//BREAKING//
Loading...

୯ ଜୁଆଡି ଗିରଫ, ୧୫ ମୋଟର ସାଇକେଲ ଜବତ


ତର୍ଜମା ନ୍ୟୁଜ ବ୍ୟୁରୋ:- ଲଡୁଗାଁ: ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁର ଏକ ଜୁଆ ଆଡ୍ଡାରେ ଚଢାଉ କଲା ଧର୍ମଗଡ଼ ସ୍ୱତନ୍ତ୍ର ପୁଲିସ ଟିମ ଓ କୋକସରା ପୁଲିସ। ୯ ଜୁଆଡିଙ୍କୁ ଗିରଫ କରାଯିବା ସହ ଜୁଆରେ ବ୍ୟବହୃତ ସାମଗ୍ରୀ ଓ ୧୫ ବାଇକ ଜବତ କରିଛି ପୁଲିସ।

ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ବିଶେଷ ସୂତ୍ରରୁ ଖବର ପାଇ କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଖେଳ ଉପରେ ଅଚାନକ ଚଢାଉ କରି ୯ଜଣ ଜୁଆଡିଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ନଗଦ ୩୩ ହଜାର ୧୦୦ଟଙ୍କା ସହ ୧୫ଟି ମୋଟର ସାଇକେଲ, ଗୋଟିଏ ଝୁଡିରେ ଘୁଡଘୁଡି ପଟି, ୬ ଟି ଡିସ୍କ ଜବତ କରିଛି ।

ଗିରଫ ଜୁଆଡିଙ୍କ ମଧ୍ୟରେ ଲଡୁଗାଁର ନବ ମାଝି, ସଚିନ୍ଦ୍ର ଦାସ, ସୌମେନ୍ଦ୍ର ଦାସ, ଗୋପଲ ରାଉତ, ସୁପାଡ ଗାଁର ଭିକାରୀ ରାଉତ, ଲଲିତ ରାଉତ, ଉଚ୍ଛଲା ଗ୍ରାମର ବେଦ ନାଏକ, ପାଣ୍ଡରିପଖାନ ଗାଁର ମାନଗୋବିନ୍ଦ ଠାକୁର ଓ ଵେହରନସିଲର ହେମନ୍ତ ନାଗ ବୋଲି ଜଣାପଡିଛି।

ତେବେ ଏମାନେ ପୁଲିସକୁ ଖାତିର ନକରି ଏକତ୍ର ୩୦ରୁ ୩୫ ଜଣ ଗୋଲେଇ କରି ଖେଳୁଥିଲେ ଓ ହଠାତ ପୋଲିସକୁ ଦେଖି ଫେରାର ହୋଇ ଯାଇଥିଲେ । କୋକସରା ଥାନା କେଶ ନମ୍ବର ୮୩/୨୪ରେ ଏକ ମାମଲା ରୁଜୁ କରି ୩ ଓପିଜିରେ ଏମାନଙ୍କୁ ଗିରଫ କରି ଥାନା ୪୧ ଏ ନୋଟିସ ଦେଇ ଛାଡି ଦେଇଥିବା ପୁଲିସ କହିଛି ।

ସେହିପରି କୋକସରା ବ୍ଲକର ବିଭିନ୍ନ ସ୍ଥାନ ଯଥା ଆମପାଣି, ଝରିଆଗୁଡା, ଡୁଡୁକାଠେଙ୍ଗା, ଦାବରିଗୁଡ଼ା, ବଡ଼କେନ୍ଦୁଗୁଡ଼ା, ତଥା ବ୍ଲକର ଅନେକ ଗାଁ ରେ ଏହି ଜୁଆ ଖେଳ ଚାଲୁଥିବା ବେଳେ ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ତଥା ଜୁଆଡି ମାନଙ୍କ ପରିବାରବର୍ଗ ଅନୁରୋଧ କରିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe