//BREAKING//
Loading...

 ଶ୍ମଶାନ ର ପାଉଁଶ ଗଦା ଭିତରେ ଛଟ ପଟ ଗଣତନ୍ତ୍ର !!



ଗଣତନ୍ତ୍ରର ମହାପର୍ବ 2024 ସାଧାରଣ ନିର୍ବାଚନ କୁ ଅତି ନିକଟରୁ ଦେଖିବାକୁ ପ୍ରୟାସ କରିଛି । ଜୀବନ ରେ  ସାବାଳକ ହେବାର 46 ବର୍ଷ ଭିତରେ ଅନେକ ସାଧାରଣ ନିର୍ବାଚନ ଦେଖିଛି । ତେବେ 2024 ସାଧାରଣ ନିର୍ବାଚନ ଅନ୍ୟ ସମସ୍ତ ନିର୍ବାଚନ ଠାରୁ ଢେର ତଫାତ ରହିଛି । ବାସ୍ତବରେ ଏ ନିର୍ବାଚନ କେବଳ ଧନୀକ ଗୋଷ୍ଠୀ, ପୁଞ୍ଜିପତି ମାନଙ୍କ ଦ୍ୱାରା ଦେଶର 85 ଭାଗ ଆର୍ଥିକ ଅନୁନ୍ନତ, ଗରୀବ, ମଧ୍ୟ ବିତ୍ତ ଓ ଅସହାୟ ମାନଙ୍କୁ ପାଞ୍ଚ ବର୍ଷ ପାଇଁ ଗୁଳାମି ର ଜଞ୍ଜିର୍ ରେ ବାନ୍ଧିଵା ପାଇଁ ଏକ ଅସ୍ତ୍ର ଅଟେ ଯାହାକୁ ଆମେ ଭୋଟ କହୁଛୁ ।ମୁର୍ଖ, ପଞ୍ଚମ ପାସ, ଅପରାଧୀ, ଲୁଣ୍ଠନ କାରୀ ହତ୍ୟା , ଧର୍ଷଣ ଅଭିଯୁକ୍ତ ଭଳି ପ୍ରାର୍ଥୀ ମାନଙ୍କୁ ଉଚ୍ଚ ଶିକ୍ଷିତ ସମାଜ, ଜ୍ଞାନୀ , ଗୁଣୀ ମାନେ ଭୋଟ ଦେଇ ଗୂଳାମି ର ଜଞ୍ଜିର ରେ  ବାନ୍ଧିବା ପାଇଁ  ଖୋଲା ଆକାଶ ତଳେ ରଙ୍ଗମଞ୍ଚ ମାନଙ୍କରେ ମାଇକ ଧରି ଲୋକଙ୍କୁ ଆକୃଷ୍ଟ କରନ୍ତି । ବିଧାନ ସଭା  ଓ ଲୋକସଭା  ନିର୍ବାଚନ ଲଢିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ,  ଭୋଟ ପୂର୍ବରୁ ନିରୀହ ଭୋଟ ଦାତା ମାନଙ୍କ ଆର୍ଥିକ ଅନାଟନ ର ସୁଯୋଗ ନେଇ ନିଜ ଚାଟୁ କାର , ଦଲାଲ ମାନଙ୍କ ଜରିଆରେ 200/ 300/500/ ସ୍ଥାନ ବିଶେଷ ରେ ବାଣ୍ଟି ଵା ଭିକ୍ଷା ଦେଇ ଭୋଟ କିଣି ନିଅନ୍ତି । ଏହାହିଁ  ଗଣତନ୍ତ୍ରର ନଗ୍ନ ସ୍ୱରୂପ ଅଟେ।ବିଜୟୀ ହେଲେ ପାଞ୍ଚ ବର୍ଷ ପଞ୍ଚମ ରେ ବୃହସ୍ପତି ଯୋଗ ହୋଇଯାଏ । ଉଡ଼ାଜାହାଜ, ହେଲିକପ୍ଟର, ବଡ଼ ବଡ଼ ଦାମିକା ଗାଡ଼ି ମାନଙ୍କ ରେ ମାଲିକ ସଦୃଶ ପ୍ରାର୍ଥୀ ମାନେ ଗାଆଁ, ଗାଆଁ, ଘର ଘର ବୁଲି, ରୋଡ  ସୋ କରି ନିଜ ପାଇଁ ସମର୍ଥନ ଯୋଗାଡ କରୁଛନ୍ତି । ଏ ପରି କି, ପ୍ରତିଶୃତି ଓ ଗ୍ୟାରେଣ୍ଟି ର ପାହାଡ ସୃଷ୍ଟି କରି ଲୋକଙ୍କୁ ମୁଙ୍ଗେରି ଲାଲ ର ସୁନେଲି ସପନ ଦେଖେଇ ଗଣତନ୍ତ୍ର ର ମଶାଣି ର ଧ୍ବସ୍ତ ବିଧ୍ବସ୍ତ   ପର୍ବତ ସଦୃଶ ପାଉଁଶ ଉପରେ ଛିଡା ହୋଇ ଆଗମୀ ପାଞ୍ଚ ବର୍ଷ ପାଇଁ ନିଜ ଓ ନିଜ ପ୍ରିୟ ଜନ ଙ୍କ ସ୍ଵପ୍ନ ସାକାର କରିବାର ଯୋଜନା ର ସଫଳ ରୂପାୟନ ପାଇଁ  ସ୍ଵପ୍ନ ଦେଖି ଚାଲନ୍ତି । ସେଇ ଗଣତନ୍ତ୍ରର ଧ୍ଵଂସ ସ୍ତୁପ ଭିତରେ ଦେଶର ମହାନ୍ ପରମ୍ପରା, ପ୍ରଜାତନ୍ତ୍ର, ଲୋକ ତନ୍ତ୍ର,  ଗଣତନ୍ତ୍ର ର ପାଉଁଶ ହୋଇ ଯାଇଛି । କେତେ ନିର୍ଦ୍ଦୟ କ୍ଷମତାଲିପ୍ସୁ ମାନଙ୍କ ଭୋଟ ରାଜନିତୀ, ଯାହାର ଚକ୍ର ବ୍ୟୁହରେ ବର୍ତ୍ତମାନ ପୀଢ଼ି, ଆମ ଭବିଷ୍ୟତ ପୀଢ଼ି ଙ୍କ ଭାଗ୍ୟ ଅନ୍ଧକାର ର ଗର୍ତ୍ତ ଭିତରେ ହଜି ଯିବାକୁ ବସିଛି । ବେକାରୀ, ହୁ ହୁ ଦରଦାମ ବୃଦ୍ଧି, ଶିକ୍ଷ୍ୟା, ସ୍ଵାସ୍ଥ୍ୟ ସେବା ରୁ ବଞ୍ଚିତ   ଓ ନ୍ୟାୟ ପାଇବାରୁ ବଞ୍ଚିତ ବର୍ଗ କିଛି ପୁଞ୍ଜିପତି, ଅପରାଧୀ ଅଭିଯୁକ୍ତ, ମୁର୍ଖ, ମାନଙ୍କ ଚକ୍ର ବ୍ୟୁହ ରେ  ଫସି ଯାଇ  ଗଣତନ୍ତ୍ରର ହତ୍ୟାକାରୀ, କ୍ଷମତାନ୍ଧ ଧନୀକ ଗୋଷ୍ଠୀ ଙ୍କ ଗୁଲାମ ହୋଇ ଶ୍ମଶାନ ର ପାଉଁଶ ଗଦା ଭିତରେ ଛଟ ପଟ ହେବାକୁ ବାଧ୍ୟ ହୋଇ ଛନ୍ତି। ଗୋଲାମିର ଜଞ୍ଜିର  ଛିଣ୍ଡାଇବା ପାଇଁ ନା କାହାର ଶକ୍ତି ଓ ସାମର୍ଥ୍ୟ ଅଛି ନା ନିଜ ଭବିଷ୍ୟତ ପିଢ଼ି ଙ୍କ ଭବିଷ୍ୟତ ଗଠନ କରିବା ପାଇଁ  ଅଛି ସାମର୍ଥ୍ୟ । ତଥାପି ଆମେ କହୁଛୁ ଗଣତନ୍ତ୍ର ରାଷ୍ଟ୍ର ର ମହାନ ପର୍ବ ରେ ନିଜକୁ ସାମିଲ କରିବା ଓ ଭୋଟ ଦେବା । ଅନ୍ୟପଟେ  ଗଣତତ୍ର ର ତଥାକଥିତ ଚତୁର୍ଥ ସ୍ତମ୍ଭ ର ଅନେକ ବର୍ଷ ତଳେ ମୃତ୍ୟୁ ହୋଇ ସାରିଛି । ଲୋକଙ୍କୁ ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ସରବରାହ କରି ସଚେତନ କରିବା ପରିବର୍ତ୍ତେ ଧନୀକ ଗୋଷ୍ଠୀ, କ୍ଷମତାଶିଳ ଶାସକ ଗୋଷ୍ଠୀ ଙ୍କ ତଳିପା ଚାଟି  ଚତୁର୍ଥ ସ୍ତମ୍ଭ କୁ ହତ୍ୟା କରି ଚାଲିଛନ୍ତି । ଅନ୍ୟପଟେ ନିରପେକ୍ଷ ନିର୍ବାଚନ ପାଇଁ ପ୍ରାୟୋଜିତ ସରକାରୀ ସଂସ୍ଥା ଗୁଡ଼ିକ ନିସଂକୋଚ ଭାବରେ ଗଣତନ୍ତ୍ରର ହତ୍ୟା କାରୀ ମାନଙ୍କ ଜାଲ ରେ ଛନ୍ଦି ହୋଇ ବାଧ୍ୟ ବାଧକତା ଭିତରେ ଅନ୍ଧ, ମୁକ ଓ ବଧିର ଭାବରେ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ନିର୍ବାହ କରିବାରେ ବ୍ୟସ୍ତ । ଦେଶର କୋଟି କୋଟି ଲୋକ ନିଜର ମୌଳିକ ଅଧିକାର ରୁ ବଞ୍ଚିତ ବର୍ଗ ବାସ୍ତବରେ ନିଜ ଅଧିକାର ପାଇ ବାରୁ ବଞ୍ଚିତ । ଆଜି ପ୍ରତ୍ୟେକ ଙ୍କ ପାଇଁ ଆତ୍ମ ସମୀକ୍ଷା କରିବା ର ସମୟ । କ'ଣ ପ୍ରକୃତ ରେ ନିରପେକ୍ଷ ଭାବରେ ନିର୍ବାଚନ ଚାଲିଛି, ଭୋଟର୍ ଗୂଲାମି ର ଜଞ୍ଜିର ର ଲୁହା ଶିକୁଳି ରୁ ମୁକ୍ତି ପାଇ ନିରପେକ୍ଷ ଭାବରେ ଭୋଟ ଅଧିକାର ସାବ୍ୟସ୍ତ କରିବା ପାଇଁ ସୁଯୋଗ ପାଉଛନ୍ତି ନା ଭୋଟରଙ୍କୁ ପ୍ରଲୋଭିତ କରିବା,  ଲୋଭନୀୟ ଅଫର ଦେବା, ଟଙ୍କା ବଦଳ ରେ ଭୋଟ କିଣିବା, ସ୍ଥାନ କାଳ ପାତ୍ର ଦେଖି କ୍ଷମତା ର ଦୁରୁପ ଯୋଗ କରି ଲୋକଙ୍କୁ ଭୟ ଦେଖାଇ ଭୋଟ ହାସଲ୍ କରିବା ଭଳି ଜଘନ୍ୟ ଅପରାଧ ନିରପେକ୍ଷ ଭୋଟ ଦାନ କୁ ଗ୍ରାସ କରି ସାରିଛି । ସରକାର ଆସିବେ, ଯିବେ, ବିଶ୍ଵର ଶ୍ରେଷ୍ଠ ଧର୍ମ ନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ର ର ଭବିଷ୍ୟତ ନିର୍ମାଣ ବର୍ତ୍ତମାନ ପିଢ଼ି ଉପରେ ନିର୍ଭରଶୀଳ। କେତେ ନିଃସ୍ଵାର୍ଥପର ଆମ ବର୍ତ୍ତମାନ ପିଢ଼ି ର ରାଜନେତା, ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ । କ୍ଷମତା କୁ ଦୁରୁପଯୋଗ କରି ଲୋକଙ୍କୁ ଭୁଆଁ ବୁଲାଇ କିଛି ସମୟ ପାଇଁ ନିଜ ସ୍ୱାର୍ଥ ହାସଲ କରାଯାଇ ପାରେ । ତେବେ ଆଜିର ସମୟ ରେ କ୍ଷମତାନ୍ଧ, ଅହଂକାରୀ ଓ ସର୍ବନାଶ କାରୀ ଙ୍କ ଚକ୍ର ଵ୍ୟୁହ ରେ ଗଣତନ୍ତ୍ର ପେଶି ହୋଇ ଛଟ ପଟ ହେଉଥିବା ଦେଖିବାକୁ ମିଳୁଛି । ଅତୀତ ର ସ୍ୱର୍ଣୀମ ଇତିହାସ, ବର୍ତ୍ତମାନ ର ଦିଗହରା  ପଥ  ଓ ଭବିଷ୍ୟତ ଅନ୍ଧକାର  ର  ଭୟ ଓ ଆଶଙ୍କା ଭିତରେ ଗଣତନ୍ତ୍ରର ରକ୍ଷା କର୍ତ୍ତା ଭୋଟ ଦାତା ଗଣ ସଂବିଧାନ ର ରକ୍ଷା କରିବା ପାଇଁ ନିରପେକ୍ଷ ହେବା ଓ ନିର୍ଭୀକ ଭାବରେ ନିଜର ମତ ସାବ୍ୟସ୍ତ କଲେ ଯାଇ ମୃତ ପ୍ରାୟ ଗଣତନ୍ତ୍ର ନୂତନ ଜୀବନ୍ୟାସ ପାଇବ ।


      ମହମ୍ମଦ ଅଲ୍ଲୀ ଖାଁ, 

ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସଂପାଦକ, 

ତର୍ଜମା ନ୍ୟୁଜ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe