//BREAKING//
Loading...

ବିଶ୍ୱବିଦ୍ୟାଳୟ ପରିବର୍ତ୍ତିତ ଆଇନରେ କଳା ଦାଗ ବିରୁଦ୍ଧରେ ଶିକ୍ଷା ବିକାଶ ପରିଷଦ ପକ୍ଷରୁ ଗାନ୍ଧୀ ପ୍ରତିମୂର୍ତି ତଳେ ଗଣ ଧାରଣା

ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ 



 ରାଜ୍ୟ ସରକାରଙ୍କ ଦ୍ବାରା ବିଶ୍ୱ ବିଦ୍ୟାଳୟ ପରିବର୍ତିତ କଳା ଆଇନ  ବିରୁଦ୍ଧରେ ପ୍ରତିବାଦ କରି ଭବାନୀପାଟଣା ଗାନ୍ଧି ଚୌକ ରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ପରିଷଦ ଓ ସିଟିଜନ ଫୋରମ ମିଳିତ ଆନୁକୂଲ୍ୟରେ ଗଣଧାରଣା ଦିଆଯାଇଛି ।ଏଥିସହ ଓଡିଶା ର ମହାମହିମ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

    ରାଜ୍ୟ ସରକାର ୧--ସିନେଟ ଉଛେଦ--ଅର୍ଥାତ ସମାଜ ସହିତ ସମ୍ପର୍କ ବିଶ୍ୱବିଦ୍ୟାଳୟର ଉଛେଦ

୨--ବିଶ୍ଵବିଦ୍ୟାଳୟ ପରିଚାଳନା  ବୋର୍ଡ( ସିଣ୍ଡିକେଟ)ରେ କେବଳ ସରକାର ଓ କୁଳାଧିପତି  ଙ୍କ ମନୋନୀତ ବ୍ୟକ୍ତି ଚୟନ 

୩--ବିଶ୍ୱବିଦ୍ୟାଳୟ ଅଧ୍ୟାପକ ମନୋନୟନ କଟକରେ ଥିବା ଓଡିଶା ଲୋକସେବା ଆୟୋଗ ( ଓ.ପି. ଏସ. ସି.)ଦ୍ୱାରା ।କେବଳ ଭାରତରେ ନୁହେଁ ସମଗ୍ର ପୃଥିବୀରେ ଏଭଳି ବ୍ୟବସ୍ଥା ନାହିଁ ।

୪---ଅଣଶିକ୍ଷକ କର୍ମଚାରୀ ଭୁବନେଶ୍ୱର ରେ ଥିବା ସିଲେକ୍ସନ ବୋର୍ଡ ଦ୍ୱାରା ମନୋନୟନ ଅର୍ଥାତ ଜିଲ୍ଲାବାସୀଙ୍କୁ ଉପେକ୍ଷା  ।

୫--କୁଳପତି ମନୋନୟନ ରେ ସରକାରଙ୍କ ସିଧାସଳଖ ହସ୍ତକ୍ଷେପ 

୬--ନୂତନ ଶିକ୍ଷନିତୀ -୨୦୨୦ ର ସମ୍ପୂର୍ଣ ବିରୁଦ୍ଧାଚରଣ କରୁଥିବା ଯୋଗୁଁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଶିକ୍ଷା ବିକାଶ ଓ ସିଟିଜନ ଫୋରମ ତରଫରୁ ପ୍ରଫେସର ଗୋପବନ୍ଧୁ ବେହେରା, ଅଧ୍ୟାପକ ଅକ୍ଷୟ କୁମାର ନନ୍ଦ, ଅଧ୍ୟାପକସୁରଜିତ ସିଂହ, ପ୍ରଫେସର ରଜନୀକାନ୍ତ ବେହରା,ସିଟିଜନ ଫୋରମ ସମ୍ପାଦକ କୃଷ୍ଣାବତାର ଦେଓ, ରାମଚନ୍ଦ୍ର ମହାପାତ୍ର, ସୁବାଷ ଚନ୍ଦ୍ର ଚାନ୍ଦ,  ଜଗନ୍ନାଥ ମୁଣ୍ଡ  ପ୍ରମୁଖ ଧାରଣା ରେ ବସିଥିଲେ ।

 ଏସମ୍ପର୍କରେ ଓଡିଶା ର ମହାମହିମ  ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

       

         ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe