁର୍ଥ ବାର୍ଷିକ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ନବୀନ ର ସଂପାଦକ ରବି ରଥ ମୁଖ୍ଯ ବକ୍ତା ରୂପେ ଯୋଗ ଦେଇ ବରିଷ୍ଠ ମାନଙ୍କୁ ସବୁ ସ୍ତରରେ ସମ୍ମାନ ଦେବା ଉପରେ ବକ୍ତବ୍ଯ ରଖି ସେମାନଙ୍କର ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଧ୍ଯାନ ଦେବା ପାଇଁ ଦାବୀ ରଖିଥିଲେ।ମୁଖ୍ଯ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ ,ସମ୍ମାନିତ ଅତିଥି ରୂପେ ଉଦ୍ଯୋଗ ପତି ଶୁଭେନ୍ଦୁ କୁମାର ସାହୁ,ଟାଙ୍ଗଣା ପଲ୍ଲୀ ସମିତି ସଭ୍ଯା ମୀନା କୁମାରୀ ସାହୁ,ପୂର୍ବତନ ସରପଞ୍ଚ ସୁନିତା ବିଷୋୟୀ,ଗ୍ରାମ ସଭାପତି ଅମରେଶ୍ବର ସାହୁ,ଗଂଜାମ ଏନ୍.ଏ.ସି.ବରିଷ୍ଠ ମଞ୍ଚ ର ବିନୋଦ ମହାପାତ୍ର,ଆସ୍କା ର ସମାଜ ସେବୀ ବଂଶୀଧର ନାହାକ, ରୋଟାରୀ କ୍ଳବ ଅଫ୍ ଈଷ୍ଟର ସଭାପତି ନାରସୁ ଜେନା ଅଜିତ ପୃଷ୍ଟି,ପ୍ରଦୀପ ପଣ୍ଡା ,ଜୟନ୍ତ ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ଯ ରଖିଥୁଲେ।ଉପଦେଷ୍ଟା କୋରା ମହାରଣା ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବିବରଣୀ ପ୍ରଦାନ କରିଥିଲେ।ମଞ୍ଚର ସଂଯୋଜକ ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସମସ୍ତ କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ।ଆଜିର ଦିବସରେ ତାଙ୍କର ଜନ୍ମ ଦିବସରେ ତାଙ୍କର ଛାତ୍ର ମାନଙ୍କ ତରଫରୁ ଏବଂ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଉଛ୍ବସିତ ସମ୍ବର୍ଦ୍ଧନା 

ଜ୍ଞାପନ କରାଯାଇଥିଲା।ଗ୍ରାମର ବିଭିନ୍ନ ବିଷୟରେ ଦକ୍ଷତାଧାରୀଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe