ଜୁନାଗଡ଼ରେ ଶବ କୁ ଅସମ୍ମାନ,
(ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ନେଇ ଥାନା ସମ୍ମୁଖରେ ଧାରଣା।)
ଜୁନାଗଡ଼:------- ( ତର୍ଜମାନ୍ୟୁଜ ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ରେ ଶବକୁ ଅସମ୍ମାନ ନେଇ କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ପଦାରେ ପଡିଛି । ଆଜି ସକାଳ ୯ଟାରେ ଶବ ବ୍ୟବଚ୍ଛେଦ କରାଗଲା କିନ୍ତୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ମହାପ୍ରୟାଣ ଗାଡି ମିଳିନ ଥିଲା । ପରେ ପରିବାର ଲୋକେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ଦାବୀ ରେ ଡାକ୍ତରଖାନାରୁ ବ୍ୟବଚ୍ଛେଦ ଶବକୁ ଷ୍ଟ୍ରେଚର ରେ ଆଣି ଥାନା ସମ୍ମୁଖରେ ରଖି ପରିବାର ଲୋକେ ହୋହାଲ୍ଲା କରିଥିଲେ । ପରେ ମହାପ୍ରୟାଣ ଗାଡି ଆସିବା ପରେ ଶବକୁ ନେଇ ଗାଁ କୁ ଯାଇଥିଲେ । ୧୨ତାରିଖରୁ ଶବ କୁ ଆଣି ୧୩ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ରଖିଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ଗତ ୧୨ ତାରିଖ ଦିନ ଜୁନାଗଡ଼ ଥାନା ଅନ୍ତର୍ଗତ ରଣପୁର ଗ୍ରାମର ସୁରେଶ ବିହାର କନ୍ଧ ସର୍ଗିଗୁଡା ଗ୍ରାମର ନିଜ ସମ୍ପର୍କୀୟ ବାହା ହେଉଥିବା ରୁ ବାହା ଭୋଜି ଖାଇବାକୁ ଯାଇଥିଲେ । ହେଲେ ସୁରେଶ ବିହାରଙ୍କ ଶବ ଏକ ଜମିରେ ପଡିଥିବା ନେଇ ଲୋକେ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ହତ୍ୟା କରଯାଇଥିବା ନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଓ ଗ୍ରାମବାସୀ ଦାବୀ କରିଛନ୍ତି।





Post a Comment