କଳାହାଣ୍ଡି ମୋ ରତ୍ନଗର୍ଭା, ସ୍ଵର୍ଣପ୍ରସୂ କଳାହାଣ୍ଡି ।ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭବାନୀପାଟଣା ସହରର ଜନସଂଖ୍ୟା ମାତ୍ର ୧୧୦୦୦ ଥିଲା ।ଗଡ଼ଜାତ ଶାସନ ସମୟରେ ମାତ୍ର କେତୋଟି ସ୍କୁଲ ଓ ହାଇସ୍କୁଲ କୁ ଛାଡି ଦେଲେ ସେପରି କୌଣସି ବ୍ୟବସ୍ଥା ନ ଥିଲା ।ସ୍ୱାଧୀନତା ପରେ 1962 ମସିହା ଠାରୁ ସରକାର ସମସ୍ତ ଜିଲ୍ଲା ମାନଙ୍କରେ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା କଲେ ।ସବୁଠି ଉପକୂଳ ଓଡିଶାର ଉନ୍ନତ ଶିକ୍ଷିତ ଙ୍କୁ ନିଯୁକ୍ତି ମିଳିଲା ।ସେମାନେ ଆସି ଏଇଠି ରାଜୁତି କଲେ ।ଅଶିକ୍ଷା, ଲୋକଙ୍କ ସରଳତା ର ସୁଯୋଗ ନେଇ ନିଜର କାୟା ବିସ୍ତାର କରିଚାଲିଲେ ।ବ୍ୟବସାୟ ରେ ମଧ୍ୟ ସମାନ ଅବସ୍ଥା ।ନିଜ ଭିଟାମାଟି ଛାଡି କଳାହାଂଡିକୁ ମାତ୍ର ଖାଲିହାତରେ ଆସି ଲୋକଙ୍କ ସରଳତା ଓ ଆଵଶ୍ୟକତାର ସୁଯୋଗ ନେଇ ନିଜ କାୟା ବିସ୍ତାର କରିଚାଲିଲେ ।70 ଦଶକ ପର୍ଯ୍ୟନ୍ତ କଳାହାଣ୍ଡି ର ଅବସ୍ଥା ସେତେ ଗୁରୁତର ନଥିଲା ।କିନ୍ତୁ ପରବର୍ତୀ ସମୟରୁ ଆଜିପର୍ଯ୍ୟନ୍ତ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି ।ଜିଲ୍ଲାରେ ବ୍ୟବସାୟୀ ଗୋଷ୍ଠୀ, କର୍ମଚାରୀ ଗୋଷ୍ଠୀ, ଥରେ ଜିଲ୍ଲା କୁ ଆସି ଏପରି ସ୍ନେହ ଶ୍ରଦ୍ଧା ପାଇଲେ ଯେ , ନିଜର ଜନ୍ମମାଟି କୁ ଭୁଲିଗଲେ ଏହାହିଁ କଳାହାଣ୍ଡି ମାଆ ମାଟିର ବିଶେସ୍ଵତ ଓ ମହନୀୟତା ଅଟେ ।ଏଥିସହ ଠିକାଦାର ମାନଙ୍କ ଆବିର୍ଭାବ , ସରକାରୀ କାର୍ଯ୍ୟରେ ହରିଲୁଟ ପାଇଁ ମିଳିତ ଭାବେ ସରକାର, ରାଜନେତା, କର୍ମଚାରୀ ଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତି କଳାହାଂଡିକୁ ଚରାଭୂଇଁ ରେ ପରିଣତ କରିଛି ।ଆଜି ବି କଳାହାଣ୍ଡିର ଆଦିମ କାଳରୁ ବସବାସ କରୁଥିବା ମଣିଷ ସାଇବେରିଆନ ପକ୍ଷୀ ମାନଙ୍କ ଦ୍ୱାରା ଶୋଷିତ ।ଯେତେ କଷ୍ଟ, ଦୁଖଃ ହେଲେ ମଧ୍ୟ କଳାହାଣ୍ଡିଆ ଲୋକ ନିଜପାଇଁ ସ୍ୱର ଉତ୍ତୋଳନ କଦାପି କରିନି ।ସମୟ ସମୟରେ ରାଜନୀତି ଚକ୍ରବ୍ୟୁହ ରେ ପେଷି ହେଇ ଲାଂଛିତ ହୁଏ ।ଏହାର ସୁଯୋଗ ନେଇ ସରକାର ବିଭିନ୍ନ ସମୟରେ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ତାହା କେବଳ ଧଳାହାତୀଙ୍କୁ ପୋଷିବା ପାଇଁ ଉଦ୍ଧିଷ୍ଟ ।ଆଜି ଯଦି ସର୍ବେକ୍ଷଣ କରାଯାଏ ତେବେ 1980 ମସିହା ପରଠାରୁ ଜିଲ୍ଲାରେ କୋଟିପତି ଓ ଲକ୍ଷପତି ଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି ।ତେବେ ଯେଉଁ ବାପ , ଅଜା ଙ୍କ ଅମାପ ସମ୍ପତି ଥିବା ସତ୍ୱେ କେତେ କଳାହାଣ୍ଡିଆ ସେହି ସମ୍ପତ୍ତିକୁ ବୃଦ୍ଧି କରିପାରିଛନ୍ତି କିମ୍ବା ବିକ୍ରିକରି ସର୍ଵସ୍ୱାନ୍ତ ହୋଇଛନ୍ତି ତାହା ମୁଖ୍ୟ ବିଷୟ ଅଟେ । କଳାହାଣ୍ଡି ଜିଲ୍ଲା ପ୍ରକୃତ ପକ୍ଷେ ନିଜ ଜୀବନ ଜୀବିକା ପାଇଁ ଆସିଥିବା ଲୋକଙ୍କ ପାଇଁ ଭୂସ୍ବର୍ଗ ଅଟେ ।ଏହି ବାସ୍ତବିକ ସତ୍ୟ କାହା ପ୍ରତି ବ୍ୟକ୍ତିଗତ ଆକ୍ଷେପ ନୁହେଁ କିମ୍ୱା ଆଞ୍ଚଳିକ ବୈଷମ୍ୟ ର ପ୍ରତୀକ ନୁହଁ ।କିନ୍ତୁ ଏଇଥି ପାଇଁ ଜିଲ୍ଲାରେ ନିଜ ହକ ପାଇଁ ଭୂମି ପୁତ୍ର ମାନଙ୍କ ସ୍ୱର ଉତ୍ତୋଳନ ପାଇଁ କୁଣ୍ଠାବୋଧ , ଓ ସରଳତା ହିଁ ମୁଖ୍ୟତଃ ଦାୟୀ ।ଯେଉଁମାନେ ଆଜିଯାଏ କଳାହାଣ୍ଡିଆ ଭାଷା , ଚାଲିଚଳନ ଓ ସଂସ୍କୃତି କୁ ଆପଣେଇ ନାହାନ୍ତି ସେହି ମାନେ ହିଁ ନିଜକୁ ପ୍ରକୃତ କଳାହାଣ୍ଡିଆ ଭାବରେ ପରିଚିତ କରେଇବାରେ ବ୍ୟସ୍ତ ।ଯଦି କିଏ ନିଜ ହକ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପ୍ରୟତ୍ନ କରେ ତେବେ ଏହି ସାଇବେରିଆନ ପକ୍ଷୀ ମାନଙ୍କ ଅଧିନସ୍ଥ ଗୋଷ୍ଠୀ ଏପରି ଅବସ୍ଥା ସୃଷ୍ଟି କରିବେ ଯେ, ସ୍ୱର ଉତ୍ତୋଳନକାରୀ ଆପଣାଛାଏଁ ଚୁପ ରହିବାକୁ ବାଧ୍ୟ । କମ୍ବଳ ଯାକ ବାଳ କୋଉ ବାଳକୁ ଓପାଡିବ ।କିନ୍ତୁ ସମୟ ସବୁବେଳେ ସମାନ ରହେ ନାହିଁ । ସମୟ ଆସିବ ଓ ଇତିହାସ କହିବ ଏ ଚାରି ଦଶନ୍ଧି ଧରି କଳାହାଂଡିକୁ ହରିଲୁଟ କରୁଥିବା ଲୁଟେରା ମାନଙ୍କ ସମ୍ପର୍କରେ ।ବାସ୍ତବିକ ସତ୍ୟକୁ ସ୍ୱୀକାର କରି ପ୍ରତ୍ୟେଜ କଳାହାଣ୍ଡିଆନିଜର ଆତ୍ମଚିନ୍ତନ ର ସମୟ ଆସିଛି ।କାରଣ ଆଜି ପ୍ରକୃତ କଳାହାଣ୍ଡିଆ ଜିଲ୍ଲାରେ ଅଘୋଷିତ ଦ୍ଵିତୀୟ ଶ୍ରେଣୀ ନାଗରିକ ହୋଇ ପଡିଛନ୍ତି ।ରାଜନିତୀ ରେ ଆଜି ଅନେକ ଯୁବ ପୀଢ଼ି ସକ୍ରିୟ, ଶିକ୍ଷା କ୍ଷେତ୍ର ରେ ମଧ୍ୟ କଳାହାଣ୍ଡିଆ ଛାତ୍ରଛାତ୍ରୀ କୌଣସି ଗୁଣ ରେ କମ୍ ନୁହନ୍ତି । ସମାଜ ସେବା କ୍ଷେତ୍ର ର ମଧ୍ୟ କଳାହାଣ୍ଡିଆ ମାନେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କ୍ରୀଡା କ୍ଷେତ୍ର ରେ କଳାହାଣ୍ଡିଆ ଛାତ୍ର ଛାତ୍ରୀ ଅନେକ ଆଗକୁ ଯାଉ ଛନ୍ତି । ତେବେ ବି ଆମ ଭବିଷ୍ୟତ ପିଢ଼ି ଙ୍କ କାହିକିଁ କେଜାଣି ସଠିକ୍ ମାର୍ଗ ଦର୍ଶନ ର ଆବଶ୍ୟକ ରହିଛି ।କଳାହାଣ୍ଡି ର ଯୁବ ବିଧାୟକ ଓ ନେତୃତ୍ବ ମାନଂକୁ ବିନମ୍ର ଅନୁରୋଧ କରିବି ରାଜନୈତିକ ମତଭେଦ ଭୁଲି ନିଜ ମାଟି ମାଁ ର ଭବିଷ୍ୟତ ଅମୃତ ସନ୍ତାନ ମାନଙ୍କୁ ସଠିକ୍ ଦିଗ୍ ଦର୍ଶନ ଦେବା ପାଇଁ ନିଜର ଜୀବନ ର ଅନୁଭୂତି କୁ ଉପଯୋଗ କରନ୍ତୁ । ଯେମିତି କଳାହାଣ୍ଡି ମାଁ ମାଟି ର ଭବିଷ୍ୟତ ସୁରକ୍ଷିତ ରହିବ । ସମାଜ ର ସେଇ ସବୁଠୁ ଅବହେଳିତ ନିଷ୍ପେସିତ ବର୍ଗ ହସ ହସ ମୁଁହ ରେ କହି ବେ ଆମ ବିଧାୟକ ସବୁଠୁ ଶ୍ରେଷ୍ଠ, ସେ ଆମ ପରିବାର ର ବଡ ପୁଅ ଆମ ଭାଈ ସେ ହିଁ ଆମ ସବୁ କିଛି , ସେହି ଦିନ କଳାହାଣ୍ଡିଆ ଓ କଳାହାଣ୍ଡି ର ପୁର୍ବଜ ମାନଙ୍କ ଗାରିମା ମୟ ଇତିହାସ କୁ ନିଜ ଆଦର୍ଶ ଭାବେ ଗ୍ରହଣ କରି ସମଗ୍ର ବିଶ୍ବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ । ଆଜି ଟିକେ କାହିଁକି କେଜାଣି ମନ ଭାରାକ୍ରାନ୍ତ , ମନରେ ଅନେକ ପ୍ରଶ୍ନ ମୁଁ ମୋ ଜୀବନ ର 50 ବର୍ଷ ରୁ ଅଧିକ ସମୟ ଏକ ଭୂଲ ରାସ୍ତାରେ ଯାଇ ନିଜ କୁ, ନିଜ ପରିବାର କୁ ବନ୍ଧୁ, ଶୁଭେଚ୍ଛୁ ବୟୋଜେଷ୍ଟ ମାନଙ୍କ ମୋ ପାଇଁ ଦେଖି ଥିବା ସ୍ବପ୍ନ କୁ ଚୂର୍ମାର କରି ଆଜି ପ୍ରାୟଶ୍ଚିତ କରୁଛି । ତେବେ ବୋଧ ହୁଏ ପ୍ରାୟଶ୍ଚିତ କରିବା ପାଇଁ ମଧ୍ୟ ସମୟ ନାହିଁ । ଯଦି ଆପଣ ମାନଙ୍କ ସ୍ନେହ, ପ୍ରେମ ଓ ଆଶୀର୍ବାଦ ବଳରେ କିଛି କରିବା ପାଇଁ ସୁଯୋଗ ପାଇବି କିମ୍ବା ଶରୀର ସକ୍ଷମ ଥିବ ତେବେ ଶେଷ ଜୀବନ ପର୍ଯ୍ୟନ୍ତ ଏହି ପରି ମୋ କଲମ ଚାଳନା କରି ନିଜ ର ଦାୟୀତ୍ବ ସମ୍ପାଦନ କରୁ ଥିବି । ନଚେତ୍ ମୃତ୍ୟ ପରେ ମଧ୍ୟ ମୋ ଆତ୍ମା କୁ ଶାନ୍ତି ମିଳିବ ନାହିଁ ।
ଏହିଲେଖା ମୋ ସମସ୍ତ କଳାହାଣ୍ଡିଆ ଅମୃତ ସନ୍ତାନ ମାନେ ପଢି ଯଦି ନିଜ ଆତ୍ମ୍ ଚିନ୍ତନ୍ କରି ପାରନ୍ତି ତେବେ ନିଶ୍ଚିତ ଆମ ଭବିଷ୍ୟତ ସୁରକ୍ଷିତ ରହିବ।
ମହମ୍ମଦ ଅଲ୍ଲୀ ଖାଁ
ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସଂପାଦକ
"ତର୍ଜମା ନ୍ୟୁଜ"



Post a Comment