//BREAKING//
Loading...

ନିମ୍ନମାନର ଛତୁଆ ଓ ପ୍ୟାକେଟରେ ପରିମାଣ କମ ଥିବାକୁ ନେଇ ତଦନ୍ତ ପାଇଁ ଦାବି ହେଉଛି ।

 

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଭବାନୀପାଟଣା  ଆଇସିଡିଏସ ବିଭାଗ ପରିସର ଭିତରେ ଦୁର୍ନୀତି ହେଉଥିବା ଜାଣିଶୁଣି ଅଧିକାରୀ ଚୁପ l ଯଥା ପରଂ ତଥା ପୂର୍ବଂ ଭଳି କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି l ଗତ ମାସରେ ଛତୁଆ ଯୋଗାଇଥିବା ସଦର ବ୍ଲକ ଭବାନୀପାଟଣା ଅନ୍ତର୍ଗତ ଥିବା କନ୍ଦ ବାରଝୋଲା ଗ୍ରାମର ମାଁ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ନିମ୍ନମାନର ଛତୁଆ ଏବଂ ପ୍ୟାକେଟରେ କମ ପରିମାଣ ଥିବା  ଛତୁଆ ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ଓଡିଶା ସରକାରଙ୍କ ନିର୍ଦେଶ ଅନୁସାରେ ପ୍ରତେକ ପ୍ୟାକେଟରେ ଗହମ 3062.50 ଗ୍ରାମ, ବୁଟ 612.50 ଗ୍ରାମ, ଚିନାବାଦାମ 459.38 ଗ୍ରାମ, ଚିନି 765.63 ଗ୍ରାମ,ମୋଟ 4.900 ଗ୍ରାମ ରହିବା କଥା କିନ୍ତୁ ପ୍ରସ୍ତୁତି ପରେ 10% କାଟା ଗଲେ ମୋଟ ଓଜନ 4.410 ଗ୍ରାମର ପ୍ୟାକେଟ ହେବା କଥା କିନ୍ତୁ ଏହାକୁ ଓଜନ କରି ଦେଖିବାରୁ 4.380 ଗ୍ରାମର ପ୍ୟାକେଟ ବଣ୍ଟା ହୋଇଥବା ଦେଖିବାକୁ ମିଳିଛି l ଏହି ସବୁ ଘଟଣା ବିଷୟରେ  ସଂପୃକ୍ତ ବିଭାଗର ଅଧିକାରୀଙ୍କୁ  ଓଜନ କରିଥିବା 4.380 ଗ୍ରାମର ଫୋଟୋ ମଧ୍ଯ ପଠାଯାଇ ଥିଲା  କିନ୍ତୁ ତାହା ଦେଖି ଅଧିକାରୀ  ଚୁପ l ଯଦି ଛତୁଆ ତିଆରି ସମୟରେ ଅଧିକାରୀ ନିଜେ ଉପସ୍ଥିତ ରହି ଛତୁଆ ପ୍ୟାକିଂ କରାଯାଉଛି ତାହେଲେ ଛତୁଆ ପ୍ୟାକେଟର ଓଜନ କମ ହେଉଥିବାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି ? ଏସଏଚଜିଙ୍କ ଦ୍ୱାରା ଛତୁଆ ତିଆରି ସମୟରେ ସ୍ଥାନୀୟ ବ୍ଲକ ସୁପରଭାଇଜର ଅଧିକାରୀମାନେ ଉପସ୍ଥିତ ରହି ତଦାରଖ କରିବା ପାଇଁ ନିର୍ଦେଶ ଅଛି,  ଯଦି ଉପସ୍ଥିତ ଥିଲେ ତାହେଲେ ପରିମାଣ କମୁଛି କାହିଁକି l ଛତୁଆ ବଣ୍ଟନ କରୁଥିବା ଏସଏଚଜି ମାଁ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ବିଭାଗୀୟ ଅଧିକାରୀ ପ୍ରୋତ୍ସାହିତ କରୁଥିବା ଫଳରେ ଏସଏଚଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ଦେଖିବାକୁ ମିଳୁଛି ! ଯେଉଁଥି ପାଇଁ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ବାଧ୍ୟ ହୋଇ ନିମ୍ନମାନର ଛତୁଆ ଏବଂ କମ ଓଜନ ଥିବା ପ୍ୟାକେଟକୁ ଗ୍ରହଣ କରି ରଖି କୋମଳମତି ଶିଶୁ ଓ ଗର୍ଵବତୀ ପ୍ରସୂତି ମହିଳା ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି l  ଏହାର ଉଚ୍ଚସ୍ତରିୟ ଅଧିକାରୀ ସିଡିପିଓ ଓ ଡିଏସଡବ୍ଲୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଦନ୍ତ କଲେ ଆହୁରି ପ୍ୟାକେଟରେ ହେଉଥିବା ହେରଫେରର ଗୁମର ପଦାକୁ ଆସିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛିl ଦୁର୍ନୀତିକୁ ଯଦି ବିଭାଗୀୟ ମୁଖିଆ ମିଳିମିଶି ପ୍ରୋତ୍ସାହିତ କରିବେ ତେବେ ସାଧାରଣ ଲୋକେ ଗୁହାରି କରିବେ କାହାକୁ ଏବଂ ଓଡିଶା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଗର୍ବବତୀ ଓ ପ୍ରସୂତି ମାଁ ଏବଂ ଶିଶୁମାନଙ୍କ ପାଇଁ ଖର୍ଚ୍ଚ କରୁଥିବା ମୂଲ୍ୟହୀନ ବୋଲି ସାଧାରଣରେ ଆଲୋଚନା ଜୋର  ହେଉଛି l

ମହମ୍ମଦ ଅଲ୍ଲୀ, 



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe