//BREAKING//
Loading...

ରାଜ୍ୟ ଛାତ୍ର ବିଜେଡି କମିଟିରେ କଳାହାଣ୍ଡି ଜିଲ୍ଲାକୁ ଗୁରୁତ୍ୱ

 




ଅବିନାଶ ଠାକୁର ହେଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି


ଭବାନୀପାଟଣା: ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୁନର୍ବିନ୍ୟାସ କରାଯାଇଛି । ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ପ୍ରତି ଗୁରୁତ୍ୱ ଦିଆଯାଇଛି । କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କୁ ଏଥର ପଦୋନ୍ନତି କରି ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି । ସହିପରି ବୈଶାଖୀ ନନ୍ଦ ଙ୍କୁ ଉପ ସଭାପତି, ଅଭିଷେକ ମହାପାତ୍ର ସାଧାରଣ ସମ୍ପାଦକ, ସମ୍ପାଦକ ଭାବେ ଆଶିଷ ମହାପାତ୍ର, ସହ ସମ୍ପାଦକ ଭାବେ ଅମରଦୀପ ସିଂହ, ଜୋନ ସଭାପତି ଭାବେ ଚିରାଗ ସିଂହ ଦେଓ ପ୍ରମୁଖ ଙ୍କୁ ଦାୟିତ୍ୱ ମିଳିଛି । କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ବହୁ ବର୍ଷ ଧରି ଜିଲ୍ଲା ଛାତ୍ର ରାଜନୀତି ରେ ସକ୍ରୀୟ ରହି ଛାତ୍ର ମାନଙ୍କୁ କ୍ରିୟାଶୀଳ କରିବାରେ ପ୍ରମୁଖ ଭୁମିକା ନେଇଛନ୍ତି । ସେ ୨୦୦୯ ମସିହାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୦ ଠାରୁ ଜିଲ୍ଲା ଛାତ୍ର ବିଜେଡି ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ । ତାଙ୍କର ଦଳ ପ୍ରତି ଆନୁଗତ୍ୟ, ଦକ୍ଷତା, ପାରଦର୍ଶିତା ଓ କଠିନ ପରିଶ୍ରମ ଯୋଗୁଁ ଆଜି ପ୍ରଥମ ଥର ପାଇଁ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ପଦ ମିଳି ପାରିଛି ।  ତାଙ୍କ ନିଯୁକ୍ତି ଖବର ଜାଣିବା ପରେ ଵିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥିପାଇଁ ସେ  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାସଂଦ ସୁଜିତ କୁମାର, ଛାତ୍ର ବ୍ୟାପାର ଦାୟିତ୍ୱ ରେ ଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । 


   ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe