//BREAKING//
Loading...

ମାନ୍ୟବର କଳାହାଣ୍ଡି ଲୋକସଭା ସଦସ୍ୟ ଙ୍କୁ ଅନୁରୋଧ !

 
 ମହାଶୟ, ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାଂସଦ ଭାବରେ ଆପଣ ନିର୍ବାଚିତ ହେଲା ପରେ ଜିଲ୍ଲା ବାସୀ ଅନେକ ବିକାଶ ହେବ ବୋଲି ସ୍ୱପ୍ନ ଦେଖିଥିଲେ ଓ ଆଶା ମଧ୍ୟ କରିଥିଲେ  ।ଜାତୀୟ ସ୍ତରରେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ମଣ୍ଡଳୀ ହୋଇ ଥିବା ଯୋଗୁଁ ଆପଣ ଙ୍କୁ ବିଜୟୀ କରିବା ପାଇଁ ଜାତୀୟ ସ୍ତରର ଅନେକ ନେତା, ପଡୋଶୀ ଛତିଶଗଡ଼ ର ଅନେକ ବିଜେପି ମନ୍ତ୍ରୀ, ନେତା ସମଗ୍ର ଜିଲ୍ଲାରେ ନିଜର କାୟା ବିସ୍ତାର କରି ଥିଲେ ।ଆପଣଙ୍କ ବିଜୟ ଅଭିଭକ୍ତ କଳାହାଣ୍ଡି ଜିଲ୍ଲାର ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସମସ୍ତେ ଆଶା କରିଛନ୍ତି ।ତେବେ ଅତୀତରେ ପ୍ରସ୍ତାବିତ ଅନେକ କେନ୍ଦ୍ରୀୟ ପ୍ରକଳ୍ପ  କେନ୍ଦ୍ରସରକାର ଙ୍କ କାର୍ଯ୍ୟକାରୀ ଅପେକ୍ଷା ରେ ରହିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜିଲ୍ଲାର ସର୍ବମାନ୍ୟ ଟାଣୁଆ ନେତା ଭୂମିପୁତ୍ର ଆଦରଣୀୟ ଭକ୍ତ ଚରଣ ଦାସ ଙ୍କ ଦୀର୍ଘ ବର୍ଷର ଉଦ୍ୟମପରେ 2014 ମସିହା ଲୋକସଭା ନିର୍ବାଚନ ପୂର୍ବରୁ ଲାଞ୍ଜିଗଢ଼- ଜୁନାଗଡ଼ ରେଳ ପଥ ଉନ୍ମୋଚନ ହେବାସହ ରାୟପୁର- ଭୁବନେଶ୍ୱର ଓ ସମ୍ବଲପୁର କୁ ଟ୍ରେନ ଚଳାଚଳ ସମ୍ଭବ ହୋଇ ପାରିଥିଲା ଓ କିଛି ମାତ୍ରାରେ ଜିଲ୍ଲାରେ ଆର୍ଥିକ ଉନ୍ନତି ଘଟିଛି ।ତେବେ ଲାଞ୍ଜିଗଢ଼ ଜୁନାଗଡ଼ ରେଳପଥ ସମ୍ପ୍ରସାରଣ  ସର୍ଭେ କାର୍ଯ୍ୟ ସରିବା ସହ ଜୟପୁର ପଟୁ ରେଳ ଲାଇନ କାମ ଆରମ୍ଭ ହୋଇଛି ଯଦି ମାନ୍ୟବର ସାଂସଦ ନିଜ ସରକାରଙ୍କ ଠାରେ ଜୁନାଗଡ଼ ରୁ ଆଗକୁ ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଉଦ୍ୟମ କରିଥିଲେ ସରକାରଙ୍କ ଜିଲ୍ଲା ବାସୀଙ୍କ ପ୍ରତି ନ୍ୟାୟ ପ୍ରଦାନ ହୋଇ ଥାନ୍ତା ।