ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗରେ ଡକ୍ଟର ସମେତ ଅନ୍ୟ କର୍ମଚାରୀ ଅଭାବ ସହ ସମସ୍ତ ଜିଲ୍ଲା ର ପୋଲିସ ବିଭାଗରେ ବ୍ୟାପକ କର୍ମଚାରୀ ଅଭାବ ଯୋଗୁଁ ସାଧାରଣ ଲୋକ ବାସ୍ତବରେ ସେବା ଓ ନ୍ୟାୟ ପାଇବା ରୁ ବଂଚିତ ।ସରକାର ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଲେ ଯାଇ ସମସ୍ୟା ସୁଧୁରିବ ।କେବଳ ସରକାରୀ କଳ, ଦଳ, ମନ୍ତ୍ରୀ ସମସ୍ତେ ମେଡିକାଲ କଲେଜ ନିର୍ମାଣ ସରିଲେ ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବ ବୋଲି ଭଣ୍ଡେଇବା ବନ୍ଦ କରି ବର୍ତମାନର ପରିସ୍ଥିତି ଉପରେ ଦୃଷ୍ଟି ଦେବା ଉଚିତ ।ଅନ୍ୟ ପକ୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଦୟନୀୟ ସମସ୍ୟା ସୃଷ୍ଟି କରିଛି ।ସମସ୍ତ ଥାନା ରେ ପୋଲିସ ଷ୍ଟାଫ ମାନଙ୍କ ଅଭାବ ଯୋଗୁଁ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ମାନେ ଅସହାୟ ଅବସ୍ଥାରେ ଅଛନ୍ତି ଓ ସେମାନେ ଓ ସରକାର ଙ୍କ ଅବହେଳା ଯୋଗୁଁ ପ୍ରତ୍ୟେକ ମୁହୂର୍ତ୍ତ ରେ ନିର୍ଯ୍ୟାତିତ ହେଉଛନ୍ତି ।ଲୋକେ କିନ୍ତୁ ସରକାର ଙ୍କ ଅବହେଳା ପାଇଁ ସରକାରଙ୍କୁ କିମ୍ବା ଦାଇତ୍ୱ ରେ ଥିବା ମନ୍ତ୍ରୀ ମାନଙ୍କ ଦୋଷ ଦୁର୍ବଳତା କୁ ଲୋକଲୋଚନ କୁ ଆଣୁନାହାନ୍ତି ।ଅନ୍ୟ ପକ୍ଷରେ କର୍ତବ୍ୟ ରତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନଙ୍କୁ ଆକ୍ଷେପ କରିବା ପାଇଁ ସୁଯୋଗ ମିଳିଲେ ସୋସିଆଲ ମିଡିଆରେ ଗର୍ଜିବା ନିଜର ପାରିବା ପଣିଆ ଭାବୁଛନ୍ତି ।ବାସ୍ତବିକ ତଥ୍ୟ ଓ ସମାଧାନର ନିରାକରଣ କଲେ ଯାଇ ରାଜ୍ୟବାସୀ ଉପଯୁକ୍ତ ଚିକିତ୍ସା ଓ ନ୍ୟାୟ ପାଇ ପାରିବେ ।ଏ ଦିଗରେ ରାଜ୍ୟ ସରକାର ଲୋକଙ୍କୁ ବିକାଶ ନାଁ ରେ ଭଣ୍ଡେଇବା ପରିବର୍ତେ ଆନ୍ତରିକ ଉଦ୍ୟମର ଆଵଶ୍ୟକତା ରହିଛି ।
ଶୁଭରାତ୍ରୀ ...😢😢😢


Post a Comment