//BREAKING//
Loading...

ଅଶୀ ଦଶକରେ କଳାହାଣ୍ଡିରେ ବ୍ୟାପକ ଆନ୍ଦୋଳନ ଓ ପଦଯାତ୍ରା ରେ ସାମିଲ ସମସ୍ତ କଳାହାଣ୍ଡିଆ ଭୂମିପୁତ୍ର ମାନଙ୍କୁ ସତ ସତ ନମନ


ଅଶି ଦଶକରେ ବିଜୁବାବୁ, ଚନ୍ଦ୍ରଶେଖର ଜୀ କଳାହାଣ୍ଡି ର ଦାରିଦ୍ର୍ୟ, ପିଲାବିକ୍ରି, ଅନାହାର ମୃତ୍ୟୁ କୁ ନେଇ ସମଗ୍ର ଜିଲ୍ଲାରେ ପଦଯାତ୍ରା କରିବା ସହ ରାଜ୍ୟ, ଦେଶ ଓ ଅନ୍ତର୍ଜାତୀୟ ସ୍ତରର ସାମ୍ବାଦିକ ମାନେ କଳାହାଣ୍ଡି ଆସି କଳାହାଣ୍ଡି ର ପ୍ରକୃତ ଚିତ୍ର ସମଗ୍ର ବିଶ୍ୱ କୁ ଜଣେଇ ଥିଲେ ।ସେହି ସମୟରେ କଳାହାଣ୍ଡି ର ଭୂମିପୁତ୍ର ଆଦରଣୀୟ ଭକ୍ତ ଚରଣ ଦାସ ଜିଲ୍ଲାର ବାସ୍ତବ ଚିତ୍ର ଅନୁଭବ କରିବା ପାଇଁ ଓ ସମାଧାନ ର ପନ୍ଥା ନିରୂପଣ କରିବା ପାଇଁ ପଦଯାତ୍ରା କରିଥିଲେ ।ଏହି ପଦଯାତ୍ରାରେ ଉଭୟ ନେତା ଚନ୍ଦ୍ରଶେଖର ଜୀ ଓ ବିଜୁବାବୁ ମଧ୍ୟ ସାମିଲ ହୋଇଥିଲେ  ।ଯେଉଁ ମାନେ କହୁ ଛନ୍ତି ଯେ, କଳାହାଣ୍ଡି ଭୋକର ଭୂଗୋଳ ନୁହଁ ତେବେ ଏହି ପଦଯାତ୍ରା ପରେ ଦେଶର ଅନେକ ପ୍ରଧାନମନ୍ତ୍ରୀ ଜିଲ୍ଲା ଗସ୍ତ କରି କଳାହାଣ୍ଡିର ସମସ୍ୟା ର ସମାଧାନ ପାଇଁ ଅନେକ ଯୋଜନା ଆରମ୍ଭ କରିଥିଲେ ।ଫଳରେ ଆଜି କଳାହାଣ୍ଡି ଅନେକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିଛି ।ଯେଉଁ ମାନେ ଅଶୀ ଦଶକ ପୂର୍ବର କଳାହାଣ୍ଡି ସମ୍ପର୍କରେ ଜାଣି ନାହାନ୍ତି କିମ୍ବା କଳାହାଂଡିଆ ଙ୍କ ଦୁଃଖ ଦେଖିନାହାନ୍ତି , ମେନିନଯାଇଟିସ ରୋଗରେ ପୋକ ମାଛି ପରି ମରିବା ଦୃଶ୍ୟ ଦେଖି ନାହାନ୍ତି ସେମାନେ ବାହାସ୍ଫୋଟ ମାରୁ ଛନ୍ତି ଜିଲ୍ଲା କୁ ବଦନାମ କରା ଯାଇଛି ।ତେବେ କଣ ବିଜୁ ବାବୁ ରାଜନୀତିକ ଫାଇଦା ନେବାକୁ କଳାହାଣ୍ଡିର ଦାରିଦ୍ୟ କୁ ନେଇ ପଦଯାତ୍ରା ଓ ଆନ୍ଦୋଳନ ରେ ସାମିଲ ହୋଇଥିଲେ ଓ ପରବର୍ତୀ ସମୟରେ ବିପୁଳ ସଂଖ୍ୟା ରେ ନିଜ ଦଳ କୁ ବିଜୟୀ କରାଇ 28 ବର୍ଷ ପରେ ପୁଣି ଥରେ ରାଜ୍ୟ ରାଜନୀତି ରେ ସରକାର ଗଢି ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ ।ଇତିହାସ କୁ ଜାଣିବା ନିତାନ୍ତ ଜରୁରୀ ।ନିଜର ହକ ପାଇଁ ଓ ନିଜ ଅଞ୍ଚଳର ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତ୍ୟେକ ମାଟିର ମଣିଷ ର ସହଯୋଗ ଓ ସଂଗ୍ରାମୀ ମନୋଭାବ ପୋଷଣ ଆବଶ୍ୟକ ।ସମୟର ଆବଶ୍ୟକ ଅନୁଯାୟୀ ଅଶୀ ଦଶକର ସେହି ଆନ୍ଦୋଳନ କଳାହାଣ୍ଡି ଜିଲ୍ଲାର ବିକାଶରେ ସହାୟକ ହୋଇ ପାରିଛି ।ତେଣୁ ସେହି ଆନ୍ଦୋଳନ ଓ ପଦଯାତ୍ରା , ଓ ନିଜ ମାଟିର ମଣିଷଙ୍କ ହକ ପାଇଁ ସଂଗ୍ରାମରେ ଝାସ ଦେଇ ଥିବା ସମସ୍ତ କଳାହାଂଡିଆ ଭୂମିପୁତ୍ର ମାନଙ୍କୁ ସତ ସତ ନମନ କରୁଛି ।
ମହମ୍ମଦ ଅଲ୍ଲୀ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe