କୋରୋନା ଯୋଦ୍ଧା ହୋମଗାର୍ଡ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସଦର ପୋଲିସ ।ଚିକିତ୍ସା ସମୟରେ ନେଗେଟିଭ ମୃତ୍ୟୁ ର ଏକ ଘଣ୍ଟା ପରେ ପଜିଟିଭ--ବିଚିତ୍ର ଚିକିତ୍ସା !!!
ଆଜି ଭବାନୀପାଟଣା ସଦର ଥାନା ରେ କାର୍ଯ୍ୟରତ ଜନୈକ ହୋମଗାର୍ଡଙ୍କ ପରଲୋକରେ ସଦର ଥାନା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ ତିଲଯୋଡି ଗ୍ରାମର ଦୟାନିଧି ସାହୁ (୫୩) HG/୨୩୭ ଙ୍କୁ ଗତ ୧୨ ତାରିଖ ଦିନ ଅସୁସ୍ଥତା କାରଣରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା ।ଡାକ୍ତର ଖାନା ରେ କୋଭିଡ ପରୀକ୍ଷା ପରେ ନେଗେଟିଭ ଚିହ୍ନଟ ହୋଇ ଥିଲେ ।କିନ୍ତୁ ଗତ ୧୫ ତାରିଖ ଦିନ ସାହୁ ଙ୍କୁ ସୁଗର ଓ ଅତ୍ୟଧିକ ରକ୍ତଚାପ ରୋଗ ଯୋଗୁଁ ବୁର୍ଲା ଡାକ୍ତରଖାନା ରେ ଭର୍ତି କରାଯାଇଥିଲା ।ସେଇଠି ମଧ୍ୟ କୋରୋନା ନେଗେଟିଭ ହୋଇ ଚିକିତ୍ସା ଚାଲିଥିଲା। ଗତ କାଲି ୧୬ ତାରିଖ ଦିନ ତାଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ ହୋଇଥିଲା ।କିନ୍ତୁ ଡାକ୍ତରଖାନା ତରଫରୁ ମୃତ୍ୟୁର ଏକ ଘଣ୍ଟା ପରେ ହୋମଗାର୍ଡ ଦୟାନିଧି ସାହୁଙ୍କୁ କୋରୋନା ପଜିଟିଭ ଘୋଷଣା କରିଥିଲେ । ଆଜି ଭବାନୀପାଟଣା ସଦର ଥାନା ପରିସରରେ କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ କୋରନା ଯୋଦ୍ଧା ଦୟାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।ସଦର ଥାନା ଅଧିକାରୀ ଶ୍ରୀ ପ୍ରଦୀପ ଧାରୁଆ, ଅତିରିକ୍ତ ଏସ ପି ଶ୍ରୀ ଗୋପୀନାଥ ମଣିପାତ୍ର, ଙ୍କ ସମେତ ସମସ୍ତ ଥାନା ଷ୍ଟାଫ ଏକ ଶୋକାକୁଳ ପରିବେଶରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ






Post a Comment