ତା--0୮-୦୯-୨୦୨୦
ବିଜେପି ମହିଳା ମୋର୍ଚା ତରଫରୁ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ ।
ଆଜି କଳାହାଣ୍ଡି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ଚଳଚିତ୍ର ଅଭିନେତ୍ରୀ ବର୍ଷା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଳ ଓ ଜିଲ୍ଲା ପରିଷଦ ଅଧକ୍ଷା ନମିତା ରାଣୀ ସାହୁ ଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଗାନ୍ଧୀ ଚୌକ ନିକଟରେ ଏକତ୍ରିତ ହୋଇ ଅଭିନେତା ଅନୁଭବ ଙ୍କୁ ସାଂସଦ ପଦରୁ ହଟେଇବା ସହ ଗିରଫ କରି ବର୍ଷା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଛି ।
ଏହି ଅବସର ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭବେନ୍ଦ୍ର ପଣ୍ଡା, ଜିଲ୍ଲାପରିଷଦ ଉପାଧକ୍ଷ ଭବସିନ୍ଧୁ ମଙ୍ଗରାଜ, ଯୁଗଳ ପୋଢ଼, ରମେଶ ମାଝୀ, ପୁଷ୍ପାଞ୍ଜଳୀ ତାଣ୍ଡି ପ୍ରମୁଖ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ନେତା ଉପସ୍ଥିତ ଥିଲେ ।
ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ ।
Post a Comment