ବେକ ଫୁଟ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା : ସାଧନା ଭରସାରେ ପୁଣି ଟିକଟ ଆଶାୟୀ !!
ଭବାନୀ ପାଟଣା:-----
( ତର୍ଜମା ନ୍ୟୁଜ )
କଳାହାଣ୍ଡି ସାଂସଦ ଙ୍କ ପିଛା ଛାଡୁ ନାହି ଦଳୀୟ କନ୍ଦଳ । ଅବିଭକ୍ତ କଳାହାଣ୍ଡି ଜିଲ୍ଲା ସଂସଦୀୟ କ୍ଷେତ୍ର ପାଇଁ ରାଜ୍ୟ ସଭାପତି ପଦବୀର ସଦୁପ ଯୋଗ କରି ସାଂସଦ ପ୍ରାର୍ଥୀ ଭାବରେ ଟିକେଟ ହାସଲ କରିବା ପରେ କେବଳ ନିଜ ପରିବାର ଓ ସମ୍ପର୍କୀୟ ମାନଙ୍କ ଗହଣରେ ରହିବାକୁ ବେଶୀ ପସନ୍ଦ କରୁଥିବା ଅଭିଯୋଗ ହେଉଥିଲା । ଏପରିକି କଳାହାଣ୍ଡି ଜିଲ୍ଲାର 36 ଗୋଟି ବିଜେପି ଜୋନ ଏବଂ ଅନ୍ୟାନ୍ୟ ଛାମୁଆ ସଂଗଠନ ର କର୍ମକର୍ତ୍ତା ଙ୍କୁ ଚିହ୍ନି ନଥିବା ଆଜି ମଧ୍ୟ ଅଭିଯୋଗ ହୋଇ ଆସୁଛି । ପୂର୍ବରୁ ନୂଆପଡ଼ା ବିଧାନ ସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ବସନ୍ତ ପଣ୍ଡା ନିଜ ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ ନ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ରେ ରାଜ୍ୟ ବିଜେପି ର ସଭାପତି ପଦ ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଧାୟକ ଭାବେ ଜିତିବା ଅସମ୍ଭବ ଥିବା ଜାଣି ରାଜ୍ୟ ସଭାପତି ପଦବୀ ର ଭରପୁର ଫାଇଦା ଉଠାଇ ୨୦୧୯ ସାଂସଦ ପ୍ରାର୍ଥୀ ଭାବେ ଟିକଟ ହାସଲ କରି ମୋଦୀ ଙ୍କ ପ୍ରବଳ ହାୱା ରେ ନିର୍ବାଚନୀ ବୈତରଣୀ ପାର ହୋଇଥିଲେ ହେଁ ଦୀର୍ଘ ପାଞ୍ଚ ବର୍ଷ ପରେ ଆଜି ମଧ୍ୟ କଳାହାଣ୍ଡି ବିଜେପିର 36 ଗୋଟି ଜୋନ ସଭାପତିଙ୍କୁ ଚିହ୍ନି ନ ଥିବା ଅଭିଯୋଗ ହେଉଛି । ମୋଦୀ ହାୱା ରେ ସେ ନିଜେ ତ ଜିତି ଗଲେ କିନ୍ତୁ ସାଂସଦ କ୍ଷେତ୍ର ଅଧିନସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ବିଧାୟକ ମାନଙ୍କୁ ଜିତାଇ ପାରି ନ ଥିଲେ । ବିଧାୟକ ଟିକଟ ବଣ୍ଟନ ରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ କାରବାର ଓ ନିର୍ବାଚନ ଖର୍ଚ୍ଚ ଆବଣ୍ଟନ କରା ନ ଯାଇ ବାଟ ମାରଣା ଘଟଣାରୁ ଭବାନୀପାଟଣା ରେଳ ଷ୍ଟେସନ ରୋଡ଼ ରେ ଘର ଡିହ ସାଙ୍ଗକୁ ନୂଆପଡ଼ାରେ ଆଲିଶାନ ବଙ୍ଗଳା ନିର୍ମାଣ ଇତ୍ୟାଦି ହୋଇଥିବା ଅଭିଯୋଗ ହେଉଥିଲା । ଏପରିକି ବସନ୍ତ ପଣ୍ଡାଙ୍କ ବିରୋଧୀ ରାଜୁ ଢୋଲକିଆ ସିଧା ସଳଖ ସାଧାରଣ ସଭା ଓ ଆଲୋଚନା ରେ ସାଂସଦ ବସନ୍ତ ପଣ୍ଡାଙ୍କ ଏଭଳି ହେରାଫେରି କାରବାର ସମ୍ପର୍କରେ ପ୍ରକାଶ କରିଥିଲେ ସୁଦ୍ଧା ବସନ୍ତ ପଣ୍ଡା ଏହାକୁ ଆଜି ଯାଏଁ ଖଣ୍ଡନ କରିନାହାନ୍ତି । ଏସମ୍ପର୍କରେ ବିଜେପି କର୍ତ୍ତୃପକ୍ଷ ଅନୁସନ୍ଧାନ କରିବାର ଆବଶ୍ୟକତା ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ୨୦୧୯ ରେ ବିଜେପିର ବିଧାନ ସଭା ପ୍ରାର୍ଥୀ ମାନଙ୍କୁ ଦଳୀୟ ନିର୍ବାଚନ ଖର୍ଚ୍ଚ ଦେଇ ନ ଥିବାରୁ ନିଜ ଲୋକପ୍ରିୟତା ରେ ଜିତି ଥିବା ପ୍ରଦୀପ ନାୟକ ବ୍ୟତୀତ ଅନ୍ୟ କେହି ବିଜେପି ପ୍ରାର୍ଥୀ ଜିତି ପାରି ନ ଥିଲେ । ସାଂସଦ ଭାବେ ଜିତିବା ପରେ ନିଜର ରାଜନୈତିକ କେରିୟର ସୁରକ୍ଷା କରିବା ବ୍ୟତୀତ ଅନ୍ୟ କିଛି ଆଖି ଦୃଶିଆ କାମ କରି ନ ଥିବା କର୍ମୀ ମହଲରେ ମଧ୍ୟ ଅଭିଯୋଗ ହେଉଛି । ସାଂସଦ ପାଣ୍ଠି ଦେବାରେ ନୂଆପଡ଼ା ଜିଲ୍ଲା କୁ ପ୍ରାଧାନ୍ୟ ଦେଉଥିବା ବେଳେ କଳାହାଣ୍ଡି କୁ କେବେ କାହା ମାର୍ଫତ ରେ କେଉଁଥି ପାଇଁ ଓ କାହା କାହାକୁ ଦେଇଛନ୍ତି ତାହା କର୍ମୀ ମାନେ ମଧ୍ୟ କହି ପାରୁନ ଥିବା ଦେଖାଯାଉଛି । ୨୦୧୯ ରେ ଯେଉଁ ମାନେ ମୋଦୀ ହାୱା ପାଇଁ ପ୍ରାର୍ଥୀ ଙ୍କୁ ପାରଖୀ ନ ଥିଲେ ବର୍ତ୍ତମାନ ସମୟ ବଦଳି ଯାଇଛି ମୋଦୀ ହାୱା ଥିଲେ ସୁଦ୍ଧା କଳାହାଣ୍ଡି ର ଗୋଟେ ଆସନ ନ ମିଳିଲେ ମଧ୍ୟ ମୋଦିଙ୍କୁ ଫରକ ପଡିବ ନାହି, କିନ୍ତୁ ବସନ୍ତ ପଣ୍ଡା ଙ୍କୁ ଭୋଟ ଦେବୁ ନାହି ବୋଲି ଅନେକେ କୁହ କୁହି ହେଲେଣି ।
ନିଜ ଜିଲ୍ଲା ଓ ନିଜ ସହର ନୂଆପଡା ରେ ନିଜ ପୁଅକୁ ଏନ ଏ ସି ରେ ଜିତାଇ ପାରି ନ ଥିବା ଏହି ସାଂସଦ ବସନ୍ତ ପଣ୍ଡା ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଙ୍କ କାର୍ଯ୍ୟକ୍ରମ ରେ ଭବାନୀପାଟଣା ଠାରେ ଦଳୀୟ ଶୀର୍ଷ କର୍ମକର୍ତ୍ତା ଙ୍କୁ ଭୋଜନ ବ୍ୟବସ୍ଥା ମଧ୍ୟ କରି ନ ପାରି ରାସ୍ତା କଡ଼ ହୋଟେଲ ଓ ଅଟୋ ରିକଶା ରେ ଖାଇବା ମଗାଇ ଥିବା ବେଳେ ସାଂସଦ ବସନ୍ତ ପଣ୍ଡା ଙ୍କ ଲୋକ ସମ୍ପର୍କ ଏବଂ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅନ୍ୟ ପକ୍ଷରେ କଳେ ବଳେ କୌଶଳେ ବିଜେପିର କୋର କମିଟି ସଭ୍ଯ ଭୁକ୍ତ ହେବା ପରେ “ବିଜେପି ପାର୍ଟି ଭାଡ ମେ ଯାଏ ଯୋ ହମେ ଟିକଟ ମିଳନା ହିଁ ଚାହିଏ” ନୀତିରେ ପୁଣି ଥରେ ଟିକଟ ହାସଲ କରିବା ପାଇଁ ଉଦ୍ୟମ ଚଳାଇଥିବା ଆଲୋଚନା ହେଇଛି।ଏପରିକି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଙ୍କ ଗସ୍ତ ସମୟରେ ତାଙ୍କ ପାର୍ଶ୍ବରେ ବସି ରାଜନାଥ ସିଂହ ଙ୍କ କାନ ରେ ଫୁସ ଫୁସ କରି କଣ ସବୁ କହି ରାଜନାଥ ସିଂହ ଙ୍କ ପାଖ ଲୋକ ବୋଲି କର୍ମୀ ଓ ଜିଲ୍ଲା ସ୍ତରୀୟ ନେତା ମହଲ ରେ ପରିଚୟ ଦେଉଥିବା ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ନିଜେ ସାଧନା କରୁଥିବା ବସନ୍ତ ପଣ୍ଡା ଗୁଣୀ ଗାରେଡି କରି ମଧ୍ୟ ଟିକଟ ହାସଲ କରିନେବେ ବୋଲି ମଧ୍ୟ ଜିଲ୍ଲା ବ୍ୟାପି କର୍ମୀ ମହଲ ରେ ଚର୍ଚ୍ଚା ହେଉଛି । ହେଲେ ସମୟ କହିବ ବିଜେପି କାହା ମୁଣ୍ଡରେ ଶିରପା ବାନ୍ଧିବ ।



Post a Comment