ଭବାନୀ ପାଟଣା:---( ତର୍ଜମା ନ୍ୟୁଜ)
ଭବାନୀ ପାଟଣା ଉପକଣ୍ଠ ରେ ଟାଉନ ଥାନା ପୋଲିସ ଚଢ଼ାଉ କରି ସାତ କେଜି ରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣେ ମହିଳା ସମେତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ଜଣା ପଡିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ କୌଣସି ସୂତ୍ର ରୁ ଖବର ପାଇ କଳାହାଣ୍ଡି ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସଡିପିଓ ଆଜିକ୍ୟ ମାନେ ଆଇପିଏସ ଙ୍କ ନେତୃତ୍ବ ରେ ଟାଉନ ପୁଲିସ ପକ୍ଷରୁ ଟିଭି ଷ୍ଟେସନ ପଡ଼ା ରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଶଶିକାନ୍ତ ସାହାଣୀ (୩୩ବର୍ଷ) ଓ ସୁଲେଖା ଦେବୀ ( ୪୨ ବର୍ଷ ) ଙ୍କ ପାଖରୁ ଏକ ଟ୍ରଲି ବ୍ୟାଗ୍ ରେ ଚାରିଟି ପେକେଟ ରେ ୭ କେଜି ୭୬୦ ଗ୍ରାମ ଗଞ୍ଜେଇ, ଦୁଇଟି ମୋବାଇଲ, ୬ ଗୋଟି ଏଟିଏମ୍ କାର୍ଡ ଓ ସ୍କୁଟର ନମ୍ବର OD 08 T 5568 କୁ ଜବତ କରି ଉଭୟ ଙ୍କୁ ଗିରଫ କରିଥିଲେ । ଚଢାଉ ସମୟରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷ ମାନଙ୍କ ଉପସ୍ଥିତି ଥିଲେ । ଉକ୍ତ ଗଞ୍ଜେଇ ଅନ୍ୟ ରାଜ୍ୟ କୁ ଚୋରା ଚାଲାଣ ହେବାକୁ ଥିବା ପୋଲିସ ସୂତ୍ର ରୁ ପ୍ରକାଶ । ଉଭୟ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠେଇ ଦିଆ ଯାଇ ଥିବା ଜଣା ପଡ଼ିଛି ।
ତେବେ ଭବାନୀ ପାଟଣା ସହର ରେ ବ୍ୟାପକ ଗଞ୍ଜେଇ, ମଦ, ସମେତ ଅନେକ ମାରାତ୍ମକ ନିଶା ଦ୍ରବ୍ୟ, ଦ୍ରଗସ କବଳ ରେ କିଶୋର ଓ ଯୁବ ଗୋଷ୍ଠୀ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ପୋଲିସ ପକ୍ଷରୁ ଏହି ପରି ମାରାତ୍ମକ ନିଶା ଦ୍ରବ୍ୟ କାରବାର ରେ ସଂପୃକ୍ତ ମାନଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବି ହେଇଛି ।
ଏହି ଚଢାଉ ସମୟରେ ଟାଉନ ଥାନଧିକାରୀ ଙ୍କ ସମେତ ଏକ ପୋଲିସ ଟିମ ଅଂଶ ଗ୍ରହଣ କରିଥିଲେ ।
Post a Comment