ଏହି କାରଣରୁ, ୧୯୮୦ ଦଶକରେ, ସେ ଚାକିରି ଛାଡି ଚଳଚ୍ଚିତ୍ର ଜଗତ ଆଡକୁ ମୁହାଁଇଥିଲେ। ସିନେମା ତାଙ୍କୁ ସର୍ବଦା ଆକର୍ଷିତ କରିଥିଲା। ଏହି କାରଣରୁ, ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ, ସେ ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ରରେ କାମ କରିଥିଲେ। ୨୦୦୯ ମସିହାରେ ରାଜକୁମାର ହିରାନୀଙ୍କ ଆମିର ଖାନଙ୍କ ଅଭିନୀତ ଫିଲ୍ମ ‘୩ ଇଡିଅଟ୍ସ’ରେ ଅଭିନେତା ଅଚ୍ୟୁତ ପୋତଦାର ଜଣେ କଠୋର ଇଞ୍ଜିନିୟରିଂ ପ୍ରଫେସର ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକା ତାଙ୍କୁ ପ୍ରତ୍ୟେକ ଘରେ ପ୍ରସିଦ୍ଧ କରିଥିଲା। ’୩ ଇଡିଅଟ୍ସ’ରେ ତାଙ୍କର ସଂଳାପ ‘କ୍ୟା ବାତ ହୈ’ ଏବେ ବି ସୋସିଆଲ ମିଡିଆ ଏବଂ ମିମ୍ସରେ ବ୍ୟବହୃତ ହେଉଛି। ଅଭିନେତା ଅଚ୍ୟୁତ ପୋତଦାର ‘ପରିନ୍ଦା’, ‘ଦାମିନୀ’, ‘ଇନସାଫ’, ‘ଲଗେ ରହୋ ମୁନ୍ନାଭାଇ’, ‘ପରିଣୀତା’, ‘ରଙ୍ଗୀଲା’, ‘ଦାଗ: ଦି ଫାୟାର’ ଏବଂ ‘ଚମତ୍କାର’ ଭଳି ଅନେକ ବଡ଼ ବଡ଼ ଫିଲ୍ମରେ ଶକ୍ତିଶାଳୀ ଭୂମିକାରେ ଦେଖାଦେଇଥିଲେ। ଫିଲ୍ମ ସହିତ, ସେ ଟିଭି ଧାରାବାହିକରେ ମଧ୍ୟ କାମ କରିଥିଲେ। ଯାହା ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ତାଙ୍କ କ୍ୟାରିଅରରେ, ସେ ‘ୱାଗଲେ କି ଦୁନିଆ’, ‘ମାଝା ହୋସିଲ ନା’, ‘ମିସେସ ତେନ୍ଦୁଲକର’ ଏବଂ ‘ଭାରତ କି ଖୋଜ’ ଭଳି ଲୋକପ୍ରିୟ ଟିଭି ଶୋ’ ମଧ୍ୟ କରିଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଗଲା।
Post a Comment