//BREAKING//
Loading...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ : ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ଶାନ୍ତି ଶ୍ରୁଙ୍ଖଳ।ର ସହ ସମାପନ ନେଇ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମୀକ୍ଷା ବୈଠକ !!!

 ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ : ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ଶାନ୍ତି ଶ୍ରୁଙ୍ଖଳ।ର ସହ ସମାପନ ନେଇ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମୀକ୍ଷା ବୈଠକ !!! 




ଭବାନୀପାଟଣା ତା: 28.03.2024: -କଳାହାଣ୍ଡି  ଓ ନୂଆପଡା ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରଶାସନ  ପ୍ରସ୍ତୁତିକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ଭବାନୀପାଟଣା ରେ ସମୀକ୍ଷା କରିଛନ୍ତି । ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଆୟୋଜିତ ସମୀକ୍ଷା ବୈଠକରେ  ଆର ଡି ସି ସମ୍ବଲପୁର ଶ୍ରୀ ଶ୍ରୀକାନ୍ତ ପୃଷ୍ଟି , ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ଚରଣ ସିଂ ମୀନା, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ନୂଆପଡା ଜିଲ୍ଲାପାଳ ହେମନ୍ତ କୁମାର ସା, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ପ୍ରସାଦ ମହାନ୍ତି , ସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ  ଏବଂ ତ୍ରିଲୋଚନ ପାତ୍ର , ଉପ ଜିଲ୍ଲାପାଳ ଧର୍ମଗଡ ଧୀମନ ଚକମା , ଉପଜିଲ୍ଲାପାଳ ଭବାନୀପାଟଣା  ବିଶ୍ଵଜିତ ଦାସ , ସି ଡି ଓ ଜିଲ୍ଲାପରିଷଦ ଦୟାମୟ ପାଢୀ ଙ୍କ ସମେତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର  ବିଭିନ୍ନ ନିର୍ବାଚନ ସମ୍ବନ୍ଧୀୟ କମିଟି ଓ ସଂଯୁକ୍ତ ଅଧିକାରୀ ଉପସ୍ଥିତ ଥିଲେ । ପି ପି ଟି ମାଧ୍ୟମରେ ପ୍ରଦତ୍ତ ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ 05.01.2024 ସୁଦ୍ଧା 11,94,757 ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର 5,99,293 ଜଣ ଏବଂ ମହିଳା ଭୋଟର 5,95,393 ଜଣ , ତୃତୀୟ ଲିଙ୍ଗ 71 ଜଣ ଏବଂ ଦିବ୍ୟାଙ୍ଗ 15,927 ଜଣ ଅଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାରେ ମତଦାନ କେନ୍ଦ୍ର ମାନଙ୍କରେ ପାନୀୟ ଜଳ , ଆସବାବପତ୍ର , ବିଦ୍ୟୁତ , ଦିବ୍ୟଙ୍ଗମାନଙ୍କ ପାଇଁ ରାମ୍ପ , ଶୌଚ।ଳୟ , ପିଂକ ବୁଥ, ହୋମ ଭୋଟିଂ , ବାଲାଟ ପେପର , ଭୋଟହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା , ଇଭିଏମ ଓ ଭିଭିପାଟ ଉପରେ ଜନ ସଚେତନତା ଓ ନିର୍ବାଚନ ସଂଯୁକ୍ତ ଅଧିକାରୀଙ୍କୁ ତାଲିମ , ଭବାନୀପାଟଣା  ସ୍ଥିତ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଏବଂ ଧର୍ମଗଡ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ରେ ଭୋଟ ଗଣତି କେନ୍ଦ୍ର,ବିତରଣ ଓ ଗ୍ରହଣ କେନ୍ଦ୍ରର ପ୍ଲାନିଂ , ପୋଲିସ ପ୍ଲାଟୁନର ଆବଶ୍ୟକତା , ସି ଭିଜିଲ ଆପ ର ବ୍ୟବହାର, ଆଦର୍ଶ ଆଚରଣ ବିଧି,ଖର୍ଚ୍ଚ ବିବରଣୀ ଟିମ ଓ ଅନ୍ୟାନ୍ୟ ଟିମର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ ଜିଲ୍ଲାରେ 5 ଟି ନିର୍ବାଚନ ମଣ୍ଡଳୀ ର  ପ୍ରସ୍ତୁତି ଉପରେ ପିପିଟି ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଥିଲେ । ସେଭଳି ନୂଆପଡା ଜିଲ୍ଲାପାଳ ହେମନ୍ତ କୁମାର ସା ପିପିଟି ମାଧ୍ୟମରେ ନୂଆପଡା ଓ ଖରିଆର ନିର୍ବାଚନ ମଣ୍ଡଳୀର ପ୍ରସ୍ତୁତି ଉପରେ ଅବଗତ କରିଥିଲେ । 


   ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ  ଦୁଇ ଜିଲ୍ଲାରେ ଆଇନ ଶ୍ରୁଙ୍ଖଳା ସ୍ଥିତିକୁ ନେଇ ସୁରକ୍ଷା ଓ ପୋଲିସ ଅଧିକାରୀଙ୍କୁ ନେଇ ବୈଠକ କରିଥିଲେ । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ 140 ଟି ସମ୍ବେଦନଶୀଳ ବୁଥ ରହିଛି ଓ 194 ଜଣ ପୋଲିସ ସେକ୍ଟର ଅଧିକାରୀ ନିୟୋଜିତ ଅଛନ୍ତି।ଛତିଶଗଡ ଜିଲାର ଧର୍ମଗଡ ସୀମାରେ ସିମଳା, କଦଳୀମୁଣ୍ଡା ,   ଗୋଲାମୁଣ୍ଡା ସୀମାରେ ଡୁମେର ପଦର , କୋକସରା ସୀମାରେ ବେହେରାଗୁଡା, ପାଇକପଡା ରେ ଅବୈଧ କାରବାରକୁ ରୋକିବା ଲାଗି ଚେକପୋଷ୍ଟ କରାଯାଇଛି  । ସେଭଳି କନ୍ଧମାଳ , ବଲାଙ୍ଗିର, ରାୟଗଡା , ନୂଆପଡା, ଓ ନବରଙ୍କଗପୁର ସୀମାରେ 13 ଟି ଅନ୍ତଜିଲ୍ଲା ଚେକ ପୋଷ୍ଟ କରାଯାଇଛି । ମଦ , ଗଞ୍ଜା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ , ଅବୈଧ ଟଙ୍କା କାରବାର କୁ ରୋକିବା ପାଇଁ ବ୍ୟବସ୍ଥା କରାଯାଇଛି। ସି ଇ ଓ ଶ୍ରୀ ଧଳ ଲାଇସେନ୍ସ ବନ୍ଧୁକ ଜମା କରିବା, ସୋସିଆଲ ମିଡିଆ ମନିଟରିଂ , ମାଓ ନିୟନ୍ତ୍ରଣ ଉପରେ ବିଭିନ୍ନ ପ୍ରଶ୍ନ ପୋଲିସ ଅଧିକାରୀଙ୍କୁ ପଚାରିଥିଲେ। ନିର୍ବାଚନ କୁ ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବାକୁ ଜିଲ୍ଲାପାଳ, ଏସ ପି, ରିଟର୍ଣିଂ ଅଧିକାରୀ,ନୋଡାଲ ଅଧିକାରୀ ନିଜ ଦାୟିତ୍ଵ କୁ ସଠିକ୍ ଭାବେ ପାଳନ କରିବାକୁ କହିଥିଲେ।ଭୋଟର ମାନେ ଯେଭଳି ସୁବିଧାରେ , ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରିବେ , ତା ଉପରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରିବା ପାଇଁ ନିଶ୍ଚିତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭବାନୀପାଟଣା , ନର୍ଲା ଓ  ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀପାଇଁ ଅବସ୍ଥାପିତ ଷ୍ଟ୍ରଙ୍ଗ ରୁମ,ଭୋଟ ଗଣତି କେନ୍ଦ୍ର ,ନିର୍ବାଚନ ବିତରଣ ଓ ସଂଗ୍ରହଣ କେନ୍ଦ୍ର ପରିଦର୍ଶନ କରିଥଲେ ।

 ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ କଳାହାଣ୍ଡି ଜିଲ୍ଲା ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ରେ ଭବାନୀପାଟଣା, ନର୍ଲା ଓ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ ଅବସ୍ଥାପିତ ଷ୍ଟ୍ରଙ୍ଗ ରୁମ,ନିର୍ବାଚନ ବିତରଣ ଓ ସଂଗ୍ରହଣ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଜିଲ୍ଲା ପ୍ରଶାସନ ଦ୍ବାରା ନିଆଯାଇଥିବା ପ୍ରସ୍ତୁତିକୁ ଦେଖି ସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ ବିଷୟରେ ସମ୍ବାବ୍ୟ ଅସୁବିଧାକୁ ହୃଦୟଙ୍ଗମ କରି ଅଧିକ ଯତ୍ନବାନ ହେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆର୍ ଡି ସି ( ସମ୍ବଲପୁର) ଶ୍ରୀକାନ୍ତ ପୃଷ୍ଟି,ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି,ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ଚରଣ ସିଂ ମୀନା,କଳାହାଣ୍ଡି ଜିଲ୍ଲାପାଳ ପି, ଅନ୍ୱେଷା ରେଡ୍ଡୀ,ନୂଆପଡ଼ା ଜିଲ୍ଲାପାଳ ହେମନ୍ତ କୁମାର ସା,କଳାହାଣ୍ଡି ଏସ ପି ଅଭିଳାଷ ଜି, ନୂଆପଡ଼ା ଏସ ପି ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର,ସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଓ ତନ୍ମୟ ଦରୱାନ ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା ଓ ଭବାନୀପାଟଣା ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe