//BREAKING//
Loading...

କଳାହାଣ୍ଡି ଜାରିଙ୍ଗ ସ୍ଥିତ ନବମ ଭାରତୀୟ ସଂରକ୍ଷିତ ବାହିନୀ ବାଟାଲିୟନ ପରିସରରେ ୮୯ ତମ ଓଡ଼ିଶା ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ

 


କଳାହାଣ୍ଡି :-----( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିକଟସ୍ଥ ଜାରିଙ୍ଗ ଠାରେ ନବମ  ଭାରତୀୟ ରିଜର୍ଭ ବାଟାଲିୟନ ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ନବମ ଭାରତୀୟ ସଂରକ୍ଷିତ ବାହିନୀ ର କମାଣ୍ଡାଣ୍ଟ ଶ୍ରୀ ଅକ୍ଷୟ କୁମାର ନାୟକ ଯୋଗଦେଇ ମିଳିତ ପେରେଡ୍ ର ଅଭିବାଦନ ଗ୍ରହଣ କରିଥିଲେ।



 ଆୟୋଜିତ ଭବ୍ୟ ପେରେଡ୍ ରେ ସସସ୍ତ୍ର ପୋଲିସ୍ ନିରୀକ୍ଷକ ହବେଲାଲ ମାଝୀ ପେରେଡ୍ କମାଣ୍ଡର ଏବଂ ସସସ୍ତ୍ର ପୋଲିସ୍ ନିରୀକ୍ଷକ ବିଜୟ ଓରାମ ସହକାରୀ ପେରେଡ୍ କମାଣ୍ଡର ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୨୩ ବର୍ଷ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଟାଲିୟନ ର ସବ୍ ଇନ୍ସପେକ୍ଟର(ଆର୍ମଡ୍) ପର୍ଶୁରାମ ଦଲେଇ, ସହକାରୀ ଉପ ନିରୀକ୍ଷକ ଶୁଭେନ୍ଦୁ ପଟ୍ଟନାୟକ, ହାବିଲଦାର ମଣି କୁମାର ରାୟ ଏବଂ କନେଷ୍ଟବଳ ସନ୍ତୋଷ କୁମାର ପଣ୍ଡା ଙ୍କୁ ପୁରସ୍କୃତ କରାଯାଇଥିଲା। ଡେପୁଟି କମାଣ୍ଡାଣ୍ଟ ଶ୍ରୀ ସନ୍ତୋଷ କୁମାର ବିଶ୍ବାଳ କାର୍ଯ୍ୟ କ୍ରମ ପରିଚାଳନା କରିଥିଲାବେଳେ ପଦ୍ମ ଶ୍ରୀ ଶ୍ରୀ ପଟ୍ଟାୟତ୍ ସାହୁ ତଥା ବାଟାଲିୟନ ର ବରିଷ୍ଠ ଅଧିକାରୀ  ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମହେନ୍ଦ୍ର ଭୋଇ ଓ ଦୁର୍ଯୋଧନ ବେହେରା ଉପସ୍ଥିତ ଥିଲେ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe