//BREAKING//
Loading...

ଟୋଲ ପ୍ଲାଜାରେ ଡକାୟତି ଯୋଜନା ବେଳେ ମାଡି ବସିଲା ପୋଲିସ


ତର୍ଜମା ନ୍ୟୁଜ ବ୍ୟୁରୋ ବାରିପଦା : ଟୋଲ ପ୍ଲାଜାରେ ଡକାୟତି ଯୋଜନା ବେଳେ ମାଡି ବସିଲା ପୋଲିସ। ମୟୂରଭଂଜ ବୈଶୀଙ୍ଗା ଥାନା ପଦ୍ମନାଭପୁର ଟୋଲ ପ୍ଲାଜାରେ ଡକାୟତି କରୁଥିଲେ ୬ ଡକାୟତ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଚମ୍ପ ମାରିଛନ୍ତି। ରାତିରେ ଗାଡ଼ି ଯାଞ୍ଚ ବେଳେ ୧୮ ନଂ ଜାତୀୟ ରାଜପଥର କେନ୍ଦୁଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୬ ସନ୍ଦିଗ୍ଧ ଡକାୟତି ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ପାଟ୍ରୋଲିଂ ବେଳେ ମାଡ଼ି ବସିଲା ପୋଲିସ। ଘଟଣାସ୍ଥଳରୁ ୩ଜଣ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗୋଡ଼ାଇ ପୋଲିସ ନିକଟ ଜଙ୍ଗଲରୁ ଧରିଥିଲା। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ଵରର କରଣ ପରିଡ଼ା, ସମ୍ବିତ ବିଶ୍ବାଳ ଓ ମୟୂରଭଂଜର ଦେବୁ ଦାସ। କରଣ ଓ ସମ୍ବିତଙ୍କ ନାମରେ ପୂର୍ବରୁ ବାଲେଶ୍ୱର ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ରାହାଜାନୀ ଆଦି ମାମଲା ରହିଛି। କିଛି ଦିନ ହେଲା ଅଭିଯୁକ୍ତମାନେ ଜାମିନ ପାଇ ଜେଲରୁ ବାହାରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ଠାରୁ ଗୋଟିଏ ବାଇକ୍‌, ଗୋଟିଏ ଟାଟା ନେକ୍ସନ କାର୍‌, ତେଲେଙ୍ଗା କଟୁରୀ, ଲୁହା ଛଡ଼ ଓ କଳାମୁଖା ଜବତ କରାଯାଇଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe