//BREAKING//
Loading...

Ex union minister mr, Bhakta charan Das appoint parmanent member of AICC , CWC & incharge of mijoram and manipur state congress organisation

 ତା--୧୨-୦୯--୨୦୨୦      ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭକ୍ତ ଚରଣ ଦାସ ଅଖିଳ ଭାରତୀୟ ଜାତୀୟ କଂଗ୍ରେସଦଳର କାର୍ଯ୍ୟକାରୀ କମିଟି ସ୍ଥାୟୀ ଜାତୀୟ


 ଓ ମିଜରାମ--ମଣିପୁର ରାଜ୍ୟ ସାଂଗଠନିକ ପ୍ରଭାରୀ ନିଯୁକ୍ତ -

ସମଗ୍ର ରାଜ୍ୟରେ  ଖୁସି ର ଲହରୀ  



ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ।ଦୀର୍ଘ ୩୫ ବର୍ଷରୁ ଅଧିକ ଧରି ନିଜର ରାଜନୈତିକ ଜୀବନ ରେ ଜଣେ ସୁ ସଂଗଠକ, ଗରିବ, ନିଷ୍ପେସିତ, ଅବହେଳିତ ଓ ଶୋଷିତ ବର୍ଗ ଙ୍କୁ ନ୍ୟାୟ ଦେବାପାଇଁ ଜଣେ ସାଲିସ ବିହୀନ ସଂଗ୍ରାମୀ ବ୍ୟକ୍ତିତ୍ୱ ।

ଛାତ୍ର ଜୀବନରୁ ଲୋକନାୟକ ଜୟପ୍ରକାଶ ନାରାୟଣ, କିଷାନ ପଟନାୟକ, ଓ ଚନ୍ଦ୍ରଶେଖର ଙ୍କ ଭଳି ବ୍ୟକ୍ତିତ୍ୱ ଙ୍କ ସାନିଧ୍ୟ ପାଇଁ ଦେଶରେ ଯୁବ ଛାତ୍ର ସଂଘର୍ଷ ବାହିନୀ ର ନେତୃତ୍ୱ ନେଇ ଚର୍ଚ୍ଚା କୁ ଆସିଥିଲେ ।ଶାନ୍ତିପୂର୍ଣ ଆନ୍ଦୋଳନ ମାଧ୍ୟମରେ ଲୋକଙ୍କ ସେବା ହିଁ ଭକ୍ତ ଦାସ ଙ୍କ କର୍ମ, ଧର୍ମ  ମୂଳମନ୍ତ୍ର ।

        ୧୯୮୫/୮୬ମସିହାରେ ପ୍ରଥମକରି ବିଧାୟକ ଭାବେ ନିର୍ବାଚିତ ହୋଇ ଜିଲ୍ଲାର ବିକାଶ ପାଇଁ  ବିଧାନସଭାରେ ନିଜର ସଂଗ୍ରାମୀ ସ୍ୱର ସମଗ୍ର ଦେଶକୁ ଆକୃଷ୍ଟ କରିଥିଲା ।ଅନୁନ୍ନତ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ସମଗ୍ର ଜିଲ୍ଲା ପଦଯାତ୍ରା ,ମାଥିଲି ରୁ ଭୁବନେଶ୍ୱର ସାଇକେଲ ଯାତ୍ରା1, ଭବାନୀପାଟଣା ରୁ ଦିଲ୍ଲୀ ପଦଯାତ୍ରା  କରି ଜିଲ୍ଲା ର ଗରିବୀ , କୁପୋଷଣ, ଓ ଲୋକଙ୍କ ଦୁର୍ଦଶା , ଆଦିବାସୀ ମାନଙ୍କ ବିଶ୍ୱାସ ର ପ୍ରତୀକ ନିୟସମଗିରି ଆନ୍ଦୋଳନର ଜଣେ ସଫଳ ଯୋଦ୍ଧାଭାବରେ   ବିଶ୍ୱର ଗଣମାଧ୍ୟମକୁ ଆକୃଷ୍ଟ ଜରିପାରିଥିଲା ।ଫଳରେ କେବିକେ ଯୋଜନା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଭଳି ଯୋଜନା ଆରମ୍ଭ କରିବାକୁ ସରକାର ବାଧ୍ୟ ହୋଇଥିଲେ ।

          ସାଂସଦ ଭାବରେ ବିଶ୍ଵନାଥ ପ୍ରତାପ ସିଂ ମନ୍ତ୍ରିମଣ୍ଡଳରେ କ୍ରୀଡା ଉପମନ୍ତ୍ରୀ  ଭାବରେ ବେଜିଙ୍ଗ ଅଲମ୍ପିକରେ ଦେଶ ର ନେତୃତ୍ୱ ନେଇଥିଲେ ।ଚନ୍ଦ୍ରଶେଖର ଜୀ ଙ୍କ ମନ୍ତ୍ରିମଣ୍ଡଳରେ ରେଳ ରାଷ୍ଟ୍ରମନ୍ତ୍ରୀ ଭାବରେ1 ଓଡିଶା ରେ ରେଳ ବିକାଶର ଭିତ୍ତିଭୂମି ରଖିଥିଲେ ।ଭୁବନେଶ୍ୱର ରେଳଷ୍ଟେସନରେ କମ୍ପୁଟର ବ୍ୟବସ୍ଥା, ଜୁନାଗଡ଼ ରେଳ ଲାଇନ ଓ  ଦେଶର ଅନେକ ରେଳ ଷ୍ଟେସନରେ ଆଧୁନିକୀକରଣ ର ବ୍ୟବସ୍ଥା କରିବା ର ବ୍ୟବସ୍ଥା କରିଥିଲେ ।

       ପରବର୍ତୀ ସମୟରେ ଜିଲ୍ଲାର ବିକାଶ ପାଇଁ  ଜିଲ୍ଲାର ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ର ବିକାଶ, ଜାତୀୟ ରାଜପଥ ନିର୍ମାଣ,  ସବୁସମୟରେ ଜଣେ ସଫଳ ସାଲିସବିହୀନ ସଂଗ୍ରାମୀ ହେଉଛନ୍ତି ଭକ୍ତଦାସ ।

      ଜାତୀୟ କଂଗ୍ରେସ ଦଳରେ ବିଭିନ୍ନ ସମୟରେ ନିଜର ନିଷ୍ଠାପରତା ଓ  ସାଂଗଠନିକ ଦକ୍ଷତାର ପରିଚୟ ଦେଇ ଛନ୍ତି ଭକ୍ତଦାସ, ।କଂଗ୍ରେସ ପ୍ରବକ୍ତା, ଆସାମ, କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ର , ଛତିଶଗଡ଼, ଉତ୍ତରାଖଣ୍ଡ, ଭଳି ରାଜ୍ୟରେ ହଉ କି ଦେଶର ଯେକୌଣସି ରାଜ୍ୟରେ ହେଉ  ଦଳର ଆଵଶ୍ୟକତା କୁ ନିଷ୍ଠାପର ଭାବରେ ସମ୍ପାଦନ କରି ହାଇକମାଣ୍ଡ ଙ୍କ ବିଶ୍ୱାସ ଭାଜନ ହୋଇ ପାରିଛନ୍ତି ।  ଭୋଟ ରାଜନୀତିରେ ଜୟ ପରାଜୟ କୁ ଭ୍ରୁକ୍ଷେପ ନ କରି ଏହି ସାଲିସ ବିହୀନ ସଂଗ୍ରାମୀ ଙ୍କ ପ୍ରତି କଂଗ୍ରେସ ହାଇକମାଣ୍ଡ ବିଶ୍ୱାସ କରି CWC ସ୍ଥାୟୀ କମିଟିସଦସ୍ୟ ଓ ମଣିପୁର- ମିଜୋରାମ ରାଜ୍ୟ ସଂଗଠନ ପ୍ରଭାରୀ ଭାବେ ନିଯୁକ୍ତି ଘୋଷଣା 

ସମଗ୍ର କଳାହାଣ୍ଡି ସମେତ ଦେଶରେ ଭୂମିପୁତ୍ର ଭକ୍ତଦାସ ଙ୍କୁ ଭଲପାଉଥିବା ଅଗଣିତ ସମର୍ଥକ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।

   ଉପସ୍ଥାପନା--ମହମ୍ମଦ ଅଲ୍ଲୀ,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe