//BREAKING//
Loading...

ମାଓ ମୁକାବିଲା ରେ ଦୁଇ ସହୀଦ ଏସଓଜି ଯବାନଙ୍କୁ ଶେଷ ସମ୍ମାନ ଦେଲେରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ , ବିରୋଧୀ ଦଳ ନେତା ଓ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ।











 ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟ ୫ ମାଓ ମୃତ--    ୨  ଏସଓଜି ସହୀଦଯବାନ ଙ୍କୁ  ଗାର୍ଡ ଅଫ ଅନର ଦେଲେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ, ବିରୋଧୀଦଳ ନେତାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ 

ଭବାନୀପାଟଣା,୧୦/0୯ /୨୦୨୦

କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲ ରେ ମାଓ ଅପରେସନ  ଅପରେସନରେ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ୨ ଏସଓଜି ଯବାନ ସହୀଦ   ହୋଇଥିବା ଜଣା ପଡ଼ିଛି । ତେବେ (ବୁଧବାର) ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା । ଅପରେସନରେ  ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସ୍ପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।ଏହି ଅପରେସନ ସମୟରେ ଦୁଇ ଏସଓଜି ଯବାନ ମଧ୍ୟ ସହିଦ ହୋଇଥିବା ଜଣାପଡିଛି ।ସହୀଦ ଯବାନ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ସାନ ଭାଡୁଆ ସୁଳିଆପଡା ଗ୍ରାମର ସହୀଦ ସୁଧୀର କୁମାର ଟୁଡୁ (ସି/୧୮୨୩)

ପି--ସ୍ବର୍ଗତ କୁଣ୍ଡିଆ ଟୁଡୁ, ଏବଂ ଅନୁଗୁଳ ଜିଲ୍ଲା ଅଙ୍ଗପଡା ରାଜକିଶୋର ନଗର ଦେବାଶିଷ ସେଠି(C/୩୨୬) ପି--ସନାତନ ସେଠୀ ।

ସହୀଦ ଜବାନ ମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆ ଠାରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ପୋଲିସ ଡିଜି  ଅଭୟ, ଅପରେସନ ଆଇଜି ଅମିତାଭ ଠାକୁର,  ରାଜ୍ୟ ଗୋଇନ୍ଦା ବିଭାଗ ନିର୍ଦେଶକ ଆର, କେ, ଶର୍ମା,  ସ୍ୱତନ୍ତ୍ର ଗୋଇନ୍ଦା ଶାଖା ଡି ଆଇ ଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ସଫିନ ଅହେମ୍ମଦ ଖାଁ,  CRPF କମାଣ୍ଡେଣ୍ଟ ,  କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଏସପି ବାତୁଲା ଗଙ୍ଗାଧର  ପ୍ରମୁଖ ଉପସ୍ଥିତ ରହିଥିଲେ ।ସହୀଦ ମାନଙ୍କୁ ଗାର୍ଡ ଅଫ ଅନର ଦେବା ସହିତ ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ସହୀଦ ମାନଙ୍କୁ ନିଜ ଜନ୍ମ ମାଟି କୁ ପଠା ଯାଇଥିଲା ।

       ସହିଦ ଙ୍କୁ ଶେଷ ସମ୍ମାନ ଦେବା ପରେ ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଗଣ ମାଧ୍ୟମରେ କୁ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ ଗତ ଦୁଇ ମାସରେ ୧୨ ଜଣ ମାଓଙ୍କ ମୃତ୍ୟ ହୋଇଛି।

ରାଜ୍ୟର ମାଓବାଦୀ ମାନଙ୍କୁ  ହିଂସା ର ପଥ ଛାଡି ଜାତୀୟ ମହାସ୍ରୋତ ରେ ସାମିଲ ହେବା ପାଇଁ  ଆହ୍ୱାନ ଦେଇଛନ୍ତି ।

      ରାଜ୍ୟ ସରକାର ଙ୍କ ଘୋଷଣା ଅନୁଯାୟୀ ସହୀଦ ମାନଙ୍କ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ପକ୍ଷରୁ ତୁରନ୍ତ ୧୬ ଲକ୍ଷ ଟଙ୍କା ସହାୟତା ସହ ସମ୍ପୂର୍ଣ୍ଣ ମାସିକ ଦରମା ପ୍ରଦାନ , ଘରଡ଼ିହ ସହ ସମସ୍ତ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଛି ।  

 ମହମ୍ମଦ ଅଲ୍ଲୀ  ଙ୍କ ରିପୋର୍ଟ










  

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe