//BREAKING//
Loading...

ସୁରକ୍ଷା କର୍ମୀ--ମାଓ ଗୁଳି ବିନିମୟ ୫ ମାଓବାଦୀ ମୃତ--ଅପରେସନ ଜୋରଦାର








ଭବାନୀପାଟଣା,୯/୯ /୨୦୨୦

କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲ ରେ ମାଓ ଅପରେସନ । କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓଏସଓଜି ମିଳିତ ଅପରେସନ । ଅପରେସନରେ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ । କଳାହାଣ୍ଡିର ସିର୍କି ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।  ଏନେଇ ଅଧିକ ଫୋର୍ସ ପଠାଯାଇଥିବା ସୂଚନା ରହିଛି । ତେବେ ଆଜି(ବୁଧବାର) ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା । ଅପରେସନରେ  ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସ୍ପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।ଏହି ଅପରେସନ ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି ।ଅନ୍ୟ ଅପରେସନରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି । ଅପରେସନ ଜାରି ରହିଛି ।

   

ମହମ୍ମଦ ଅଲ୍ଲୀଙ୍କ ରିପୋର୍ଟ,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe