//BREAKING//
Loading...

ମୋଟ ଚାଳିଶ ଲକ୍ଷ ଟଙ୍କାର ବଜେଟ ଦରମା ବଢିଲା ମାସକୁ ଅଢେଇ ହଜାର, ସଂଘ କୁ ଚାନ୍ଦା ଦିଅ ହଜାରେ !!!

 ମୋଟ ଚାଳିଶ ଲକ୍ଷ ଟଙ୍କାର ବଜେଟ 

     ଦରମା ବଢିଲା ମାସକୁ ଅଢେଇ ହଜାର, ସଂଘ କୁ ଚାନ୍ଦା ଦିଅ ହଜାରେ !!!                    

କଳାହାଣ୍ଡି :---------ତା୧୫/୦୩/୨୦୨୪

( ତର୍ଜମା ବ୍ୟୁରୋ)





  ଓଡ଼ିଶା ସରକାର ସମଗ୍ର ରାଜ୍ୟରେ ଅଙ୍ଗନଵାଡି କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଅଙ୍ଗନଵାଡି କର୍ମୀ ମାନଙ୍କ ମାସିକ ଦରମା ଅଢେଇ ହଜାର ଓ ସହାୟିକା ମାନଙ୍କ ମାସିକ ଦରମା ୧୨୫୦ ବୃଦ୍ଧି କରିଛନ୍ତି । ଦୀର୍ଘ ଦିନରୁ ଓଡ଼ିଶାର ସମଗ୍ର ଜିଲ୍ଲାର ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ଦାବିପତ୍ର ଦେବା ସହିତ ରାଜଧାନୀ ଭୁବନେଶ୍ବରସ୍ଥିତ ଲୋୟର ପି ଏମ ଜି ଠାରେ ସର୍ବାଧିକ ୪୫ ଦିନ ଧରି ଧାରଣା ଦେଇଥିଲେ । ଏହି ଧାରଣାରେ ଭାରତୀୟ ମଜଦୁର ସଂଘ ସହିତ ସଂଲଗ୍ନିତ ଅଳ ଓଡ଼ିଶା ଅଙ୍ଗନଵାଡି ଲେଡିଜ ୱାର୍କରସ ଏସୋସିଏସନ, ବିଜେଡ଼ି ସହିତ ସଂଲଗ୍ନିତ ଓଡ଼ିଶା ଅଙ୍ଗନଵାଡି କର୍ମୀ ଓ ସହାୟିକା ବିଜୁ ସାମ୍ମୁଖ୍ୟ, ଜାତୀୟ ସଂଗଠନ ସହିତ ସଂଲଗ୍ନିତ ପଶ୍ଚିମ ଓଡ଼ିଶା ଅଙ୍ଗନଵାଡି କର୍ମୀ ଓ ସହାୟିକା ସଂଘ ର କାର୍ଯ୍ୟକର୍ତ୍ତା ଓ ସଭ୍ୟା ମାନେ ପ୍ରମୁଖ ଭୂମିକା ନେଇଥିବା ପ୍ରକାଶ । ଏପରିକି ଭୁବନେଶ୍ବରସ୍ଥିତ ଲୋୟର ପି ଏମ ଜି ଠାରେ ଧାରଣା ସ୍ଥଳରେ ପଶ୍ଚିମ ଓଡ଼ିଶା ଅଙ୍ଗନଵାଡି କର୍ମୀ ଓ ସହାୟିକା ସଂଘ ର ଜନୈକା କାର୍ଯ୍ୟକର୍ତ୍ତା ଙ୍କର ଓଜସ୍ଵିନୀ ବକ୍ତବ୍ୟ ସହିତ ଅକାଟ୍ୟ ଯୁକ୍ତି ଏବଂ ସରକାରଙ୍କୁ ମିଡ଼ିଆ ମାଧ୍ୟମରେ ଦାବି ଉପସ୍ଥାପନ ବିଶେଷ ଚର୍ଚ୍ଚା ହୋଇଥିଲା । ଯାହାଫଳରେ ସରକାର ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ବିଭିନ୍ନ ଦାବି ଗୁଡିକ ମଧ୍ୟରୁ ଅଙ୍ଗନଵାଡି କର୍ମୀ ମାନଙ୍କ ମାସିକ ଦରମା ଅଢେଇ ହଜାର ଓ ସହାୟିକା ମାନଙ୍କ ମାସିକ ଦରମା ୧୨୫୦ ବୃଦ୍ଧି କରିଛନ୍ତି । ସରକାର ଦରମା ବଢାଇବା ପରେ ଭାରତୀୟ ମଜଦୁର ସଂଘ ସହିତ ସଂଲଗ୍ନିତ ଅଳ ଓଡ଼ିଶା ଅଙ୍ଗନଵାଡି ଲେଡିଜ ୱାର୍କରସ ଏସୋସିଏସନ ର କାର୍ଯ୍ୟକର୍ତ୍ତା ଓ କଳାହାଣ୍ଡି ରେ ଥିବା ରାଜ୍ୟ କାର୍ଯ୍ୟକର୍ତ୍ତା ମାନେ ଏହାର ସବୁଯାକ ଶ୍ରେୟ ନେବାକୁ ଉଦ୍ୟମ କରି ଫାଇଦା ନେବାକୁ ଯୋଜନା କରିଥିବା ଜଣାପଡିଛି । ଏପରିକି ଜିଲ୍ଲା ରେ କାର୍ଯ୍ୟରତ ବି ଏମ ଏସ ସହିତ ସଂଲଗ୍ନିତ ସମସ୍ତ ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ଠାରୁ ହଜାରେ ଟଙ୍କା ଲେଖାଏଁ ପ୍ରତ୍ୟେକେ ୩୧ ତାରିଖ ସୁଦ୍ଧା ଚାନ୍ଦା ଦେବାକୁ ହ୍ଵାଟଶଆପ ଗ୍ରୁପରେ ଜିଲ୍ଲା ସମ୍ପାଦିକା ପ୍ରେମଳତା ସାମନ୍ତରାୟ ଦାବି କରିଥିବା ଜଣାପଡିଛି । ଯେଉ ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନେ ଚାନ୍ଦା ଦେବେ ନାହିଁ ସେମାନଙ୍କ ନାମ କଳାହାଣ୍ଡି ଜିଲ୍ଲାପାଳ ଏବଂ ଡି ଏସ ଡବ୍ଲ୍ୟୁ ଓ ଙ୍କୁ ଜଣାଇ ଦିଆ ଯିବ ବୋଲି ଧମକ ଦିଆଯାଇଥିବା ଜଣା ପଡିଛି । ଅଙ୍ଗନଵାଡି କର୍ମୀ ମାନେ ଶହେ ଟଙ୍କା ପାଇଁ କାହିଁକି ସରକାର ପାଖରେ ମୁଣ୍ଡ ବିକି କରି ଗାଁ କଲ୍ୟାଣ ସମିତି ରେ କାର୍ଯ୍ୟ କରୁଛ ବୋଲି ଜିଲ୍ଲା ସମ୍ପାଦିକା ପ୍ରେମଳତା ସାମନ୍ତରାୟ କହିଛନ୍ତି । ଅଫିସର ମାନେ ସେମାନଙ୍କ ସ୍ବାର୍ଥ ହାସଲ ପାଇଁ ଯାହା ସବୁ କହୁଛନ୍ତି ତାହା ସବୁ ଅଙ୍ଗନଵାଡି କର୍ମୀ ମାନେ ମାନୁଛ ଯେ ସେହି ଅଫିସର ମାନଙ୍କୁ କୁହ ତୁମ ପାଇଁ ଭି ସି ରେ ପଡେ କହିବେ ବୋଲି ମଧ୍ୟ ଜିଲ୍ଲା ସମ୍ପାଦିକା ପ୍ରେମଳତା ସାମନ୍ତରାୟ ଲେଖିଛନ୍ତି । ଏପରିକି ନନ୍ଦିନୀ ପଣ୍ଡା କେବେ ରାଜରାସ୍ତା ରେ ବସି ଥିଲା କି ଯେ ସେ ତୁମର ଦରମା ବଢାଇ ଦେଲା ବୋଲି ପଚାରିବା ସହିତ ସରକାର କେବଳ ଆମକୁ ଗୁରୁତ୍ବ ଦେଇଥିଲେ ବୋଲି ଲେଖିବା ସଙ୍ଗେ ସଙ୍ଗେ ଅଙ୍ଗନଵାଡି କର୍ମୀ ମାନଙ୍କୁ ଲାଜ ଲାଗୁନି ଜଣକର ଖାଇ ଅନ୍ୟ ର ଗୁଣ ଗାଉଛ, ତୁମେ ମାନେ ସବୁ ବେଇମାନ ବୋଲି ମଧ୍ୟ ଜିଲ୍ଲା ସମ୍ପାଦିକା ପ୍ରେମଳତା ସାମନ୍ତରାୟ ଲେଖିଛନ୍ତି । ଭାରତୀୟ ମଜଦୁର ସଂଘ ତରଫରୁ ଦାବି ହେବା ପରେ ଯଦିଓ ଦରମା ବଢିଲା ତେବେ ପ୍ରତ୍ୟେକ ଙ୍କ ଠାରୁ ହଜାରେ ଟଙ୍କା କଣ ପାଇଁ ଚାନ୍ଦା ଦେବାକୁ ଜିଲ୍ଲା ସମ୍ପାଦିକା ଦାବି କରୁଛନ୍ତି ତାହା ଅଙ୍ଗନଵାଡି କର୍ମୀ ମହଲରେ ପ୍ରଶ୍ନ ସୃଷ୍ଟି ହେଉଛି । ଯେଉଁ ମାନେ ଦେବେ ନାହିଁ ସେମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଓ ଡି ଏସ ଡବ୍ଲ୍ୟୁ ଓ ଙ୍କୁ ଜଣାଇବା ପରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ତାହା ମଧ୍ୟ ଅଙ୍ଗନଵାଡି କର୍ମୀ ଓ ସହାୟିକା ମହଲରେ ଆଶଙ୍କା ସୃଷ୍ଟି ହେଉଛି । ସଂଘ ପାଇଁ ପ୍ରତି ମାସରେ କୋଡିଏ ଟଙ୍କା ଲେଖାଏ ପ୍ରତ୍ୟେକ ଅଙ୍ଗନଵାଡି କର୍ମୀ ଓ ସହାୟିକା ଦେଉଥିବା ବେଳେ ସେହି ଟଙ୍କାରେ ଜିଲ୍ଲା ସମ୍ପାଦିକା ଓ କାର୍ଯ୍ୟକର୍ତ୍ତା ମାନେ ମନ ଇଚ୍ଛା ଖର୍ଚ୍ଚ କରି ସେଥିର କୌଣସି ହିସାବ ଦେଉ ନ ଥିବା ମଧ୍ୟ ଚର୍ଚ୍ଚା ହେଉଛି ।  

        ସମଗ୍ର ଜିଲ୍ଲାରେ ପ୍ରାୟ ଦୁଇ ହଜାର ଦୁଇ ଶହ ଅଙ୍ଗନଵାଡି କେନ୍ଦ୍ର ଥିବା ବେଳେ ବି ଏମ ଏସ ସହ ଥିବା ସଂଗଠନ ରେ ପ୍ରାୟ ଦୁଇ ହଜାର କେନ୍ଦ୍ର ର କର୍ମୀ ଓ ସହାୟିକା ଥିବା କୁହାଯାଉଛି । ଏହି ଅନୁସାରେ ପ୍ରତ୍ୟେକ ଙ୍କ ଠାରୁ ହଜାରେ ଟଙ୍କା ହିସାବରେ ଚାନ୍ଦା ସଂଗ୍ରହ ହେଲେ ମୋଟ ଚାଳିଶ ଲକ୍ଷ ଟଙ୍କା ର ପାଣ୍ଠି କାହିଁକି ଆବଶ୍ୟକ ପଡିଲା ତାହା ଏବେ ମୁଖ୍ୟ ପ୍ରଶ୍ନବାଚି ସୃଷ୍ଟି କରୁଛି । ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ସର୍ବ ନିମ୍ନ ସରକାରୀ ସୁବିଧା ପ୍ରତି ଦୃଷ୍ଟି ନ ଦେଇ ଜାତୀୟ ଓ ରାଜ୍ୟ ସରକାରୀ କାର୍ଯ୍ୟକ୍ରମ କୁ ବେଖାତିର କରିବା ପାଇ ଜିଲ୍ଲା ସମ୍ପାଦିକା ଅଙ୍ଗନଵାଡି କର୍ମୀ ମାନଙ୍କୁ ଉସୁକାଇବା ଘଟଣାକୁ କର୍ମୀ ଓ ସହାୟିକା ମହଲରେ ସହଜରେ ଗ୍ରହଣୀୟ ହେଉନ ଥିବା ଜଣାପଡିଛି । ଏପରିକି ଅଙ୍ଗନଵାଡି କର୍ମୀ ରୁ ସୁପରଭାଇଜର ପଦବୀକୁ ପଦୋନ୍ନତି ରେ ଏହି କାର୍ଯ୍ୟକର୍ତ୍ତା ମାନେ ବ୍ୟାପକ ହେରାଫେରି କରୁଥିବା ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe