//BREAKING//
Loading...

ସ୍କୁଲର ଝରକା ରେଲିଂରେ ଛାତ୍ରୀଙ୍କ ମୁଣ୍ଡ ଫସିବା ଘଟଣା; ପ୍ରଧାନ ଶିକ୍ଷକ ନିଲମ୍ବିତ

 

ତର୍ଜମା ନ୍ୟୁଜ ବ୍ୟୁରୋ :-

ସ୍କୁଲର ଝରକା ରେଲିଂରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୁଣ୍ଡ ଫସିବା ଘଟଣାରେ ପ୍ରଧାନ ଶିକ୍ଷକ ହେଲେ ନିଲମ୍ବିତ । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀକୁ ତାଲା ପକାଇବା ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି ବ୍ଳକ ଶିକ୍ଷା ଅଧିକାରୀ । ତାଙ୍କୁ ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରା ଘଟଣା ଥିଲା କିଛି ଏହିପରି । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କୁ ଗତକାଲି ସ୍କୁଲ ଛୁଟି ସମୟ ରେ ସ୍କୁଲ୍ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇ ଥିଲେ ସ୍କୁଲ କର୍ତ୍ତୃପକ୍ଷ । ଅପରାହ୍ନ 4 ଟା ସମୟରେ ସ୍କୁଲ କର୍ତ୍ତୃପକ୍ଷ ଶ୍ରେଣୀ ଗୃହ ଏବଂ ସ୍କୁଲରେ ତାଲା ଦେଇ ପଳାଇଥିଲେ l କିନ୍ତୁ ଝିଅଟି ସ୍କୁଲ ଗୃହରେ ରହିଯାଇଥିଲା l ସ୍କୁଲରୁ ନଫେରିବା ପରେ ଘର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ l ପରେ ଆଜି ସ୍କୁଲ ରୋଷେୟା ଆସି ସକାଳ 9 ଟା ରେ ସ୍କୁଲ ଖୋଲିବା ପରେ ଝିଅଟି ଶ୍ରେଣୀ ଗୃହର ଝରକା ରେଲିଂରେ ଫଶି ରହିଥିବା ଦେଖିବାକୁ ମିଳିଥିଲା l ଆଜି ଉଦ୍ଧାର ହେବା ପରେ ଝିଅର ବାପା ଓ ପ୍ରଧାନ ଶିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇ ସ୍କୁଲକୁ ଫେରାଇ ଆଣିଛନ୍ତି

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe