//BREAKING//
Loading...

ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ ଶୁଭ ଉଦଘାଟନ କରି ଶ୍ରେୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କେତେ ଯୁକ୍ତିଯୁକ୍ତ ???

ବହୁଚର୍ଚିତ ଇନ୍ଦ୍ରାବତୀ  ଉଠାଜଳସେଚନ ପ୍ରକଳ୍ପ ଉଦ୍ଘାଟନକରି ଶ୍ରେୟ ନେବା ପାଇଁ  ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚକ୍ରାନ୍ତ ଯୁକ୍ତିଯୁକ୍ତ କି ?
     ବହୁଚର୍ଚିତ ଇନ୍ଦ୍ରାବତୀ ବହୁମୁଖୀ ଜଳ ସେଚନ ପ୍ରକଳ୍ପ ର  ଲିଫ୍ଟ କେନାଲ କୁ ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିଛନ୍ତି ।ଏହି ଉଦଘାଟନ ସମାରୋହକୁ ସଫଳ କରିବା ପାଇଁ ୭୦ ଜଣ ବିଧାୟକ, ୧୨ ଜଣ ମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ  ଅଧିକାରୀ ତିନିଦିନ ଧରି ଜିଲ୍ଲାରେ ପୂର୍ବରୁ ଉପସ୍ଥିତ ରହି ଥିଲେ ।ତେବେ ସ୍ୱତଃ ପ୍ରଶ୍ନ ଉଠେ ଯେ, ବାସ୍ତବରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଶ୍ରେୟ ନେବା ପାଇଁ ହକଦାର ନା କେବଳ କ୍ଷମତାକୁ ଜାବୁଡି ଧରି କଳାହାଂଡିଆ ଙ୍କ ସହ ଛଳନା କରିବା ର ଶ୍ରେଷ୍ଠ ଉପାୟ ।ତଥ୍ୟ ଅନୁଯାୟୀ, କଳାହାଣ୍ଡିର ସଂଗ୍ରାମୀ ଭୂମିପୁତ୍ର, ଟାଣୁଆ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିବା ସମୟରେ ଏହି ପ୍ରକଳ୍ପ ପାଇଁ ଉଦ୍ୟମ କରିଥିଲେ ।ଏଥିପାଇଁ ଶ୍ରୀ ଦାସ ତା-୧୮-୧୨-୨୦୧୨ ଏବଂ ତା-୨୦-୩-୨୦୧୩ ରିଖ ଦିନ ଇନ୍ଦ୍ରାବତୀ ଲିଫ୍ଟ କେନାଲ ଅତିଶୀଘ୍ର ନିର୍ମାଣ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଅନୁମୋଦନ ସକାଶେ ଅନୁରୋଧ କରିଥିଲେ ଏବଂ ବ୍ୟକ୍ତିଗତ ଭାବରେ କେନ୍ଦ୍ର ସରକାରଙ୍କ ଜଳସେଚନ ମନ୍ତ୍ରୀ ଶ୍ରୀ ହରିଶ ରାଵତ ଙ୍କୁ ସାକ୍ଷାତ କରି ପ୍ରକଳ୍ପ କୁ ଅନୁମୋଦନ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।ଫଳରେ କେନ୍ଦ୍ର ସରକାରଙ୍କ ଜଳସେଚନ ବିଭାଗର ଉପଦେଷ୍ଟା କମିଟି ର ତା-୨୯-୦୮-୨୦୧୩ରିଖ  ଦିନ ବୈଠକରେ ଉପସ୍ଥାପିତ କରାଯାଇ ଅନୁମତି ପ୍ରଦାନ କରାଯାଇଥିଲା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଜଳସେଚନ ମନ୍ତ୍ରୀ ଶ୍ରୀ ହରିଶ ରାଵତ କେନ୍ଦ୍ରୀୟ ଯୋଜନା ଆୟୋଗ ଓ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ସୁପାରିଶ କରିଥଲେ ।ଏଥିସହ  ପତ୍ର ସଂଖ୍ୟା DO No31/20/2013PR ତା -୦୬-୦୯-୨୦୧୩  ମାଧ୍ୟମରେ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ ଙ୍କୁ ଅବଗତ କରାଇବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜଣାଇଥିଲେ ।
   ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଆସି ଏହି ପ୍ରକଳ୍ପ ର ଭିତ୍ତି ସ୍ଥାପନ କାର୍ଯ୍ୟକ୍ରମ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସାଂସଦ ଶ୍ରୀ ଦାସ ଉପସ୍ଥିତ ରହି ଶୁଭ ଦେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ ।କିନ୍ତୁ ମାନ୍ୟବର ସାଂସଦ ଶ୍ରୀ ଦାସ ଶୁଭ ସ୍ଥାପନ ସଭା ସ୍ଥଳକୁ ପହଂଚିବା ପୂର୍ବରୁ ତରବରିଆ ଭାବରେ ପ୍ରକଳ୍ପ ଶୁଭ ଦେଇ ଚାଲି ଯାଇଥିଲେ ।କେବଳ ନିଜର ବାହାଦୁରୀ ନେବା ପାଇଁ ଓ କଳାହାଣ୍ଡି ଜିଲ୍ଲା ବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ନବୀନପଟ୍ଟନାୟକ ଜିଲ୍ଲାରେ କିଛି ପ୍ରଶାସନିକ ଅଧିକାରୀ ଓ ଚାଟୁକାର ଗୁଲାମ ମାନଙ୍କୁ ଧରି କେବଳ ସମସ୍ତ ପ୍ରକାର ଶ୍ରେୟ ନେବା ପାଇଁ ଯେଉଁ ହୀନ ରାଜନୈତିକ ଉଦ୍ୟମ  କରୁଛନ୍ତି ତାହା ବାସ୍ତବିକ ନିନ୍ଦନୀୟ ।ଏହିପରି ଭାବରେ ଜିଲ୍ଲାବାସୀ ଙ୍କୁ ରାଜ୍ୟସରକାର ବିକାଶର ବାର୍ତା ଦେଉଥିବା କେତେ ଯୁକ୍ତିଯୁକ୍ତ ତାହା ଜିଲ୍ଲାର ପ୍ରତ୍ୟେକ ସ୍ଵଭିମାନି କଳାହାଂଡିଆ ଆତ୍ମଚିନ୍ତନ ଓ ସମୀକ୍ଷା କରିବା ଜରୁରୀ ମନେ ହୁଏ । 
   ମହମ୍ମଦ ଅଲ୍ଲୀ, 
ବରିଷ୍ଠ ସାମ୍ବାଦିକ , କଳାହାଣ୍ଡି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe