//BREAKING//
Loading...

ଗରିବଙ୍କ ଶିକ୍ଷା ପାଇଁ ବାଧକ ସାଜିବନି ଅର୍ଥ''

 ''ଗରିବଙ୍କ ଶିକ୍ଷା ପାଇଁ ବାଧକ ସାଜିବନି ଅର୍ଥ''



=================

ଧର୍ମଗଡ଼:-----

( ତର୍ଜମା ବ୍ୟୁରୋ )        

                            

  ଏକାଠିହେଲେ... ଝୁମିଲେ...ମଜିଲେ...ହଜିଲେ... ହେଲେ ସାମାଜିକ ଦାୟିତ୍ୱବୋଧକୁ ଭୁଲିଲେନି l ନିଜେ ପଢିଥିବା ସ୍କୁଲର ବିକାଶ ଏବଂ ଆର୍ଥିକ ଅନଗ୍ରସର ପିଲାଙ୍କ ପାଠ ପଢ଼ାଇବା ସହ ସାମାଜିକ ସ୍ୱାସ୍ଥ୍ୟସେବା ପାଇଁ ନୂଆ ସଂକଳ୍ପ ନେଲେ l 


ଧର୍ମଗଡ଼ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ (ପୂର୍ବରୁ ସରକାରୀ ଉଚ୍ଚ ବିଦ୍ୟାଳୟ) ୧୯୯୪ ମସିହାର ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ TEENAGERS OF 90'S ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି I ଭବାନୀପାଟଣା ନିକଟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରାବଣଦରରେ ଆୟୋଜିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ଆମେରିକା, ହାଇଦ୍ରାବାଦ, ଖଡ଼ଗପୁର, ଭୁବନେଶ୍ୱର, ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼ ଆଦି ଅଂଚଳରୁ ଆସିଥିବା ବନ୍ଧୁ ମାନେ ସମ୍ପୃକ୍ତ ଉଚ୍ଚବିଦ୍ୟାଳୟର ସମସ୍ୟାର ସମାଧାନ ସହ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି I ତାସହ ଜିଲ୍ଲାରେ ଜଣେ ବି ଛାତ୍ର କିମ୍ଵା ଛାତ୍ରୀ ଯେପରି ଅଭାବରୁ ପାଠପଢ଼ାରେ ଡୋରି ନଲାଗେ, ସେଦିଗରେ ଏକ ନୂଆ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା ! କାର୍ଯ୍ୟକ୍ରମ ଶେଷରେ ଭାବ ବିନିମୟ ସହ ତିରିଶ ବର୍ଷ ତଳର ସ୍କୁଲ ଜୀବନ ସମ୍ପର୍କରେ ଆଲୋଚନା କରି ଭାବବିହ୍ୱଳ ହେଇଥିଲେ ସମସ୍ତେ I କହିଥିଲେ 'ଚାଲ ପୁଣି ଥରେ ମାଟ୍ରିକ ପଢ଼ିବା' !! ଶେଷରେ କରତାଳି ଦେଇ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କଲେ !!🙏🏻

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe