ତା--୦୭--୦୯--୨୦୨୦
ବିଭିନ୍ନ ଚୋରି ଘଟଣାରେ ୫ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ, ଚୋରି ସାମଗ୍ରୀ ଜବତ --ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ଟାଉନ ପୋଲିସ ।
ପ୍ରାପ୍ତ ସୂଚନା ଅନୁଯାୟୀ, ଭବାନୀପାଟଣା ସହରରେ ରାତ୍ରୀ ସମୟରେ ଘର ଭିତରୁ ମୋବାଇଲ ଚୋରି ଘଟଣା ବୃଦ୍ଧି ପାଇଥିଲା ।ଏହାର ତଦନ୍ତ କରି ଟାଉନ ଥାନା ପକ୍ଷରୁ ମୁଖ୍ୟ ଆସାମୀ ଭବାନୀପାଟଣା ରେ ରହୁଥିବା କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ନୂତନ ବାଣୁଆ, ସମେତ ପାଞ୍ଚ ଜଣ ଯୁବକ ଓ ଜନୈକା ଯୁବତୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।ଚୋରିସାମଗ୍ରୀ କିଣି ଥିବା ଅଭିଯୋଗରେ ଯୁବତୀ ସହ ଜଣେ ଯୁବକ ଗିରଫ ହୋଇ ଥିବା ବେଳେ ଅନ୍ୟମାନେ ଚୋରି ଘଟଣାରେ ସଂପୃକ୍ତ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।ଏଥିସହ ଅନ୍ୟ ଚୋରି ଘଟଣାରେ ଚୋରି ଯାଇଥିବା ସୁନା, ପାଟ ଶାଢ଼ୀ, ସମେତ ନଗଦ ଟଙ୍କା ମଧ୍ୟ ପୋଲିସ ଜବତ କରିବାରେ ସଫଳ ହୋଇଛି ।ଆଜି ସମସ୍ତଙ୍କୁ ଟାଉନ ଥାନା କେଶ ନମ୍ବର, ୧୮୨/୨୦, ୨୧୮/୨୦, ୨୨୦/୨୦, ଓ ୨୨୧/୨୦ ର ବିଭିନ୍ନ ଦଫାରେ ଗିରଫକରି କୋର୍ଟ ଚାଲାଣ କରାଯାଇୟାଥିବା ଟାଉନ ଥାନା ଅଧିକାରୀ ଶ୍ରୀ ସତ୍ୟ କୁମାର ନନ୍ଦ ଙ୍କ ସୂତ୍ରରୁ ଜଣାପଡ଼ିଛି ।
ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ ।
Post a Comment