//BREAKING//
Loading...

ଗାଁ ଗାଁରେ ମଦକୋଠି, ସବୁଠି ଚଡାଦର : ଚାନ୍ଦାଭେଦା ପଛରେ ଅବକାରୀବିଭାଗ--- କାର୍ଯ୍ୟାନୁଷ୍ଠାନ ଶୂନ !!

 ଗାଁ ଗାଁରେ ମଦକୋଠି, ସବୁଠି ଚଡାଦର :

ଚାନ୍ଦାଭେଦା ପଛରେ ଅବକାରୀବିଭାଗ--- କାର୍ଯ୍ୟାନୁଷ୍ଠାନ ଶୂନ !!


ଜୁନାଗଡ଼ :-----        ( ତର୍ଜମା ନ୍ୟୁଜ)

 କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅବକାରୀ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ତ ପ୍ରାୟ ସମସ୍ତ ଗ୍ରାମରେ ଦେଶିବିଦେଶୀ ମଦ କୋଠି ଦେଖିବାକୁ ମିଳିଛି । କେଉଁ ଆଇନ୍ ବଳରେ ଗାଁ ଗାଁ ଗଲିକନ୍ଦି ସବୁଠି ମଦ ବିକ୍ରୀ ହେଉଛି ତାହା ବୁଝାପଡୁ ନାହିଁ । ଏହାକୁ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ରହିଛି, ସବୁ ଖବର ବିଭାଗ ପାଖରେ ରହିଛି ହେଲେ କାର୍ଯ୍ୟାନୁଷ୍ଠାନ ଶୂନ, କାହିଁକି ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୟନ କରିଚାଲିଛି ତାହାହିଁ ବଡପ୍ରଶ୍ନ । ଏହି କାର୍ଯ୍ୟାଳୟ ଅଧିନସ୍ତ କେବଳ କଲମପୁରରେ ଧାର୍ଯ୍ୟ ମୂଲ୍ୟରେ ବିଦେଶୀ ମଦ ମିଲୁଥିବା ବେଳେ ଅନ୍ୟ ସମସ୍ତ ଦୋକାନରେ ଚଡ଼ା ଦରରେ ମଦ ବିକ୍ରୀ କରାଯାଉଛି, ନିୟମ ଅନୁସାରେ କୌଣସି ବ୍ୟବସାୟୀ ଧାର୍ଯ୍ୟ ମୂଲ୍ୟରୁ ଅଧିକା ଟଙ୍କା ନେଇ ପାରିବ ନାହିଁ,ଏଥିସହ ବ୍ୟବସାୟୀ ବିଲ ଦେବାକୁ ବାଧ୍ୟ ତେବେ ଏହି ନିୟମ ମଦ ବ୍ୟବସାୟ ଉପରେ ଲାଗୁ ହୋଇପାରୁନାହିଁ କାହିଁକି,ଦିବାଲୋକରେ ଚାଲିଛେ ଏଭଲି ବେନିୟମ କାରବାର,ଚଡାଦର ସହ ବିଲ ନ ଦେବା କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ପଛରେ କେଉଁ ଭାଗବଣ୍ଟା ବାଟ ଓଗାଲିଛି ଏବଂ ଗ୍ରାହକଙ୍କୁ ଶୋଷଣ କରାଯାଉଛି ସେ ନେଇ ବିଭାଗ ସ୍ପଷ୍ଟ କରିପାରୁନାହିଁ । ହାବସପୁର ଠିପିବନ୍ଦ ବିଦେଶୀ ମଦ ଦୋକାନରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଲିଥିଲା, ଠିପିବନ୍ଦ ଦୋକାନ ସମ୍ମୁଖରେ ମଦ୍ୟ ପାନ ବ୍ୟବସ୍ଥା କରାଯାଇଥିବା ବେଳେ ପେଟି ପେଟି ମଦ ଗାଁ ମାନଙ୍କୁ ଚାଲାଣ ହେଉଥିବା ଦେଖିବାକୁ ମିଲିଥିଲା । ମଦ ମୂଲ୍ୟ ପ୍ରତି ବୋତଳ ପିଛା ୩୦ରୁ୪୦ ଟଙ୍କା ଅଧିକା ନେଇଥିବା ବେଳେ ବିଲ ଦେବାକୁ ସଂପୃକ୍ତ ଦୋକାନୀ ମନା କରିଦେଇଥିଲା । ପ୍ରତି ମାସରେ ଏହି ବ୍ୟବସାୟୀ ମାନେ ଏଭଳି ଲକ୍ଷ ଲକ୍ଷ ଟଙ୍କା ବେନିୟମ ଭାବେ ଉପାର୍ଜନ କରିଚାଲିଥିବା ବେଳେ ଭାଗୁଆଳି ବିଭାଗ ସବୁ ଜାଣି ଅଜଣା ରହି ନିଜ ଦାୟିତ୍ୱକୁ ଅସାଧୁ ଲୋକଙ୍କ ହାତରେ ଟେକିଦେବା ଘଟଣା ହିଁ  ତଦନ୍ତ ସାପେକ୍ଷ ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe