ଖଡ଼ିଆଳ ପଂଚାୟତ ସମିତି ର ପୂର୍ବତନ ଉପାଧକ୍ଷ ତଥା ଡୁଆଝର ଗ୍ରା. ପ. ର ୬ ଥର ସରପଞ୍ଚ ସରଦାର ଖାଁ ଙ୍କ ପରଲୋକ ।
ନୂଆପଡା ଜିଲ୍ଲା ଖଡ଼ିଆଳ ପଂଚାୟତ ସମିତିର ପୂର୍ବତନ ଉପାଧକ୍ଷ ତଥା ଡୁଆଝର ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ସରଦାର ଖାଁ ଙ୍କ ଗତ କାଲି ଡୁଆଝର ସ୍ଥିତ ବାସ ଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇ ଯାଇଛି ।ଆଜି ଡୁଆଝର କବରସ୍ଥାନ ରେ କରୋନା କଟକଣା କୁ କଡାକଡି ପାଳନ କରି ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ସରଦାର ଖାଁ ଦୀର୍ଘ ୪୦ ବର୍ଷ ଧରି ଶହ ଶହ ଜଣ୍ଡିସ ରୋଗୀ ଙ୍କୁ ଝାଡ଼ଫୁଙ୍କ କରି ଠିକ କରି ସମଗ୍ର ଅଂଚଳରେ ଲୋକପ୍ରିୟ ଥିଲେ ।ସେ ସମସ୍ତ ରୋଗୀଙ୍କୁ ମାଗଣାରେ ଝାଡ଼ଫୁଙ୍କ କରିବା ସହ ୬ ଥର ଡୁଆଝର ଗ୍ରାମ ପଂଚାୟତ ର ସରପଞ୍ଚ ଭାବରେ ରହି ଅନେକ ଜନ ହିତ କାର୍ଯ୍ୟ କରିଛନ୍ତି । ଆଜୀବନ ଜଣେ କଂଗ୍ରେସ କର୍ମୀ ଭାବରେ ନିସ୍ୱାର୍ଥ ପର ଜନସେବା କରି ଲୋକପ୍ରିୟ ଥିଲେ । ତାଙ୍କର ଦୁଇପୁଅ ଓ ଦୁଇ ଝିଅ ଅଛନ୍ତି ।
ତାଙ୍କର ପରଲୋକ ରେ ସମଗ୍ର ଖଡ଼ିଆଳ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଖଡ଼ିଆଳ, ଡୁଆଝର ରୁ ମହମ୍ମଦ ଅଲ୍ଲୀ ଙ୍କ ରିପୋର୍ଟ ।



Post a Comment