ଆଜି ଉତ୍ତର ପ୍ରଦେଶ ର ହାଥରସ ରେ ଜନୈକା ଦଳିତ ପିଡିତା ଙ୍କୁ ବଳତ୍କାର ଓ ମୃତ୍ୟୁ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର ନ କରି ୟୁପି ପୋଲିସ ରାତି ଅଧିଆ ପୋଡି ଦେଇଥିବା ଘଟଣା ସମଗ୍ର ଦେଶବାସୀ ଙ୍କୁ ଆନ୍ଦୋଳିତ କରିଛି। ପିଡିତାଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରିବାପାଇଁ ଜାତୀୟ କଂଗ୍ରେସ ଦଳ ର ପୂର୍ବତନ ଅଧକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଏବଂ ୟୁପି ପ୍ରଭାରୀ ଜାତୀୟ କଂଗ୍ରେସ ଦଳର ସର୍ବ ଭାରତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଯିବା ସମୟରେ ପୋଲିସ ଅଟକାଇ ବର୍ବରତା ପୂର୍ଣ ବ୍ୟବହାର ପ୍ରତିବାଦରେ ସମଗ୍ର ଦେଶ ର କଂଗ୍ରେସ କର୍ମୀ ଙ୍କୁ ଆନ୍ଦୋଳିତ କରିଛି ।
ଏହି ବର୍ବରତା ପୂର୍ଣ ବ୍ୟବହାର କୁ ପ୍ରତିବାଦ କରି ଆଜି ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ଚୌକ ଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁସପୁତ୍ତଳିକା ଦାହ କରା ଯାଇଛି ।ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଶ୍ରୀ ସାଗର ଚରଣ ଦାସ, ପରମାନନ୍ଦ ମାଝୀ , ବ୍ରଜ ସାହୁ, ତ୍ରିଲୋଚନ ପାଣିଗ୍ରାହୀ, ଦେବୀ ସିନ୍ଦୁର, ମହମ୍ମଦ ସାହେବ, ଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ । ଏ ସମ୍ପର୍କରେ ଆମ ପ୍ରତିନିଧି ଙ୍କ ପାଖରେ ନିଜ ପ୍ରତିକ୍ରିୟା ପ୍ରକାଶ କରି ଏଆଇସିସି ପ୍ରବକ୍ତା ତଥା ମଣିପୁର ଓ ମିଜୋରାମ ପ୍ରଭାରୀ ବରିଷ୍ଠ କଂଗ୍ରେସ ନେତା ୟୁପି ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।ଶ୍ରୀ ଦାସ ୟୁପି ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଉଭୟ ବରିଷ୍ଠ କଂଗ୍ରେସ ନେତା ଙ୍କ ଏସପିଜି ସୁରକ୍ଷା ହଟେଇ ଦେଇ ଯେଉଁଭଳି ଭାବରେ ବର୍ବରତା ପୂର୍ଣ ବ୍ୟବହାର କଲେ ତାକୁ ଦେଶ ର ଜନତା ଏବଂ ଦେଶର କଂଗ୍ରେସ କର୍ମୀ କଦାପି ବରଦାସ୍ତ କରିବେ ନାହିଁ। ଜଣେ ଦଳିତପିଡିତା ଙ୍କ ମୃତ୍ୟୁ ପରେ ରାତି ଅଧିଆ ୟୁପି ପୋଲିସ ଶବ କୁ ପାରିବାର ବର୍ଗଙ୍କୁ ହସ୍ତାନ୍ତର ନ କରି ରାତି ଅଧିଆ ପୋଡି ଦେଲେ ତାହା ସମ୍ବିଧାନ ବିରୋଧୀ ଏବଂ ମାନବତା ର ହତ୍ୟା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଦେଶବାସୀଏହାର ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି । ରାତି ଅଧିଆ ଶବପୋଡି ଘଟଣା କଦାପି ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ,
Post a Comment