//BREAKING//
Loading...

ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲେ ଚାଷୀ

 


ତର୍ଜମା ନ୍ୟୁଜ ବ୍ୟୁରୋ ବରଗଡ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହ ଶହ ଚାଷୀ। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କ ଉପରେ ଗର୍ଜିଲେ ଚାଷୀ। ବର୍ଷାରେ ଭିଜି ଗଜା ହୋଇଥିବା ଧାନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଛନ୍ତି ବରପାଲି ବ୍ଲକ ତୁଲଣ୍ଡିର ଚାଷୀ। ଟିଫିନରେ ପଖାଳ ଧରି ଅଫିସ ଭିତରେ ପଖାଳ ଖାଇବା ସହ ଗଜା ଧାନ ଧରି ଅଭିନବ ପ୍ରତିବାଦ କରିଛନ୍ତି। ବରଗଡ଼ ଜିଲ୍ଲାରୁ ଧାନ ଉଠୁ ନଥିବା ସମସ୍ୟା ନେଇ ଚାଷୀମାନେ ଜିଲ୍ଲାପାଳଙ୍କୁ ଜଣାଇଛଥିଲେ।କୌଣସି ସମାଧାନ ଜିଲ୍ଲା ପ୍ରଶାସନ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଗତକାଲି ମଧ୍ୟ ଚାଷୀ ଧାରଣା ଦେଇ ଧାନ ଶୀଘ୍ର ଉଠାଇବାକୁ ଦାବି କରିଥିଲେ।


କିନ୍ତୁ ପ୍ରତିଶୃତି ଦେଇ ଚାଷୀଙ୍କୁ ଅଧିକାରୀମାନେ ଧାରଣାରୁ ଉଠେଇ ଦେଇଥିଲେ। ପ୍ରତିଶୃତି ପରେ ମଧ୍ୟ ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଥିବା ବେଳେ ବର୍ତ୍ତମାନ ବର୍ଷା ଯୋଗୁଁ ଧାନ ଗଜା ହୋଇ ବସିଲାଣି। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ। ବର୍ଷାରେ ମଧ୍ୟ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନ ପାରି ଅଫିସ ଅଫିସ ଦୌଡୁଥିବା ବେଳେ ପ୍ରଶାସନ କେବଳ ଚାଷୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଚାଷୀ ବର୍ଷାରେ ଭିଜିଭିଜି ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରେ ଧାରଣାରେ ବସିଛନ୍ତି। ଧାନ ନଉଠିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଳି ସ୍ପଷ୍ଟ କରିଛନ୍ତି ଚାଷୀ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe