ବ୍ୟଭିଚାର ଭଳି ଜଘନ୍ୟ ଅପରାଧ ବୃଦ୍ଧି ଏକ ବିରାଟ ସମସ୍ୟା !!
ଗାନ୍ଧୀ ଜି କହିଥିଲେ, ଯେଉଁ ଦିନ ଦେଶ ରେ ଜଣେ ମହିଳା ନିର୍ବିଘ୍ନ ରେ ନିଶାର୍ଦ୍ଧ୍ ରେ ସୁରକ୍ଷିତ ଭାବରେ ନିଜ ଘରକୁ ଫେରି ଆସିବ ବାସ୍ତବରେ ସେହି ଦିନ ଦେଶ ପ୍ରକୃତ ସ୍ଵାଧୀନତା ପାଇଛି ବୋଲି ଅନୁଭବ ହେବ। ଏ ଉକ୍ତି ମନେ ପଡ଼ିବା ଓ ଦେଶର ସାଂପ୍ରତିକ ବିଭିନ୍ନ ଜଘନ୍ୟ, ବ୍ୟଭିଚାର ଘଟଣାକୁ ଅତୀତ ର ଅନେକ ଘଟଣା ଚଳଚ୍ଚିତ୍ର ଭଳି ଭାଷୀ ଆସିଲା । କୁନ୍ଦୁଲି, ମମିତା ମେହେର ଓ ସଂପ୍ରତି ଡ଼ଃ, ମୌମିତା ଘଟଣା ଦେଶ ର ଅନେକ ଙ୍କ ହୃଦୟ କୁ ଦୋହଲାଇ ଦେଇଛି ।କଳାହାଣ୍ଡି ରୁ କୋଲକତା, ଦିଲ୍ଲୀ ରୁ ପଲ୍ଲୀ ଅନେକ ଗୁଡ଼ିଏ ଧର୍ଷଣ, ବ୍ୟଭିଚାର ଘଟଣା ଘଟିଛି । କାହିଁକି କେଜାଣି ଅନେକ ଦିନ ପରେ ଆଜି ଆଖି ରୁ ଲୁହ ଗଡିଲା, କେଜାଣି କାହିଁକି ମନ ହେଉ ଥାଏ ଏକୁଟିଆ କୋଉଠି ବସି ବହୁତ କାନ୍ଦିବି, ଲୁହ ରେ ମାଆ ଧରିତ୍ରୀ କୁ ଭିଜେଇ ଦେଇ ଗୁହାରି କରିବି ମାଆ ସଂସାର ଦେଖିବା ପୁର୍ବରୁ ପ୍ରଜାପତି ପରି ନିରୀହ କୋମଳମତି ଝିଅ ମାନଙ୍କୁ କାହିଁକି ନିଜ କୋଲ କୁ ଟାଣି ନେଉଛୁ । ଏ ପ୍ରଶ୍ନ ର ଉତ୍ତର କେବଳ ପାଇଲି ନିଜ ଆଖି ରୁ ବାହାରୁ ଥିବା ଗରମ ଲୁହ । ହଜାର ହଜାର ବର୍ଷ ର ଭାରତୀୟ ସଂସ୍କୃତି ରେ ଝିଅ କୁ, ଦେବୀ ଭାବରେ ଦେଖାଯାଏ । ଏକା ଧାର ରେ ମାଁ, ଭଉଣୀ, ଝିଅ ବୋହୂ, ପତ୍ନୀ ରୂପ ରେ ଯିଏ ପରକୁ ଆପଣା କରିବା ର ଅସୀମିତ ଶକ୍ତି ର ଅଧିକାରିଣୀ କୁ
ମାଆ ଦୁର୍ଗା ଓ କାଳୀ ରୂପରେ ବି ପୁଜା ଯାଏ । ପ୍ରତ୍ୟେକ ଧର୍ମ ରେ ନାରୀ ଙ୍କୁ ସ୍ବତନ୍ତ୍ର ସମ୍ମାନ, ମର୍ଯ୍ୟାଦା ଦିଆ ଯାଇଛି । ଇସଲାମ ହଉ କି ସନାତନ, ବୌଦ୍ଧ ହଉ କି ଖ୍ରୀଷ୍ଟିଆନ ସବୁଠି ନାରୀ ସମ୍ମାନ , ମର୍ଯ୍ୟାଦା ସର୍ବାଗ୍ରେ ରହିଛି । ଇସଲାମ ରେ କେବଳ ମହିଳା ମାନଙ୍କ ପାଇଁ ନକାବ୍, ବୁର୍ଖା ର ବ୍ୟବସ୍ଥା ବ୍ୟତୀତ ପୁରୁଷ ମାନଙ୍କ ପାଇଁ ମଧ୍ଯ ଆଖି ର ପରଦା ବାଧ୍ୟତା ମୂଳକ ଅଟେ । ଘରେ ହଉ କି ରାସ୍ତା ରେ ପୁରୁଷ ମାନଙ୍କ ପାଇଁ ମଧ୍ଯ ପରଦା ବାଧ୍ୟତା ମୂଳକ ଅଟେ । ସନାତନ ଧର୍ମ ରେ ମହିଳା ଙ୍କ ସ୍ବତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ରହିଛି । ତେବେ ଆଧୁନିକ ସମୟରେ ଦିନକୁ ଦିନ ମହିଳା ମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାକୁ ଲାଗିଛି । ଆଜି ଛୋଟ ଛୋଟ କୋମଳ ମତି ନିଷ୍ପାପ ଶିଶୁ କନ୍ୟା ଟିଏ ମଧ୍ୟ ସୁରକ୍ଷିତ ନୁହଁ । ଏକୁଟିଆ ବସି ଏ ସମ୍ପର୍କ ରେ ଅତୀତ ର ଅନେକ ଲୋମହର୍ଷଣ କାରୀ ଘଟଣା ଭାଷି ଆସୁଛି ସାମ୍ନା ରେ । ଏ ପରି ଲଜ୍ୟାକର ଘଟଣା ଘଟି ଗଲେ ସମଗ୍ର ଦେଶରେ କିଛି ଦିନ ହୋ ହାଲ୍ଲା, ଧାରଣା, ଆନ୍ଦୋଳନ ହୋଇଥାଏ, ସରକାର ବାହାଦୁର ନ୍ୟାୟ ଦେବାକୁ ଘୋଷଣା ପରେ ଘୋଷଣା, ପୋଲିସ୍ ତଦନ୍ତ ଜୋରଦାର ହୁଏ ଗଣ ମାଧ୍ୟମ ପାଇଁ ମିଳି ଯାଏ ବ୍ରେକିଂ ନ୍ୟୁଜ, ପୀଡ଼ିତା ଙ୍କ ପରିବାର ଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର କିଛି ଆର୍ଥିକ କ୍ଷତି ପୂରଣ ଦେଇ ବାହାସ୍ଫୋଟ ମାରି ଲୋକଙ୍କ ସହାନୁଭୂତି ନେଇ ଯାଆନ୍ତି ଆଉ ପୀଡ଼ିତା ଙ୍କ ପରିବାର ବର୍ଗ ନ୍ୟାୟ ପାଇବା ଆଶାରେ ଏପଟେ , ସେପଟେ ବାର ଦୁଆର ବୁଲି ବୁଲି ଥକି ହାରି ବସି ଯାଆନ୍ତି ଘର ଭିତରେ ଆଉ ଜୀଵନ ତମାମ ତାଙ୍କ ଆଖି ରୁ ଲୁହ ଝରୁ ଥାଏ । ସେଇ ଲୁହ କୁ ପୋଛିବା ପାଇଁ କିନ୍ତୁ ପାଖରେ ନ ଥାଏ ସରକାର, ପ୍ରଶାସନ, ନ୍ୟାୟ ପାଲିକା ନା ତଥା କଥିତ ଧାରଣା ଓ ଆନ୍ଦୋଳନ ଜାରୀ ନା ପାଖରେ ପହଞ୍ଚେ ପ୍ରଶାସନ । ଆସ୍ତେ ଆସ୍ତେ ଭୁଲି ଯାଆନ୍ତି ସମସ୍ତେ । ନେତା ଙ୍କ ଭାଷଣ ବାଜି, ଓ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତି ଆକ୍ଷେପ ରେ ବିଧାନ ସଭା ଓ ପାର୍ଲିଆମେଣ୍ଟ ଗୃହ ଭିତରେ କେବଳ କମ୍ପନ ସୃଷ୍ଟି ହୁଏ । ଏହାହିଁ କଟୁସତ୍ୟ। ନ୍ୟାୟ ପାଳିକା ର ବିଧି ବ୍ୟବସ୍ଥା ଓ ଆଇନ ର ଜାଲ ଭିତରେ ଛନ୍ଦି ହୋଇ ସାକ୍ଷ୍ୟ ପ୍ରମାଣ ଅଭାବ ରୁ ପୀଡ଼ିତା ଙ୍କ ପରିବାର ନ୍ୟାୟ ପାଇପାରେ ନାହଁ । ତେବେ ପ୍ରଶ୍ନ ଉଠେ ଏ ପରି ଜଗନ୍ୟ ଘଟଣା ବୃଦ୍ଧି ପାଉଛି କାହିକି? କିପରି ଏତେ ନିର୍ମମ ଘଟଣା କରିବା ପାଇଁ ବିବେକ କାହିଁକି ବାଧା ଡେଉ ନାହଁ । କଣ ଆଧୁନିକତା ଆଧୁଆଳ ରେ ବିବେକ ର ମୃତ୍ୟୁ ଘଟିଛି ନା ମାନସିକ ବିକଳାଙ୍ଗ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି ନା ଆମ ପାରିବାରିକ ସଂସ୍କାର, ଦେଶ ରେ ପୂର୍ବଜଙ୍କ ଆଦର୍ଶ , ତ୍ୟାଗ, ବଳିଦାନ, ଆଧ୍ୟାତ୍ମିକତା ମୃତ୍ୟୁ ଘଟିଛି । ଏହାର ଉତ୍ତର କାହା ପାଖରେ ନାହିଁ । କେବଳ ଯୁକ୍ତି ଅଢୁଆଲ ରେ ନିଶ୍ଚିତ ଦୋଷୀ ଦଣ୍ଡ ପାଇବ , ଵା ଆଇନ ତା ବାଟ ରେ ଯିବ କହି ଭ୍ରମିତ କରିବା ଛଡା ଆଉ କିଛି ନୁହଁ ।
140 କୋଟି ଦେଶ ବାସିଙ୍କ ଭିତରୁ ପ୍ରାୟ ଅର୍ଦ୍ଧାଧିକ ମହିଳା ଅଟନ୍ତି । ଏ ମାନଙ୍କ ସୁରକ୍ଷା ପାଇଁ ମାଆ ବାପା o ପରିବାର ବର୍ଗ ଙ୍କ ଯେତେ ଗୁରୁ ଦାୟୀତ୍ବ ରହିଛି ସମାଜ ର ମଧ୍ୟ ସେତେ ଗୁରୁ ଦାୟୀତ୍ବ ରହିଛି ବୋଲି ଅନୁଭବ ହୁଏ । ତେବେ ଆଇନ ରେ କଠୋର ବ୍ୟବସ୍ଥା ଜରୁରୀ ହୋଇ ପଡ଼ିଛି । ଅପରାଧୀ ମାନଙ୍କୁ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଚିହ୍ନଟ, ଗିରଫ ଓ ଏକ ମାସ ଭିତରେ ଘଟଣା ର ବିଚାର ଏକ ସ୍ବତନ୍ତ୍ର ଅଦାଲତ ରେ କରିବା ବ୍ୟବସ୍ଥା କରିବା ପାଇଁ ସରକାର ଉଦ୍ୟମ କରିବା ଆବଶ୍ୟକ । ଏଥିସହ ଆଇନ କୁ ଆଖି ଠାରିଲା ଭଳି ଉକ୍ତ ଵିଚାର ବିରୁଦ୍ଧ ରେ ଆଉ ଅପିଲ ର ଅଧିକାର ମଧ୍ଯ ଦେବା ଉଚିତ ନୁହେଁ ଓ ଦଣ୍ଡ କେବଳ ମୃତ୍ୟୁ ଦଣ୍ଡ । ତେବେ ଯାଇ ବ୍ୟଭିଚରୀ ମାନଙ୍କ ମଧ୍ୟରେ କେଜାଣି ଭୟ ସୃଷ୍ଟି ହେବା ସହ ପୀଡ଼ିତା ବର୍ଗ ଉଚିତ ନ୍ୟାୟ ପାଇ ପାରିବେ । ଦେଶର ମହାନ୍ ସଂସ୍କୃତି, ପରମ୍ପରା, ନାରୀ ଜାତି ପାଇଁ ସମ୍ମାନ ଓ ମାନବିକତା ର ମୁଲ୍ୟ ବୋଧ କୁ ବଞ୍ଚେଇ ରଖିବାକୁ ମିଳିତ ପ୍ରୟାସ କରିବା ନଚେତ ଆମ ଉତ୍ତର ପୀଢ଼ି ଦିଗ ହରା ହେବା ସହ ଆଧୁନିକତା ଅଢୁଆଳ ରେ ମହାନ ଭାରତୀୟ ସଂସ୍କୃତି, ପରମ୍ପରା କିପରି ସୁରକ୍ଷିତ ରହିବ ତାହା ଦେଶ ର ବୁଦ୍ଧିଜୀବୀ, ସରକାର, ଧାର୍ମିକ ଗୁରୁ, ଜ୍ଞାନୀ ଗୁଣୀ ଉଦ୍ୟମ କରିବା ଜରୁରୀ ।
ଶୁଭ ରାତ୍ରୀ
ମହମ୍ମଦ ଅଲ୍ଲୀ, ବରିଷ୍ଠସାମ୍ବାଦିକ,
କଳାହାଣ୍ଡି।




Post a Comment