ଫଳକରେ ସୀମିତ ବାଲ୍ୟବିବାହ ନିରୋଧ ଆଇନ, ବଢୁଛି ସମସ୍ୟା,
କଲମପୁର - ୨୨/୨(ଆପ୍ର) ବାଲ୍ୟବିବାହ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି,ଏଥିସହିତ ବିଭିନ୍ନ ପଦାଧିକାରୀ ନିୟୋଜିତ କରିଛନ୍ତି, ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଏନେଇ କାମ କରୁଥିବା ବେଳେ କଡାକଡି ଆଇନ ପ୍ରଣୟନ କରିଛନ୍ତି, ଏତେସବୁ କଟକଣା ସତ୍ତ୍ୱେ ଏହି ବାଲ୍ୟବିବାହ ରୋକାଯାଇ ପାରୁନାହିଁ, ଏହାର ଜ୍ୱଳନ୍ତ ଉଦାହରଣ ହେଲା କଲମପୁର ଥାନା ଅଧିନସ୍ଥ ପୋଟେସ ଓ ପାତ୍ରବସା ଗ୍ରାମରୁ ଦୁଇ ନାବାଳିକା ଯୋଡ଼ି ଘର ଛାଡ଼ି ପ୍ରେମିକ ମାନଙ୍କ ସହିତ ତିନି ଦିନ ତଳେ କୁଆଡ଼େ ଫେରାର ମାରିଛନ୍ତି, ପରିବାର ଲୋକେ ପୁଲିସର ଆଶ୍ରୟ ନେଇଥିବା କୁହାଯାଉଥିବା ବେଳେ ପୁଲିସ ମାମଲା ଦାୟର ହୋଇନଥିବା କହିଛନ୍ତି, ଅନ୍ୟପକ୍ଷେ ବାଲ୍ୟବିବାହ ନିଷେଧ ଅଧିନିୟମ ୨୦୦୬ ଉପଧାରା ୯, ୧୦ ଓ ୧୧ ଅନୁଯାୟୀ ଏଭଳି ଘଟଣା ପ୍ରମାଣିତ ହେଲେ ୧ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୨ବର୍ଷ ଜେଲର ପ୍ରାବଧାନ ରହିଛି,ଏ ଉପରେ ନଜର ରଖିବାକୁ ସମନ୍ନିତ ଶିଶୁ ବିକାଶ କର୍ମଚାରୀ,ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଦାୟିତ୍ୱ ଦିଆଯାଇଛି, ଏତେସବୁ ବ୍ୟବସ୍ଥା ଭିତରେ ଏଭଳି କାର୍ଯ୍ୟ କିଭଳି ସମ୍ଭବ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି,ବିଗତ ବର୍ଷରେ ମଧ୍ୟ ଅନେକ ଘଟଣା ଏଅଞ୍ଚଳ ଗୁଡିକରେ ଘଟିଥିଲା, ପ୍ରାୟ ମାମଳା ପରଦା ଆଢୁଆଳରେ ରହିଗଲା, ସେଥିପାଇଁ ଏଭଳି ମାମଳା ଗୁଡିକ ତାର କାୟା ବିସ୍ତାର କରିବାରେ ଲାଗିଛି, ପ୍ରକାଶ ଯେ ଏଅଞ୍ଚଳର ଦୁଇଟି ଗ୍ରାମର ଦୁଇ ଜଣ ନାବାଳିକା ଅନ୍ତସତ୍ତ୍ବା ହୋଇ ସନ୍ତାନ ଜନ୍ମ ଦେବା ପରେ ବାପା ମାଆ ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି, ଯଦ୍ଵାରା ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ଆଗକୁ ଆସୁଛି ବିବାହ ଋତୁ,ପ୍ରଶାସନ ଏନେଇ ସଚେତନ କରିବା ସହିତ ଏବେଠାରୁ ସଜାଗ ନ ହେଲେ ଏଭଳି କାର୍ଯ୍ୟ ଦୃତଗାମୀ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ,ଏ ସମ୍ଵନ୍ଧରେ କଲମପୁର ସିଡିପିଓ ଫୋନ ନ ଉଠାଇବାରୁ ପ୍ରତିକ୍ରିୟା ମିଳିପାରିନାହିଁ,
କଲମପୁର -----------
( ତର୍ଜମା ନ୍ୟୁଜ )
ବାଲ୍ୟବିବାହ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି,ଏଥିସହିତ ବିଭିନ୍ନ ପଦାଧିକାରୀ ନିୟୋଜିତ କରିଛନ୍ତି, ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଏନେଇ କାମ କରୁଥିବା ବେଳେ କଡାକଡି ଆଇନ ପ୍ରଣୟନ କରିଛନ୍ତି, ଏତେସବୁ କଟକଣା ସତ୍ତ୍ୱେ ଏହି ବାଲ୍ୟବିବାହ ରୋକାଯାଇ ପାରୁନାହିଁ, ଏହାର ଜ୍ୱଳନ୍ତ ଉଦାହରଣ ହେଲା କଲମପୁର ଥାନା ଅଧିନସ୍ଥ ପୋଟେସ ଓ ପାତ୍ରବସା ଗ୍ରାମରୁ ଦୁଇ ନାବାଳିକା ଯୋଡ଼ି ଘର ଛାଡ଼ି ପ୍ରେମିକ ମାନଙ୍କ ସହିତ ତିନି ଦିନ ତଳେ କୁଆଡ଼େ ଫେରାର ମାରିଛନ୍ତି, ପରିବାର ଲୋକେ ପୁଲିସର ଆଶ୍ରୟ ନେଇଥିବା କୁହାଯାଉଥିବା ବେଳେ ପୁଲିସ ମାମଲା ଦାୟର ହୋଇନଥିବା କହିଛନ୍ତି, ଅନ୍ୟପକ୍ଷେ ବାଲ୍ୟବିବାହ ନିଷେଧ ଅଧିନିୟମ ୨୦୦୬ ଉପଧାରା ୯, ୧୦ ଓ ୧୧ ଅନୁଯାୟୀ ଏଭଳି ଘଟଣା ପ୍ରମାଣିତ ହେଲେ ୧ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୨ବର୍ଷ ଜେଲର ପ୍ରାବଧାନ ରହିଛି,ଏ ଉପରେ ନଜର ରଖିବାକୁ ସମନ୍ନିତ ଶିଶୁ ବିକାଶ କର୍ମଚାରୀ,ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଦାୟିତ୍ୱ ଦିଆଯାଇଛି, ଏତେସବୁ ବ୍ୟବସ୍ଥା ଭିତରେ ଏଭଳି କାର୍ଯ୍ୟ କିଭଳି ସମ୍ଭବ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି,ବିଗତ ବର୍ଷରେ ମଧ୍ୟ ଅନେକ ଘଟଣା ଏଅଞ୍ଚଳ ଗୁଡିକରେ ଘଟିଥିଲା, ପ୍ରାୟ ମାମଳା ପରଦା ଆଢୁଆଳରେ ରହିଗଲା, ସେଥିପାଇଁ ଏଭଳି ମାମଳା ଗୁଡିକ ତାର କାୟା ବିସ୍ତାର କରିବାରେ ଲାଗିଛି, ପ୍ରକାଶ ଯେ ଏଅଞ୍ଚଳର ଦୁଇଟି ଗ୍ରାମର ଦୁଇ ଜଣ ନାବାଳିକା ଅନ୍ତସତ୍ତ୍ବା ହୋଇ ସନ୍ତାନ ଜନ୍ମ ଦେବା ପରେ ବାପା ମାଆ ଘରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି, ଯଦ୍ଵାରା ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ଆଗକୁ ଆସୁଛି ବିବାହ ଋତୁ,ପ୍ରଶାସନ ଏନେଇ ସଚେତନ କରିବା ସହିତ ଏବେଠାରୁ ସଜାଗ ନ ହେଲେ ଏଭଳି କାର୍ଯ୍ୟ ଦୃତଗାମୀ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ,ଏ ସମ୍ଵନ୍ଧରେ କଲମପୁର ସିଡିପିଓ ଫୋନ ନ ଉଠାଇବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।
Post a Comment