ଏଥିସହ ସର୍ଭେ ସାରିଥିବା ଓ ସର୍ଭେ ଅପେକ୍ଷାରେ ପ୍ରସ୍ତାବିତ ରେଳ ଲାଇନ ଯଥା, ଖରିଆର ରୋଡ଼- ରାଜ ଖରିଆର-ସିନାପାଲି- ଧର୍ମଗଢ଼- ଚନ୍ଦାହାଣ୍ଡି-ନବରଙ୍ଗପୁର , ଟିକରି ଭୟା ଥୁଆମୂଳ- ରାମପୁର- ଜୁନାଗଡ଼, ରାୟପୁର-ଆରଙ୍ଗ- ଧର୍ମଗଢ଼ ରେଳପଥ ସହ ଜୟପୁର ଠାରୁ ଭଦ୍ରାଞ୍ଚଳମ ରେଳ ଲାଇନ ସଂଯୋଗ କରିବା ପାଇଁ ପ୍ରସ୍ତାବ ରହିଛି। ଜିଲ୍ଲାର ବିକାଶ ପାଇଁ ପ୍ରସ୍ତାବିତ ରେଳ ଲାଇନ ର ବଜେଟରେ ବ୍ୟବସ୍ଥା କରି କାର୍ଯ୍ୟ ଆରମ୍ଭ ସହ ନୂତନ ସମ୍ଭାବିତ ରେଳ ଲାଇନ ର ସର୍ଭେ ପ୍ରସ୍ତାବ ଯଥା ଭବାନୀପାଟଣା - ଟିଟିଲାଗଡ଼  ଭାୟା ସେଂପୁର, ତୁରକେଲ ଓ ଭବାନୀପାଟଣା ରୁ ରାମଚନ୍ଦ୍ରପୁର ନିକଟରେ ନର୍ଲା ରେଳ ଲାଇନ ସହ ଏହାର ସଂଯୋଗୀକରଣ ବ୍ୟବସ୍ଥା କରିବା ଓ ଲାଞ୍ଜିଗଢ଼-ଅନୁଗୁଳ ଭାୟା କନ୍ଧମାଳ ନୂତନ ରେଳପଥ ସର୍ଭେ ଓ କାର୍ଯ୍ୟ ଆରମ୍ଭ ନିତାନ୍ତ ଆବଶ୍ୟକ ବୋଲି ଜିଲ୍ଲା ବାସୀ ଙ୍କ ସ୍ୱପ୍ନ ।ଏହି ରେଳ ପ୍ରକଳ୍ପ ଗୁଡିକୁ ଆଗାମୀ ରେଳ ବଜେଟ ରେ ସ୍ଥାନୀତ କରିବା ଓ ଏହାର କାର୍ଯ୍ୟକାରୀ କରେଇବା ମଧ୍ୟ ନିର୍ବାଚିତ ସାଂସଦ ଙ୍କ ଦାୟିତ୍ୱ ଓ କର୍ତବ୍ୟ ।କଳାହାଣ୍ଡି ସଂସାଦ ଶାସକ କେନ୍ଦ୍ର ସରକାରଙ୍କ  ଜଣେ ବରିଷ୍ଠ ଓ ବିଶ୍ୱସ୍ଥ, ଓ କେନ୍ଦ୍ରୀୟ ନେତା ମାନଙ୍କ ନିକଟରେ ଜଣେ କର୍ମଠ ଓ ଯୋଗ୍ୟ ସାଂସଦ ଅଟନ୍ତି ତେଣୁ ଏହି ରେଳ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ ପାଇଁ ଆଗାମୀ ରେଳ ବଜେଟ ରେ ଅର୍ଥ ବ୍ୟବସ୍ଥା କଲେ ଜିଲା ର ଭବିଷ୍ୟତ ବଂଶଧର ମାନେ ଉପକୃତ ହେବାସହ କଳାହାଣ୍ଡି ଜିଲ୍ଲା ଆର୍ଥିଜ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିବ ଓ  ବିଜେପି ସରକାର ସମୟରେ ଆପଣଙ୍କ ଜିଲ୍ଲା ର ବିକାଶ ପାଇଁ ଉଦ୍ୟମ ପାଇଁ ସବୁଦିନ ପାଇଁ ସ୍ଵର୍ଣଅକ୍ଷର ରେ ଲିପିବଦ୍ଧ ହୋଇ ରହିବ  । ଆଶା ସରକାରୀ ଦଳର ସାଂସଦ ଭାବରେ ଓ ଜଣେ ନିଷ୍ଠାପର ରାଜନେତା,ସାଂସଦ ଭାବରେ ଆପଣ ଆଗାମୀ ବଜେଟ ରେ ଅଭିଭକ୍ତ କଳାହାଣ୍ଡି ଜିଲ୍ଲା ଅଧିବାସୀ ମାନଙ୍କୁ ବିକାଶର ଏକ ଭେଟି ଦେବେ  ଏହି ଆଶା ଓ ବିଶ୍ୱାସ ସହ ,
              ରେଳ ଲାଇନ କୁ ନେଇ ସୁନେଲି ସ୍ୱପ୍ନ ଦେଖୁଥିବା  ସୁପ୍ତ ଜନତା ଙ୍କ ମଧ୍ୟରୁ ଜଣେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe