//BREAKING//
Loading...

ବାହୁଡା ଯାତ୍ରା-ସୁନା ବେଶ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

 



ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ରଥଯାତ୍ରାରେ ହୋଇଥିବା ଦଳାଚକଟା ଘଟଣାର ପୁରୀ ଯାଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସରଧାବାଲି ଦଳାଚକଟା ପରେ ଏହା ସିଏମ୍‌ଙ୍କ ପ୍ରଥମ ଗସ୍ତ ।




ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ନ ୩ଟା ସମୟରେ ସେବାୟତଙ୍କୁ ଭେଟି ଆଲୋଚନା କରିବା ନେଇ ସୂଚନା ରହିଛି। ଆଗକୁ ମହାପ୍ରଭୁଙ୍କର ବାହୁଡା ଯାତ୍ରା ଏବଂ ସୁନା ବେଶ ଥିବାରୁ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ମଧ୍ୟ ଆଲୋଚନା କରିବେ। ତା'ସହିତ ଗୁଣ୍ଡିଚା ଘର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ହସ୍ପିଟାଲ ଯାଇ ଆହତ ଓ ଗୁରୁତରଙ୍କୁ ଭେଟିବାର କାର୍ଯ୍ୟର୍କମ ମଧ୍ୟ ରହିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe