//BREAKING//
Loading...

ଆଜିଠୁ ଆଡ଼ପ ଦର୍ଶନ, ବନକଲାଗି ନୀତି ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ

 


ଆଡ଼ପ ବିଜେ ପରେ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଶୃଙ୍ଖଳିତ ଢଙ୍ଗରେ ଚାଲିଛି ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ଦର୍ଶନ । ସକାଳ ୬ ଟା୫୦ ପରଠାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ବ୍ୟାରିକେଡ଼ ମାଧ୍ୟମରେ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଭକ୍ତଙ୍କୁ ଭିତରକୁ ଛଡ଼ା ଯାଉଛି । ଉଭୟ ବାହାର ଓ ଭିତର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଭାବରେ ଚାଲିଛି । ଟିକେଟ ଧାରୀଙ୍କ ପାଇଁ ଭିତରେ ସ୍ବତନ୍ତ୍ର ଧାଡ଼ି କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ଚଞ୍ଚଳ ରାଣା । ଆଜି ମଧ୍ୟ ଆଡପ ମଣ୍ଡପରେ ବାହାରିବ ଚଳିତ ବର୍ଷର ପ୍ରଥମ ଅବଢ଼ା । ତିନି ଦିନ ପରେ ଶ୍ରୀଜିଉଙ୍କୁ ଲାଗିହେବ ଅବଢ଼ା ମହାପ୍ରସାଦ । ୫ ଦିନ ଧରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ପାଖରେ ଲାଗି ହେବ ଜୈବିକ ଚାଉଳ ପ୍ରସ୍ତୁତ ଅମୃତ ଅନ୍ନ ।




ସେପଟେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ରାତି ପ୍ରାୟ ୯ଟାରୁ ବିଳମ୍ବିତ ରାତି୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭିଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ଦର୍ଶନ ପାଇଁ ଆସିବାକୁ ଅନୁରୋଧ କରିଛନ୍ତି ଦତ୍ତ ମହାପାତ୍ର ସେବକ । ଗତକାଲି ରାତି ୧୦ରେ ପହଣ୍ଡି ଶେଷ ହେବାପରେ ରାତି ଗୋଟାଏ ୪୦ ସୁଦ୍ଧା ରୁନ୍ଧା କାର୍ଯ୍ୟ ଶେଷ ହୋଇଥିଲା । ୨ଟା ସୁଦ୍ଧା ଦଇତାପତି ସର୍ବାଙ୍ଗ, ୨ଟା୧୫ରେ ଶ୍ରୀମୁଖ ଖଣ୍ଡୁଆ ହୋଇ ୨ ଟା୧୫ରୁ ୩ ଟା୫୫ ମଧ୍ୟରେ କୋଠ ସୂଆଁସିଆ ମାନେ ଚାରମାଳ ଫିଟାଇ ବାହାରି ଥିଲେ । ସକାଳ ୫ ଟା ୧୦ ସୁଦ୍ଧା ମହାସ୍ନାନ, ୫ଟା ୨୦ରେ ମଇଲମ ହୋଇ ୬ଟା ସୁଦ୍ଧା ମହାପ୍ରଭୁଙ୍କ ବେଶ ଶେଷ ହୋଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe