//BREAKING//
Loading...

FIDE ମହିଳା ଚେସ୍‌ ବିଶ୍ୱକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା

 


ମହିଳା ଚେସ୍ ବିଶ୍ୱକପରେ ଭାରତର ଐତିହାସିକ ସଫଳତା । ଦିବ୍ୟା ଦେଶମୁଖ ଫିଡେ ମହିଳା ଚେସ୍ ବିଶ୍ବକପରେ ଚାମ୍ପିୟନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେ ଭାରତର ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରିଥିଲେ । ଏଥିସହ ଭାରତୀୟ ଚେସରେ ଆଉ ଏକ ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ପଦାର୍ପଣ ହୋଇଛି । ୧୯ ବର୍ଷୀୟ ଦିବ୍ୟା ଦେଶମୁଖଙ୍କ ଏହି ଐତିହାସିକ ସଫଳତା ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣାଇଛନ୍ତି ଅଭିନନ୍ଦନ । ମାତ୍ର ୧୯ ବର୍ଷ ବୟସରେ ଦିବ୍ୟା ଦେଶମୁଖ ମହିଳା ଚେସରେ ବିଶ୍ବ ଚାମ୍ପିୟନ ହେବା ଦେଶ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ।


ଫାଇନାଲରେ ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ କଡା ଟକ୍କର ଦେଶରେ ଚେସ ପ୍ରତିଭାର ପ୍ରମାଣ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଲେଖିଛନ୍ତି । ଦିବ୍ୟା ଦେଶମୁଖଙ୍କ ସଫଳତା ଯୁବପିଢିଙ୍କୁ ସଫଳତା ପାଇଁ ଅନେକ ପ୍ରେରଣା ଯୋଗାଇବ । ଦୁଇ ପ୍ରତିଭାସମ୍ପନ୍ନ ମହିଳା ଚେସ୍ ଖେଳାଳିଙ୍କ ଐତିହାସିକ ସଫଳତା ପାଇଁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।


ଶନିବାର ଏବଂ ରବିବାର ଦିବ୍ୟା ଦେଶମୁଖ ଏବଂ କୋନେରୁ ହମ୍ପିଙ୍କ ମଧ୍ୟରେ ଖେଳାଯାଇଥିବା କ୍ଲାସିକାଲ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ୧-୧ ଗୋଲରେ ବରାବର ହୋଇଥିଲା। ଏହା ପରେ, ସୋମବାର, ୨୮ ଜୁଲାଇରେ ଦିବ୍ୟା ଦେଶମୁଖ ରାପିଡ ରାଉଣ୍ଡରେ କୋନେରୁ ହମ୍ପିଙ୍କୁ ପରାସ୍ତ କରି ତାଙ୍କର ପ୍ରଥମ ଚେସ୍‌ ବିଶ୍ୱକପ ଟାଇଟଲ ଜିତିଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe